ବିଜୟ ମାଲ୍ୟା ଜଣେ ‘ଆର୍ଥିକ ଆତଙ୍କବାଦୀ’: ଶିବସେନା

ମୁମ୍ବାଇ: ଦେଶର ୧୭ଟି ବ୍ୟାଙ୍କକୁ ୯୦୦୦ କୋଟି ଟଙ୍କାର ଚୂନା ଲଗାଇ ପଳାଇଥିବା ବ୍ୟବସାୟୀ ବିଜୟ ମାଲ୍ୟା ଜଣେ ‘ଆର୍ଥିକ ଆତଙ୍କବାଦୀ’ ବୋଲି କହିଛି ଶିବ ସେନା। ଦଳ ତାର ମୁଖପାତ୍ର ‘ସାମନା’ ରେ ମାଲ୍ୟାଙ୍କ ସହିତ କେନ୍ଦ୍ର ସରକାର ଓ ଅନ୍ୟାନ୍ୟ ରାଜନୈତିକ ଦଳଗୁଡ଼ିକୁ ସମାଲୋଚନା କରିଛି। ‘ସାମନା’ରେ କୁହାଯାଇଛି, ଅନେକ ନେତା ଓ ପ୍ରଶାସନିକ ଅଧିକାରୀ ବିଜୟ ମାଲ୍ୟାଙ୍କ ଲୁଣ ଖାଇଛନ୍ତି। ତେଣୁ ସେମାନେ ତାଙ୍କୁ ଦେଶ ଛାଡ଼ିରେ ସହଯୋଗ କରିଛନ୍ତି। ସରକାର ବି […]

uddhav

Rakesh Mallick
  • Published: Friday, 11 March 2016
  • , Updated: 11 March 2016, 08:03 AM IST

ମୁମ୍ବାଇ: ଦେଶର ୧୭ଟି ବ୍ୟାଙ୍କକୁ ୯୦୦୦ କୋଟି ଟଙ୍କାର ଚୂନା ଲଗାଇ ପଳାଇଥିବା ବ୍ୟବସାୟୀ ବିଜୟ ମାଲ୍ୟା ଜଣେ ‘ଆର୍ଥିକ ଆତଙ୍କବାଦୀ’ ବୋଲି କହିଛି ଶିବ ସେନା। ଦଳ ତାର ମୁଖପାତ୍ର ‘ସାମନା’ ରେ ମାଲ୍ୟାଙ୍କ ସହିତ କେନ୍ଦ୍ର ସରକାର ଓ ଅନ୍ୟାନ୍ୟ ରାଜନୈତିକ ଦଳଗୁଡ଼ିକୁ ସମାଲୋଚନା କରିଛି।

‘ସାମନା’ରେ କୁହାଯାଇଛି, ଅନେକ ନେତା ଓ ପ୍ରଶାସନିକ ଅଧିକାରୀ ବିଜୟ ମାଲ୍ୟାଙ୍କ ଲୁଣ ଖାଇଛନ୍ତି। ତେଣୁ ସେମାନେ ତାଙ୍କୁ ଦେଶ ଛାଡ଼ିରେ ସହଯୋଗ କରିଛନ୍ତି। ସରକାର ବି ତାଙ୍କୁ ଦେଶରୁ ଖସିଯିବାରେ ସହଯୋଗ କରିଛନ୍ତି। ୟୁପିଏ ସରକାର ଅମଳରେ ମାଲ୍ୟାଙ୍କୁ ଋଣ ଦିଆଯାଇଥିଲା ଓ ଏନ୍‌ଡିଏ ସରକାର ଅମଳରେ ସବୁ ବୁଡ଼ାଇ ଦେଇ ଫେରାର ହୋଇଯିବାକୁ ତାଙ୍କୁ ସୁଯୋଗ ଦିଆଗଲା। ଦେଶରେ ଚାଷୀ ଋଣ ଶୁଝି ନପାରି ଆତ୍ମହତ୍ୟା କରୁଛି, କିନ୍ତୁ ଦେଶ ଛାଡ଼ି ଯାଉନାହାନ୍ତି। ଚାଷୀମାନେ ଦେଶ ଛାଡ଼ି ଗଲେ ବି ପୋଲିସ୍ ସେମାନଙ୍କୁ ଘୋଷାଡ଼ି ଆଣି ଜେଲରେ ଭର୍ତ୍ତି କରି ଦେବ।

ଏଥିରେ ଦଳ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଦେଶର ଆଇନ ବ୍ୟବସ୍ଥାକୁ ଆଖିମିଟିକା ମାରି ମାଲ୍ୟା ଫେରାର ହୋଇଗଲେ। ଆଉ ଆମ କେନ୍ଦ୍ର ସରକାର ବଡ଼ ଗର୍ବରେ ଓ ଅଭିମାନରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଲେ ଯେ ସେ ଦେଶ ଛାଡ଼ି ଚାଲିଯାଇଛନ୍ତି।

‘ସାମନା’ରେ କୁହାଯାଇଛି ଯେ ଦେଶର ଆର୍ଥିକ ବ୍ୟବସ୍ଥାକୁ ଦୁର୍ବଳ କରିଦେବା ମଧ୍ୟ ଆତଙ୍କବାଦ ଅବା ରାଷ୍ଟ୍ରଦ୍ରୋହ। କିନ୍ତୁ ମୋଦି ସରକାରରେ ଲଳିତ ମୋଦି ଓ ବିଜୟ ମାଲ୍ୟାଙ୍କ ପରି ବ୍ୟକ୍ତିଙ୍କ ଲାଗି ପୃଥକ ଆଇନ୍ ଚାଲିଛି। ସବୁ କ୍ଷେତ୍ରର ଲୋକ ବିଜୟ ମାଲ୍ୟାଙ୍କର ସେବା କରିଛନ୍ତି। କିଏ ତାଙ୍କୁ ଋଣ ଦେଇଛି ତ କିଏ ଋଣ ନଶୁଝିବାରେ ସହଯୋଗ କରିଛି। ଆଉ କିଏ ତାଙ୍କୁ ଦେଶରୁ ଫେରାର ହେବାରେ ସହଯୋଗ କରିଛନ୍ତି।

Related story