ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଗୁଜରାଟ ପ୍ରଶାସନର ବର୍ବରତା ନାଁରେ ଭାଇରାଲ ହେଲା ଭୁବନେଶ୍ୱରର ଭିଡିଓ

ଅହମ୍ମଦାବାଦ: ଚଳିତ ମାସ ୨୪ ତାରିଖରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ଅବସରରେ ଅହମ୍ମଦାବାଦରେ ‘କେମ୍‌ଛୋ ଟ୍ରମ୍ପ’ ଆୟୋଜିତ ହେବାକୁ ଥିବାରୁ ସଜେଇ ହେଉଛି ଏହି ସହର। ତେବେ ସାମୟିକ ସୌନ୍ଦର୍ଯ୍ୟକରଣ ପାଇଁ ଗରିବଙ୍କ ଉପରେ ପ୍ରଶାସନିକ ବର୍ବରତାର ଅଭିଯୋଗ ଆଣିବାକୁ ଯାଇ କିଛି ଭିଡିଓ ଭାଇରାଲ ହେଉଛି। ତେବେ ସେ ମଧ୍ୟରୁ ଗୋଟିଏ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ରାଜମହଲ ନିକଟର ବୋଲି ଜଣାପଡ଼ିଛି। ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖାଯାଇଛି ସ୍ଥାନୀୟ […]

alt-BBSR

alt-BBSR

Subrat Kumar Nayak
  • Published: Friday, 14 February 2020
  • Updated: 14 February 2020, 05:02 PM IST

Sports

Latest News

ଅହମ୍ମଦାବାଦ: ଚଳିତ ମାସ ୨୪ ତାରିଖରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ଅବସରରେ ଅହମ୍ମଦାବାଦରେ ‘କେମ୍‌ଛୋ ଟ୍ରମ୍ପ’ ଆୟୋଜିତ ହେବାକୁ ଥିବାରୁ ସଜେଇ ହେଉଛି ଏହି ସହର। ତେବେ ସାମୟିକ ସୌନ୍ଦର୍ଯ୍ୟକରଣ ପାଇଁ ଗରିବଙ୍କ ଉପରେ ପ୍ରଶାସନିକ ବର୍ବରତାର ଅଭିଯୋଗ ଆଣିବାକୁ ଯାଇ କିଛି ଭିଡିଓ ଭାଇରାଲ ହେଉଛି। ତେବେ ସେ ମଧ୍ୟରୁ ଗୋଟିଏ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ରାଜମହଲ ନିକଟର ବୋଲି ଜଣାପଡ଼ିଛି।

ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖାଯାଇଛି ସ୍ଥାନୀୟ ପ୍ରଶାସନ କିଛି ଫଳ ଲଦା ହୋଇଥିବା ଟ୍ରଲିକୁ ଭାଙ୍ଗିବା ସହ ଫଳ ନଷ୍ଟ କରିଦେଉଛନ୍ତି। ଏହାକୁ ଟ୍ୱିଟ୍‌ରେ ଯୋଡ଼ାଯାଇ କୁହାଯାଇଛି, ନରେନ୍ଦ୍ର ମୋଦିଙ୍କ ସରକାରରେ କ’ଣ ଗରିବଙ୍କ ବଞ୍ଚିବାର ଅଧିକାର ନାହିଁ। ଦେଖ ଅହମ୍ମଦାବାଦ କେମିତି ଡୋନାଲ୍ଡ ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହେଉଛି। ଏହା କ’ଣ ବିଜୟ ରୂପାନୀଙ୍କ ଗୁଜରାଟ ମଡେଲ ବୋଲି ଜଣେ ଟ୍ୱିଟର ବ୍ୟବହାରକାରୀ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ କିଛି ସ୍ଥାନରେ ବସ୍ତି ଅଞ୍ଚଳକୁ ଲୁଚାଇବା ପାଇଁ ଉଚ୍ଚ ଉଚ୍ଚ କାନ୍ଥ ସବୁ ତରବରିଆ ଭାବେ ନିର୍ବାଣ ଚାଲିଛି ବୋଲି ଅଭିଯୋଗ ହୋଇଥିଲା। ପରେ ପୌର ପ୍ରଶାସନ ଏହାକୁ ଖଣ୍ଡନ କରିଛି।


ତେବେ ଟ୍ରଲି ଘଟଣାକୁ ନେଇ ପ୍ରଥମେ ଏହା ଗୁଜରାଟର ବୋଲି ଜଣାପଡ଼ିଥିଲା। ପରେ ଏହା ଉତ୍ତରପ୍ରଦେଶରେ ବୋଲି କୁହାଯାଇଥିଲା। କିନ୍ତୁ ୟାଡେକ୍ସ ନାମକ ଏକ ପ୍ଲାଟଫର୍ମର ବ୍ୟବହାର କରିବା ପରେ ଅଲ୍ଟ ନ୍ୟୁଜ୍‌ ଜାଣିବାକୁ ପାଇଥିଲା ଏହା ଭୁବନେଶ୍ୱରର।
https://youtu.be/j-DTlyrUpiM


ଅଲ୍ଟ ନ୍ୟୁଜ୍‌ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି, ସେମାନେ କୀୱାର୍ଡ ସର୍ଚ୍ଚ କରି ଓଟିଭିରୁ ପ୍ରକୃତ ଭିଡିଓ ପାଇଥିଲେ। ଏହା ଜାନୁଆରୀ ୨୪ରେ ଅପ୍‌ଲୋଡ୍‌ ହୋଇଥିବା ଏବଂ ବିଭିନ୍ନ ଆଙ୍ଗେଲରୁ ଥିବା ଜଣାପଡ଼ିଥିଲା। ଭୁବନେଶ୍ୱରର ୟୁନିଟ୍‌ ୧ ବଜାରଠାରେ ଏହି ଘଟଣା ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos