କରୋନା: ଟ୍ରମ୍ପଙ୍କ ଦାବିକୁ ଖଣ୍ଡନ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଓ୍ୱାଶିଂଟନ: କରୋନା ଭାଇରସର ଉତ୍ପତିକୁ ନେଇ ଆମେରିକା ସରକାର ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟରେ ମତ ପାର୍ଥ୍ୟକ୍ୟ ଦେଖିବାକୁ ମିଳିଛି। ମେ’ ୧ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, କରୋନା ଭାଇରସ ଚୀନରୁ ଉତ୍ପତି ହୋଇଛି। ଏହାର ପ୍ରମାଣ ରହିଛି। ତେବେ ଟ୍ରମ୍ପଙ୍କ ପରେ ଏ ପ୍ରସଙ୍ଗରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମତ ରଖିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରମୁଖ ଡକ୍ଟର ମାଇକେଲ ରାୟନ କହିଛନ୍ତି, କରୋନା ଭାଇରସ ପ୍ରାକୃତିକ ଭାବରେ ତିଆରି ହୋଇଛି। […]

who

Subhransu Sekhar
  • Published: Saturday, 02 May 2020
  • , Updated: 02 May 2020, 03:15 PM IST

ଓ୍ୱାଶିଂଟନ: କରୋନା ଭାଇରସର ଉତ୍ପତିକୁ ନେଇ ଆମେରିକା ସରକାର ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟରେ ମତ ପାର୍ଥ୍ୟକ୍ୟ ଦେଖିବାକୁ ମିଳିଛି। ମେ’ ୧ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, କରୋନା ଭାଇରସ ଚୀନରୁ ଉତ୍ପତି ହୋଇଛି। ଏହାର ପ୍ରମାଣ ରହିଛି। ତେବେ ଟ୍ରମ୍ପଙ୍କ ପରେ ଏ ପ୍ରସଙ୍ଗରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମତ ରଖିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରମୁଖ ଡକ୍ଟର ମାଇକେଲ ରାୟନ କହିଛନ୍ତି, କରୋନା ଭାଇରସ ପ୍ରାକୃତିକ ଭାବରେ ତିଆରି ହୋଇଛି। ଏହା ପ୍ରାକୃତିକ ଭାବରେ ତିଆରି ହୋଇଥିଲେ ମଧ୍ୟ ଏହା କେଉଁ ପରିସ୍ଥିତିରେ ତିଆରି ହୋଇଛି ଜାଣିବା ଦରକାର।

ସୂଚନାଯୋଗ୍ୟ, କରୋନା ଭାଇରସ ଚୀନର ଉହାନ ଲ୍ୟାବରୁ ତିଆରି ହୋଇଛି ବୋଲି ଟ୍ରମ୍ପ କହିଛନ୍ତି। ଚୀନର ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭିରୋଲୋଜିରୁ ଏହି ଭାଇରସ ତିଆରି ହୋଇଥିବାର ପ୍ରମାଣ ରହିଛି। ଏହା ଜୈବିକ ପରୀକ୍ଷାଗାରରେ ତିଆରି ହୋଇଛି ବୋଲି ଟ୍ରମ୍ପ କହିଥିଲେ। ତେବେ କ’ଣ ରହିଛି ପ୍ରମାଣ ସେ ବାବଦରେ କହିବାର ଅଧିକାର ତାଙ୍କର ନାହିଁ ବୋଲି ଟ୍ରମ୍ପ କହିଛନ୍ତି।

ତେବେ ପୂର୍ବରୁ ମଧ୍ୟ ଆମେରିକା ସମାନ ଅଭିଯୋଗ କରି ଆସୁଛି। ହେଲେ ଏଭଳି ଦାବିକୁ ଚୀନ ପୂର୍ବରୁ ଖଣ୍ଡନ କରି ଆସିଛି। ହେଲେ ତଦନ୍ତ ବା ସମୀକ୍ଷା ପାଇଁ କୌଣସି ଟିମକୁ ଯିବାକୁ ଅନୁମତି ଦେଉ ନାହିଁ ଚୀନ୍।

ଏହି ଘାତକ ଭାଇରସ ଏବେ ୨୧୦ଟି ଦେଶକୁ ବ୍ୟାପିଛି। ଆମେରିକାରେ ସର୍ବାଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ବରଣ କରିଛନ୍ତି।

Related story