ନୋଏଡା: ଚଳନ୍ତା ବସରେ ଦୁଷ୍କର୍ମର ଶିକାର ହୋଇଛନ୍ତି ମହିଳା। ବୁଧବାର ଜଣେ ୨୫ ବର୍ଷୀୟ ମହିଳା ନିଜ ଛୋଟ ଛୁଆ ସହିତ ଉତ୍ତର ପ୍ରଦେଶର ପ୍ରତାପଗଡ଼ରୁ ନୋଏଡା ଆସୁଥିବା ବେଳେ ବସର ଦୁଇ ଡ୍ରାଇଭର ତାଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ନୋଏଡା ପୁଲିସ୍ କହିଛି। ତେବେ ଜଣେ ଅଭିଯୁକ୍ତ ନିଖୋଜ ଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ପୁଲିସ୍ କହିଛି। ଲକ୍ଷ୍ନୌ-ମଥୁରା ମଧ୍ୟରେ ଏହି ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ମହିଳା ଜଣଙ୍କ ଦୁଇ ଛୋଟ ଛୁଆଙ୍କୁ ନେଇ ଘରୋଇ ବସରେ ଦୂରଯାତ୍ରା କରୁଥିଲେ। ଦୁଷ୍କର୍ମ ସମୟରେ ବସରେ ଆହୁରି ୧୦ ଜଣ ମୋଟ୍ ଥିଲେ। ସେଥିମଧ୍ୟରେ ବସର ହେଲପର ଏବଂ କଣ୍ଟକ୍ଟର ଥିଲେ। ତେବେ ମହିଳା ଜଣଙ୍କ ନୋଏଡାରେ ପହଞ୍ଚିବା ପରେ ଏତଲା ଦେଇଥିଲେ। ପୁଲିସ ଧାରା ୩୭୬ ଏବଂ ୫୦୬ ଧାରାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କ ସ୍ୱାମୀ ଜଣେ ପରିବା ବିକାଳୀ। ସେ ପ୍ରଥମ ଥର ବସରେ ନିଜ ଛୁଆଙ୍କୁ ଧରି ବାପ ଘରକୁ ଆସୁଥିଲେ।