ହ୍ୱାଟସଆପ୍ ସର୍ଭର ଡାଉନ୍

ନୂଆଦିଲ୍ଲୀ: ଭାରତରେ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜ ଆପ୍ସ ହ୍ୱାଟସଆପର ସର୍ଭର ଡାଉନ୍ ହୋଇଥିବା ଦେଖିବାକୁ ମିଳିଛି। ଫଳରେ ହ୍ୱାଟସଆପ୍ ବ୍ୟବହାରକାରୀ ମେସେଜ, ଷ୍ଟିକର ଏବଂ ଫାଇଲ୍ ପଠାଇବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଦୀର୍ଘ ସମୟ ଧରି ହ୍ୱାଟସଆପରେ ଏହି ଅସୁବିଧା ପରିଲିକ୍ଷିତ ହୋଇଥିଲା। ଯାହାକୁ ସୋଶାଲ ମିଡ଼ିଆ ପ୍ଲାଟଫର୍ମରେ ହ୍ୱାଟସ ଆପ୍ ବ୍ୟବହାରକାରୀ ମାନେ ସ୍କ୍ରିନଶଟ୍ ଶେୟାର କରିଛନ୍ତି। ସୋଶାଲ ମିଡ଼ିଆ ଏବଂ ଇଣ୍ଟରନେଟ ସର୍ଭିସ ଉପରେ ନଜର ରଖୁଥିବା ଡାଉନଡିଟେକଟର ମଧ୍ୟ ହ୍ୱାଟସଆପର ସର୍ଭର ଡାଉନ […]

whatsapp

Subhransu Sekhar
  • Published: Sunday, 19 January 2020
  • , Updated: 19 January 2020, 07:52 PM IST

ନୂଆଦିଲ୍ଲୀ: ଭାରତରେ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜ ଆପ୍ସ ହ୍ୱାଟସଆପର ସର୍ଭର ଡାଉନ୍ ହୋଇଥିବା ଦେଖିବାକୁ ମିଳିଛି। ଫଳରେ ହ୍ୱାଟସଆପ୍ ବ୍ୟବହାରକାରୀ ମେସେଜ, ଷ୍ଟିକର ଏବଂ ଫାଇଲ୍ ପଠାଇବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଦୀର୍ଘ ସମୟ ଧରି ହ୍ୱାଟସଆପରେ ଏହି ଅସୁବିଧା ପରିଲିକ୍ଷିତ ହୋଇଥିଲା। ଯାହାକୁ ସୋଶାଲ ମିଡ଼ିଆ ପ୍ଲାଟଫର୍ମରେ ହ୍ୱାଟସ ଆପ୍ ବ୍ୟବହାରକାରୀ ମାନେ ସ୍କ୍ରିନଶଟ୍ ଶେୟାର କରିଛନ୍ତି।

ସୋଶାଲ ମିଡ଼ିଆ ଏବଂ ଇଣ୍ଟରନେଟ ସର୍ଭିସ ଉପରେ ନଜର ରଖୁଥିବା ଡାଉନଡିଟେକଟର ମଧ୍ୟ ହ୍ୱାଟସଆପର ସର୍ଭର ଡାଉନ ହୋଇଥିବା କଥାକୁ ସ୍ୱୀକାର କରିଛି। ଡାଉନଡିଟେକଟର ଟୁଇଟ୍ କରି କହିଛି, ସନ୍ଧ୍ୟା ୬ଟା ଯାଏ ତିନି ହଜାରରୁ ଅଧିକ ହ୍ୱାଟସଆପ ବ୍ୟବହାରକାରୀ ମେସେଜ ପଠାଇବା ବେଳେ ହେଉଥିବା ଅସୁବିଧା ବାବଦରେ ଅଭିଯୋଗ କରିଛନ୍ତି।

ମୋଟ୍ ଅଭିଯୋଗ ମଧ୍ୟରୁ ୫୭ ପ୍ରତିଶତ ଅଭିଯୋଗ ମେସେଜସ ଷ୍ଟିକର ଏବଂ ମିଡିଆ ଫାଇଲ ପଠାଇବାରେ ଅସୁବିଧାର କାରଣ ରହିଛି। ସେହିପରି ୪୨ ପ୍ରତିଶତ କନେକ୍ସନ ପ୍ରୋବଲେମ ବୋଲି ଜଣାପଡ଼ିଛି ଭାରତ ବ୍ୟତୀତ ୟୁଏଇ, ଜର୍ମାନୀ, ସ୍ପେନ ଏବଂ ଫ୍ରାନ୍ସରେ ମଧ୍ୟ ହ୍ୱାଟସଆପ୍ ଠିକ୍ ଭାବରେ କାମ କରୁନଥିବା ଜଣାପଡ଼ିଛି।

Related story