Advertisment

କୋଟିପତି କରିନି ଉଲକା ପିଣ୍ଡ, ଧୋକା ହୋଇଥିବା କହିଲେ ଯୁବକ

ଜାକାର୍ତ୍ତା: ଉଲକା ପିଣ୍ଡ ପାଇ ରାତାରାତି ଜଣେ ଯୁବକ କୋଟିପତି ହୋଇଯାଇଥିବା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ଉଲକା ପିଣ୍ଡ ପାଇ ସେ କୌଣସି ପ୍ରକାରର କୋଟିପତି ହୋଇନାହାନ୍ତି ଏବଂ ତାଙ୍କ ସହ ଧୋକା ହୋଇଥିବା ଇଣ୍ଡୋନେସିଆର ଯୁବକ ଜଣଙ୍କ ଆଜି କହିଛନ୍ତି। କିଛି ଦିନ ତଳେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ଜୋସୁଆ ହୁତାଗଲଙ୍ଗୁ ନାମକ ଜଣେ ୩୩ ବର୍ଷୀୟ ଯୁବକଙ୍କ ଘରର ଛାତ କଣା କରି ଗୋଟିଏ ବିରଳ ଉଲକା ପିଣ୍ଡ […]

author-image
Hemant Lenka
ଅଦ୍ୟତନ ହୋଇଛି
କୋଟିପତି କରିନି ଉଲକା ପିଣ୍ଡ, ଧୋକା ହୋଇଥିବା କହିଲେ ଯୁବକ

vb

ଜାକାର୍ତ୍ତା: ଉଲକା ପିଣ୍ଡ ପାଇ ରାତାରାତି ଜଣେ ଯୁବକ କୋଟିପତି ହୋଇଯାଇଥିବା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ଉଲକା ପିଣ୍ଡ ପାଇ ସେ କୌଣସି ପ୍ରକାରର କୋଟିପତି ହୋଇନାହାନ୍ତି ଏବଂ ତାଙ୍କ ସହ ଧୋକା ହୋଇଥିବା ଇଣ୍ଡୋନେସିଆର ଯୁବକ ଜଣଙ୍କ ଆଜି କହିଛନ୍ତି।

Advertisment

କିଛି ଦିନ ତଳେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ଜୋସୁଆ ହୁତାଗଲଙ୍ଗୁ ନାମକ ଜଣେ ୩୩ ବର୍ଷୀୟ ଯୁବକଙ୍କ ଘରର ଛାତ କଣା କରି ଗୋଟିଏ ବିରଳ ଉଲକା ପିଣ୍ଡ ଖସି ଥିଲା। ଏହାର ଓଜନ ପ୍ରାୟ ୨.୧ କେଜି ହେବ ଓ ଏହାକୁ ବିକ୍ରି କରି ସେ ୧୦ କୋଟିରୁ ଅଧିକ ଟଙ୍କା ଆୟ କରିଥିଲେ।

ହେଲେ ଏବେ ଜୋସୁଆ କହିଛନ୍ତି ଯେ ସେ ଉଲକା ପିଣ୍ଡ ପାଇ କୌଣସି ପ୍ରକାରର କୋଟିପତି ହୋଇନାହାନ୍ତି। ଅନ୍ତର୍ଜାତୀୟ ଗଣମାଧ୍ୟମଗୁଡ଼ିକ ତାଙ୍କ ବିଷୟରେ ଭୁଲ ଖବର ଛାପିଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି, ମୁଁ ଉକ୍ତ ବିରଳ ଉଲକା ପିଣ୍ଡକୁ ମାତ୍ର ୧୦ ଲକ୍ଷ ଟଙ୍କାରେ ବିକ୍ରି କରିଛି।

Advertisment

ଏହି ଟଙ୍କାକୁ ମୁଁ ମୋ ପରିବାର ଓ ଗୋଟିଏ ଚର୍ଚ୍ଚ ନିର୍ମାଣ କାମରେ ଖର୍ଚ୍ଚ କରିଛି। ତେଣୁ ମୁଁ କୋଟିପତି ହୋଇଯାଇଥିବା ଖବରରେ କୌଣସି ସତ୍ୟତା ନାହିଁ। ମୋ ସହ ଧୋକା ହୋଇଛି।”

ଆଗକୁ ପଢନ୍ତୁ: ଦେଢ଼ ବର୍ଷ ଧରି ମଳତ୍ୟାଗ କରିନାହାନ୍ତି ଯୁବକ, ହେଲେ ଦିନକୁ ଖାଆନ୍ତି ୧୮ଟି ରୁଟି

Odia News OR Special