ସମ୍ପର୍କୀୟଙ୍କ ଦ୍ୱାରା ହତ୍ୟାର ଶିକାର ହେଲେ ମହିଳା, ଦୁଇ ଝିଅ ଗୁରୁତର

କୋଲକାତା: ପାରିବାରିକ କଳହରୁ ଜଣେ ୪୦ ବର୍ଷୀୟା ମହିଳା ହତ୍ୟାର ଶିକାର ହୋଇଛନ୍ତି। ତାଙ୍କର ଦୁଇ ଝିଅ ମଧ୍ୟ ଆକ୍ରମଣର ଶିକାର ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ଏ ନେଇ ସୂଚନା ଦେଇଛି କୋଲକାତା ପୁଲିସ। ଶୁକ୍ରବାର କୋଲକାତାର ଏକବାଲପୁର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପୁଲିସ କହିଛି ଆକ୍ରମଣକାରୀ ଥାନାରେ ନିଜ ଦୋଷ ସ୍ୱୀକାର କରିଛି। ଏହାପରେ ଗିରଫ କରାଯାଇଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। […]

MURDER

Subhransu Sekhar
  • Published: Saturday, 26 September 2020
  • , Updated: 26 September 2020, 09:20 AM IST

କୋଲକାତା: ପାରିବାରିକ କଳହରୁ ଜଣେ ୪୦ ବର୍ଷୀୟା ମହିଳା ହତ୍ୟାର ଶିକାର ହୋଇଛନ୍ତି। ତାଙ୍କର ଦୁଇ ଝିଅ ମଧ୍ୟ ଆକ୍ରମଣର ଶିକାର ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ଏ ନେଇ ସୂଚନା ଦେଇଛି କୋଲକାତା ପୁଲିସ।

ଶୁକ୍ରବାର କୋଲକାତାର ଏକବାଲପୁର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପୁଲିସ କହିଛି ଆକ୍ରମଣକାରୀ ଥାନାରେ ନିଜ ଦୋଷ ସ୍ୱୀକାର କରିଛି। ଏହାପରେ ଗିରଫ କରାଯାଇଛି।

ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମହିଳା ଜଣକ ଆକ୍ରମଣର ଶିକାର ହେବା ପରେ ଗୁରୁତର ହୋଇ ପଡ଼ିଥିଲେ। ଏହାପରେ ସ୍ଥାନୀୟ ଲୋକମାନେ ତାଙ୍କୁ ହସ୍ପିଟାଲ ନେଉଥିଲେ। ହେଲେ ରାସ୍ତାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଙ୍କର ଦୁଇ ଝିଅଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ରହିଛି।

Related story