ବାହା ହେବାକୁ ଯାଇ ଗ୍ୟାଙ୍ଗଷ୍ଟରକୁ ଗିରଫ କଲେ ମହିଳା ପୁଲିସ

ଭୋପାଲ: ଯେଉଁ କାମ ଖାକି ପୋଷାକ ପିନ୍ଧି ନକରିହେଲା ତାହା ପ୍ରେମର ପୋଷାକ ପିନ୍ଧି କରିବାରେ ସଫଳ ହୋଇଛି ପୁଲିସ। ଆଉ ଏହି ପ୍ରେମ କରି ଜଣେ ଗ୍ୟାଙ୍ଗଷ୍ଟରକୁ ଧରିବାରେ ସଫଳ ହୋଇଛନ୍ତି ଜଣେ ମହିଳା ପୁଲିସ କର୍ମଚାରୀ। ମଧ୍ୟପ୍ରଦେଶର ଛତ୍ରପୁୁର ଜିଲ୍ଲାର ୨୮ ବର୍ଷୀୟ ସବ ଇନ୍ସପେକ୍ଟର ମାଧବୀ ଅଗ୍ନିହୋତ୍ରୀଙ୍କ କାର୍ଯ୍ୟଶୈଳୀକୁ ନେଇ ସାରା ଦେଶରେ ଚର୍ଚ୍ଚା। ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ବାଲକିଷନ ଚୌବେ। ହତ୍ୟା ଓ ଡକାୟତି ଭଳି ୧୫ଟି […]

MP POLICE NABBED

MP POLICE NABBED

Subhransu Sekhar
  • Published: Saturday, 30 November 2019
  • Updated: 30 November 2019, 04:56 PM IST

ଭୋପାଲ: ଯେଉଁ କାମ ଖାକି ପୋଷାକ ପିନ୍ଧି ନକରିହେଲା ତାହା ପ୍ରେମର ପୋଷାକ ପିନ୍ଧି କରିବାରେ ସଫଳ ହୋଇଛି ପୁଲିସ। ଆଉ ଏହି ପ୍ରେମ କରି ଜଣେ ଗ୍ୟାଙ୍ଗଷ୍ଟରକୁ ଧରିବାରେ ସଫଳ ହୋଇଛନ୍ତି ଜଣେ ମହିଳା ପୁଲିସ କର୍ମଚାରୀ। ମଧ୍ୟପ୍ରଦେଶର ଛତ୍ରପୁୁର ଜିଲ୍ଲାର ୨୮ ବର୍ଷୀୟ ସବ ଇନ୍ସପେକ୍ଟର ମାଧବୀ ଅଗ୍ନିହୋତ୍ରୀଙ୍କ କାର୍ଯ୍ୟଶୈଳୀକୁ ନେଇ ସାରା ଦେଶରେ ଚର୍ଚ୍ଚା।

ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ବାଲକିଷନ ଚୌବେ। ହତ୍ୟା ଓ ଡକାୟତି ଭଳି ୧୫ଟି ମାମଲା ରହିଛି ତା ନାଁରେ। ପୁଲିସ ଧରିବା ପାଇଁ ବାଲକିଷନ ପାଖରେ ସବୁବେଳେ ପହଞ୍ଚିଥାଏ। ହେଲେ ପୁଲିସ ଆଖିରେ ଧୂଳି ପକାଇ ସେ ସବୁଥର ଖସିଯାଏ। ବାଲକିଷନର ଅପରାଧ ଦିନକୁ ଦିନ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଥିଲା। କାରଣ ସେ ସବୁବେଳେ ମାରଣାସ୍ତ୍ର ସହ ରହିଥାଏ। ଆଉ ସେ ଗୁଳି କରିବାରେ ଧୁରନ୍ଦର। ନିକଟରେ ମାଧବୀ ମଧ୍ୟ ବାଲକିଷନକୁ ଧରାଇ ଦେଲେ ୧୦ ହଜାର ଟଙ୍କାର ଆର୍ଥିକ ପୁରଷ୍କାର ଦିଆଯିବ ବୋଲି ଘୋଷଣା କରିଥିଲେ।

ଏହାପରେ ଲେଡି ଏସଆଇ ମାଧବୀ ଅଗ୍ନିହୋତ୍ରୀ ଅପରାଧୀ ବାଲକିଷନକୁ ଧରାଇବେ ବୋଲି ରଚିଥିଲେ ନୂଆ ରଣନୀତି। ବାଲକିଷନ ଝିଅଙ୍କ ସହ ମିଶିବା ପାଇଁ ଅଧିକ ଇଚ୍ଛା ପ୍ରକାଶ କରିଥାଏ ବୋଲି ତାର ଫେସବୁକ ଆକାଉଣ୍ଟ ଟ୍ରାକ କରି ମାଧବୀ ଜାଣିବାକୁ ପାଇଥିଲେ। ଏମିତିକି ଫେସବୁକରେ ବାଲକିଷନର ଅନ୍ତିମ ଫଟୋକୁ ପାଖରେ ରଖିଥିଲେ ମାଧବୀ। କାରଣ ବାଲକିଷନକୁ ଗିରଫ କରିବା ବେଳେ ଚିହ୍ନିବାରେ ଯେମିତି ଭୁଲ୍ ନହୁଏ ସେଥିପ୍ରତି ମାଧବୀ ଲକ୍ଷ୍ୟ ରଖିଥିଲେ। ଗୁଳି ଫୁଟାଇବାରେ ବାଲକିଷନ ଏକ୍ସପୋର୍ଟ ଥିବାରୁ ତାକୁ ଧରିବା ପାଇଁ ସେମିତି ମଧ୍ୟ ଜାଲ ବିଛାଇ ଥିଲେ।

ଏହାପରେ ସେ 'ରାଧା ଲୋଧୀ' ସାଜି ପ୍ରଥମେ ସୋଶାଲ ମିଡିଆ ଫେସବୁକରେ ବାଲକିଷନ ସହ ଚାଟିଂ କରିଥିଲେ। ଚାଟିଂ ଜରିଆରେ ସେ ବାଲକିଷନର ଫୋନ୍ ନମ୍ୱର ଆଣିଥିଲେ। କଥା ହେଲା ବେଳେ ସେ ଜଣେ ଶ୍ରମିକ ବୋଲି କହିଥିଲେ। ଲଗାତାର ୩ ଦିନ ଧରି ଫୋନରେ ମାଧବୀ ‘ରାଧା’ ନାମରେ କଥା ହେବା ପରେ ବାଲକିଷନ ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲା।

ବିବାହ ପୂର୍ବରୁ ମଧ୍ୟପ୍ରଦେଶ ଉତ୍ତର ପ୍ରଦେଶ ସୀମାରେ ଥିବା ଏକ ମନ୍ଦିରରେ ପରସ୍ପରକୁ ଭେଟିବାକୁ କଥା ଛିଡ଼ିଲା। ମନ୍ଦିରକୁ ଏକ ଗାଡ଼ିରେ ଆସିଥିଲା ଅପରାଧୀ ବାଲକିଷନ। ଏହାପରେ ହଠାତ୍ ପାଖରେ ଥିବା ପୁଲିସମାନେ ବାଲକିଷନକୁ କାବୁ କରିନେଇଥିଲେ। ପୁଲିସ ପୋଷାକରେ ମାଧବୀ ଯେତେବେଳେ ବାଲକିଷନ ଆଗକୁ ଆସିଥିଲେ ସେତେବେଳେ ସେ କହିଥିଲେ ‘ରାଧା ଆସିଗଲା’। ଏହା ଶୁଣି ବାଲକିଷନ ହତବାକ୍ ହୋଇଯାଇଥିଲା।

ସୂଚନାଯୋଗ୍ୟ, ମାଧବୀ ପାଠ ପଢ଼ୁଥିବା ବେଳେ ଅନେକ ଖେଳରେ ବିଶ୍ୱବିଦ୍ୟାଳୟର ଗୋଲ୍ଡ ମେଡାଲ ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos