କାର ଇଂଜିନ୍‌ ଭିତରେ ଥିଲା ଏମିତି କିଛି, ଦେଖିଲା ପରେ ଉଡ଼ିଗଲା ସମସ୍ତଙ୍କ ହୋସ୍‌

ୱିସ୍‌କନ୍‌ସିନ୍‌: ଆମେରିକାର ଜଣେ ମହିଳାଙ୍କ କାର ଇଂଜିନ୍‌ରୁ ଏକ ବିରାଟକାୟ ଅଜଗର ଉଦ୍ଧାର କରାଯାଇଛି। ଏହାର ଫଟୋ ଫେସ୍‌ବୁକ୍‌ରେ ପୋଷ୍ଟ ହେବା ପରେ ଭାଇରାଲ୍‌ ହେବାରେ ଲାଗିଛି। ଗତ ବୁଧବାର ମହିଳା ଜଣଙ୍କ କାର୍‌ ଚଲାଇବା ବେଳେ ସମସ୍ୟା ଦେଖା ଦେଇଥିଲା। ଏହାପରେ ସେ କାର୍‌ ରଖି ଇଂଜିନ୍‌ରେ କ’ଣ ସମସ୍ୟା ହୋଇଛି ଦେଖିବାକୁ ହୁଡ଼ ଟେକିଥିଲେ। ହୁଡ ଟେକିବା ପରେ ସେ ଭୟରେ ଥରି ଯାଇଥିଲେ। କାରଣ ଏକ ବିରାଟକାୟ ଅଜଗର ତାଙ୍କ କାର ଇଂଜିନ୍‌ରେ […]

usa

usa

Rakesh Mallick
  • Published: Monday, 27 August 2018
  • Updated: 27 August 2018, 07:34 AM IST

Sports

Latest News

ୱିସ୍‌କନ୍‌ସିନ୍‌: ଆମେରିକାର ଜଣେ ମହିଳାଙ୍କ କାର ଇଂଜିନ୍‌ରୁ ଏକ ବିରାଟକାୟ ଅଜଗର ଉଦ୍ଧାର କରାଯାଇଛି। ଏହାର ଫଟୋ ଫେସ୍‌ବୁକ୍‌ରେ ପୋଷ୍ଟ ହେବା ପରେ ଭାଇରାଲ୍‌ ହେବାରେ ଲାଗିଛି।

ଗତ ବୁଧବାର ମହିଳା ଜଣଙ୍କ କାର୍‌ ଚଲାଇବା ବେଳେ ସମସ୍ୟା ଦେଖା ଦେଇଥିଲା। ଏହାପରେ ସେ କାର୍‌ ରଖି ଇଂଜିନ୍‌ରେ କ’ଣ ସମସ୍ୟା ହୋଇଛି ଦେଖିବାକୁ ହୁଡ଼ ଟେକିଥିଲେ। ହୁଡ ଟେକିବା ପରେ ସେ ଭୟରେ ଥରି ଯାଇଥିଲେ। କାରଣ ଏକ ବିରାଟକାୟ ଅଜଗର ତାଙ୍କ କାର ଇଂଜିନ୍‌ରେ ଭିତରେ ଥିଲା।

ଏହାପରେ ସେ ପୁଲିସ୍‌କୁ ଡକାଇଥିଲେ। ଓମ୍‌ରୋ ପୁଲିସ୍‌ ଅଫିସର୍‌ ପିଟର୍‌ ଏବଂ ୱିନିକୋନ୍‌ ପୁଲିସ୍‌ ଅଫିସର୍‌ ଲେଫ୍ଟନାଣ୍ଟ ସୌରିଓ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ବାହାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ।

ଏହାପରେ ସେମାନେ ଷ୍ଟେଭ୍‌ କେଲର୍‌ ନାମକ ଜଣେ ସାପ ଧରାଳିଙ୍କୁ ଡକାଇଥିଲେ। କେଲର୍‌ ଆସି କାର ଇଂଜିନ ଭିତରୁ ୪ ଫୁଟ୍‌ର ସାପଟିକୁ ବାହାର କରିଥିଲେ।

ସାପଟି ବଲ୍‌ ପାଇଥନ୍‌ ପ୍ରଜାତିର ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି।

ଏହାର ଫଟୋ ଓମ୍‌ରୋ ପୁଲିସ୍‌ ଫେସ୍‌ବୁକ୍‌ରେ ପୋଷ୍ଟ କରିବା ପରେ ଏହା ଭାଇରାଲ୍‌ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏହା ୨୦୦୦ ଥର ଶେୟାର ହୋଇସାରିଛି। ଏଥିରେ ବହୁତ କମେଣ୍ଟସ୍‌ ମଧ୍ୟ ଆସୁଛି।

ଜଣେ ଫେସ୍‌ବୁକ୍‌ ୟୁଜର୍‌ କମେଣ୍ଟ ଦେଇ ଲେଖିଛନ୍ତି, “ଓହଃ ମାଇଁ ଗଡ ! ମୁଁ କେବେ ବି କାର୍‌ର ହୁଡ ଖୋଲିବି ନାହିଁ।”

ଆଉ ଜଣେ ୟୁଜର୍‌ କମେଣ୍ଟସ୍‌ ଦେଇ ଲେଖିଛନ୍ତି, “ଏହା ଏକ ଭଲ କଥା, ଜଣେ ଲୋକ ଆଉ ଜଣେ ଲୋକକୁ ସାହାଯ୍ୟ କଲା। ଏହାସହ ସାପଟିକୁ ମଧ୍ୟ ସାହାଯ୍ୟ କଲା।”

ସ୍ଥାନୀୟ ରିପୋର୍ଟ ଅନୁସାରେ ସାପଟିକୁ ସୁରକ୍ଷିତ ରଖାଯାଇଛି। ସାପଟିକୁ ଜଣେ ବେଆଇନ୍‌ ଭାବେ ରଖିଥିଲେ। କୌଣସି ମତେ ସାପଟି ଖସି ଆସି ମହିଳାଙ୍କ କାର୍‌ ଇଂଜିନ ମଧ୍ୟରେ ପଶି ଯାଇଥିଲା। ଓମ୍‌ରୋରେ ବିଦେଶୀ ପ୍ରାଣୀଙ୍କୁ ଘରେ ପାଳିବା ବେଆଇନ୍‌ ହୋଇଥିବାରୁ ସାପଟିକୁ ତା’ଙ୍କ ମାଲିକଙ୍କୁ ହସ୍ତାନ୍ତର କରାଯାଇ ନଥିବା ପୁଲିସ୍‌ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos