ଆଜି ବିଶ୍ୱ କିଡ୍‌ନୀ ଦିବସ

ୱାଶିଂଟନ୍: ଆଜି ବିଶ୍ୱ କିଡ୍‌ନୀ ଦିବସ। କିଡ୍‌ନୀ ବା ବୃକକ୍ ରୋଗରୁ ରକ୍ଷା ପାଇବା ଲାଗି ସଚେତନତା ଉଦ୍ଦେଶ୍ୟରେ ପ୍ରତିବର୍ଷ  ମାର୍ଚ୍ଚ  ଦ୍ୱିତୀୟ ଗୁରୁବାରକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କିଡ୍‌ନୀ ଦିବସ ଭାବେ ପାଳନ କରାଯାଇ ଆସୁଅଛି।  ଚଳିତବର୍ଷ ଏହି ଦିବସର ଥିମ୍ ରହିଛି ‘କିଡ୍‌ନୀ ଡିଜିଜ୍ ଆଣ୍ଡ୍ ଚିଲ୍‌ଡ୍ରେନ୍ ଆକ୍ଟ ୟର୍ଲି ଟୁ ପ୍ରିଭେଣ୍ଟ୍ ଇଟ୍’, ଅର୍ଥାତ୍ କିଡ୍‌ନୀ ରୋଗରୁ ପିଲାଙ୍କୁ ରକ୍ଷା। ଉପଯୁକ୍ତ ଚିକିତ୍ସା ଅଭାବରୁ ପ୍ରତିବର୍ଷ କିଡ୍‌ନୀ  ଜନିତ ରୋଗରେ ଅନେକଙ୍କ […]

kidney

Rakesh Mallick
  • Published: Thursday, 10 March 2016
  • , Updated: 04 May 2017, 03:44 PM IST

ୱାଶିଂଟନ୍: ଆଜି ବିଶ୍ୱ କିଡ୍‌ନୀ ଦିବସ। କିଡ୍‌ନୀ ବା ବୃକକ୍ ରୋଗରୁ ରକ୍ଷା ପାଇବା ଲାଗି ସଚେତନତା ଉଦ୍ଦେଶ୍ୟରେ ପ୍ରତିବର୍ଷ  ମାର୍ଚ୍ଚ  ଦ୍ୱିତୀୟ ଗୁରୁବାରକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କିଡ୍‌ନୀ ଦିବସ ଭାବେ ପାଳନ କରାଯାଇ ଆସୁଅଛି।  ଚଳିତବର୍ଷ ଏହି ଦିବସର ଥିମ୍ ରହିଛି ‘କିଡ୍‌ନୀ ଡିଜିଜ୍ ଆଣ୍ଡ୍ ଚିଲ୍‌ଡ୍ରେନ୍ ଆକ୍ଟ ୟର୍ଲି ଟୁ ପ୍ରିଭେଣ୍ଟ୍ ଇଟ୍’, ଅର୍ଥାତ୍ କିଡ୍‌ନୀ ରୋଗରୁ ପିଲାଙ୍କୁ ରକ୍ଷା।

ଉପଯୁକ୍ତ ଚିକିତ୍ସା ଅଭାବରୁ ପ୍ରତିବର୍ଷ କିଡ୍‌ନୀ  ଜନିତ ରୋଗରେ ଅନେକଙ୍କ ମୃତ୍ୟୁ ହେଉଛି। ତେଣୁ ଏହାକୁ  ଆରମ୍ଭରୁ ଚିକିତ୍ସା କରାଯାଇପାରିଲେ ଜଣେ ସୁସ୍ଥ ଜୀବନଯାପନ କରିପାରିବ। କିଡ୍‌ନୀରେ ଯଦି ସମସ୍ୟା ଦେଖାଦିଏ ତେବେ ବ୍ଲଡ୍ ପ୍ରେସର, ରକ୍ତହୀନତା, ଗଣ୍ଠି ଯନ୍ତ୍ରଣା ଆଦି ଦେଖାଯାଏ। ତେଣୁ ଲୋକଙ୍କ ମଧ୍ୟରେ ସଚେତନତା ପାଇଁ ବିଶ୍ୱର କୋଣ ଅଣୁକୋଣରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।

Related story