ଯୋଗ ଦିବସ ପାଇଁ ପ୍ରସ୍ତୁତି ଶେଷ, ସୁରକ୍ଷା ବ୍ୟବସ୍ଥା କଡ଼ାକଡି

ନୂଆଦିଲ୍ଲୀ: ଜୁନ‍ ୨୧। ପ୍ରଥମଥର ପାଇଁ ପାଳନ ହେବ ଅନ୍ତର୍ଜାତୀୟ ଯୋଗ ଦିବସ। ଏଥିପାଇଁ ନୂଆଦିଲ୍ଲୀ ସ୍ଥିତ ରାଜପଥରେ ପ୍ରସ୍ତୁତି ଶେଷ ହୋଇଛି। ଆୟୁଷ ମନ୍ତ୍ରଣାଳୟ ଅନୁଯାୟୀ ରବିବାର ସକାଳ ୬ଟା ୪୦ ମିନିଟ‍୍‌ରେ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ‍୍‌ବୋଧନ ପରେ ସକାଳ ୭ଟାରୁ ୭ଟା ୩୩ ମିନିଟ‍୍‌ ପର୍ଯ୍ୟନ୍ତ ୩୫ହଜାର ଲୋକ ୧୫ଟି ଯୋଗାସନ କରିବେ। ଏହାସହ ବିଭିନ୍ନ ରାଜ୍ୟରୁ ଆସିଥିବା ୫୦୦ରୁ ଅଧିକ ସାଂସଦ, କେନ୍ଦ୍ରମନ୍ତ୍ରୀ, ବିଦେଶୀ ଭିଭିଆଇପି […]

internationaldayofyoga-blog-2

internationaldayofyoga-blog-2

Rakesh Mallick
  • Published: Saturday, 20 June 2015
  • Updated: 20 June 2015, 04:06 AM IST

Sports

Latest News

ନୂଆଦିଲ୍ଲୀ: ଜୁନ‍ ୨୧। ପ୍ରଥମଥର ପାଇଁ ପାଳନ ହେବ ଅନ୍ତର୍ଜାତୀୟ ଯୋଗ ଦିବସ। ଏଥିପାଇଁ ନୂଆଦିଲ୍ଲୀ ସ୍ଥିତ ରାଜପଥରେ ପ୍ରସ୍ତୁତି ଶେଷ ହୋଇଛି। ଆୟୁଷ ମନ୍ତ୍ରଣାଳୟ ଅନୁଯାୟୀ ରବିବାର ସକାଳ ୬ଟା ୪୦ ମିନିଟ‍୍‌ରେ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ‍୍‌ବୋଧନ ପରେ ସକାଳ ୭ଟାରୁ ୭ଟା ୩୩ ମିନିଟ‍୍‌ ପର୍ଯ୍ୟନ୍ତ ୩୫ହଜାର ଲୋକ ୧୫ଟି ଯୋଗାସନ କରିବେ। ଏହାସହ ବିଭିନ୍ନ ରାଜ୍ୟରୁ ଆସିଥିବା ୫୦୦ରୁ ଅଧିକ ସାଂସଦ, କେନ୍ଦ୍ରମନ୍ତ୍ରୀ, ବିଦେଶୀ ଭିଭିଆଇପି ସହ ୫୦୦୦ହଜାର କୁନି କୁନି ଛାତ୍ରଛାତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଶୁକ୍ରବାର ଏଥିପାଇଁ ପୂର୍ବାଭ୍ୟାସରେ ୧୨ହଜାର ଲୋକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ିକଡ଼ି କରାଯାଇଛି। ଶାନ୍ତିଶୃଙ୍ଖଳା ଲାଗି ଦିଲ୍ଲୀର ୧୮ଜଣ ଡିସିପି ଓ ୩୦ ପ୍ଲାଟୁନ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଓ ବିଭିନ୍ନ ସ୍ଥାନରୁ ଆସୁଥିବା ବିଶିଷ୍ଟ ଅତିଥିଙ୍କ ପାଇଁ ୫ହଜାରରୁ ଅଧିକ ସଶସ୍ତ୍ର ସୁରକ୍ଷାକର୍ମୀ ଓ ବରିଷ୍ଠ ପୋଲିସ କର୍ମଚାରୀ ଉପସ୍ଥିତ ରହିବେ ବୋଲି ଦିଲ୍ଲୀ ପୋଲିସ କମିଶନର ବିଏସ ବାଶି ସୂଚନା ଦେଇଛନ୍ତି। ଏହାସହ ଅପ୍ରତୀକର ପରିସ୍ଥିତିକୁ ଏଡେଇବା ପାଇଁ ସ୍ନିପର ଡଗ୍ ଓ ବମ୍ ନିଷ୍କ୍ରିୟ ଦଳ ୨୪ଘଣ୍ଟା ଆଲର୍ଟ କରାଯାଇଛି। ଏହାସହ ଟ୍ରାଫିକ ନିୟନ୍ତ୍ରଣ କରିବାକୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ବିଶ୍ୱ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନର ଦିନକୁ ପୂର୍ବରୁ ରାଜପଥକୁ ବନ୍ଦ କରିଦିଆ ଯାଇଥିବାବେଳେ ବିଜୟ ଦ୍ୱାରରୁ ଇଣ୍ଡିଆ ଗେଟ୍ ଯାଏଁ ୱାନ୍-ୱେ କରାଯାଇଛି। ଏହାସହ ରାଜପଥକୁ ଯୋଗ କରୁଥିବା ମଦର ଟେରେସା କ୍ରିସେଣ୍ଟ, ବାବା ଖରାକ ସିଂହ ମାର୍ଗକୁ ବନ୍ଦ କରାଯାଇଛି। ଏହାସହ ବାରଖମ୍ବ ମାର୍ଗ, ଭଗୱାନ ଦାସ ମାର୍ଗ, ମଥୁରା ରୋଡ, ଲୋଧି ରୋଡ, ଅରୋବିନ୍ଦ ଛକ, ସଫଦରଗଞ୍ଜ ରୋଡ, କମଲ୍ ଅଟା ତୁର୍କ ମାର୍ଗ, କୌଟିଲ୍ୟ ମାର୍ଗ ଓ ସର୍ଦାର ପଟେଲ ମାର୍ଗକୁ ସିଲ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos