Advertisment

ଫତୱା ଜାରି: ମୁହଁ ଘୋଡ଼ାଇ ଟିଭିରେ ଆଙ୍କରିଂ କରିବେ ମହିଳା ଆଙ୍କର

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ମହିଳାମାନଙ୍କ ସ୍ୱାଧୀନତା ବିପନ୍ନ ଚରମ ସୀମାରେ ପହଞ୍ଚିଛି। ଦୈନିକ ନୂଆ ନୂଆ କଟକଣା ଜାରି କରି  ସେମାନଙ୍କୁ ଘରର ଚାରିକାନ୍ଥ ଭିତରେ ଆବଦ୍ଧ ରହିବାକୁ  ବାଧ୍ୟ କରୁଛି ତାଲିବାନ୍‌ ସରକାର। ଏବେ ସେଠିକାର ମହିଳାଙ୍କ ପାଇଁ ନୂଆ ଫତୱା ଜାରି କରାଯାଇଛି। ଏଣିକି ମହିଳା ଆଙ୍କରମାନେ ମୁହଁ ଘୋଡାଇ ହୋଇ ଟିଭିରେ ଉପସ୍ଥାପନା କରିବେ । ଏନେଇ ତାଲିବାନ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ତାଲିବାନ ଶାସନ ପରେ ମହିଳା ମାନଙ୍କ ପ୍ରତି […]

author-image
Tapas Behera
ଅଦ୍ୟତନ ହୋଇଛି
ଫତୱା ଜାରି: ମୁହଁ ଘୋଡ଼ାଇ ଟିଭିରେ ଆଙ୍କରିଂ କରିବେ ମହିଳା ଆଙ୍କର

afgan

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ମହିଳାମାନଙ୍କ ସ୍ୱାଧୀନତା ବିପନ୍ନ ଚରମ ସୀମାରେ ପହଞ୍ଚିଛି। ଦୈନିକ ନୂଆ ନୂଆ କଟକଣା ଜାରି କରି  ସେମାନଙ୍କୁ ଘରର ଚାରିକାନ୍ଥ ଭିତରେ ଆବଦ୍ଧ ରହିବାକୁ  ବାଧ୍ୟ କରୁଛି ତାଲିବାନ୍‌ ସରକାର। ଏବେ ସେଠିକାର ମହିଳାଙ୍କ ପାଇଁ ନୂଆ ଫତୱା ଜାରି କରାଯାଇଛି। ଏଣିକି ମହିଳା ଆଙ୍କରମାନେ ମୁହଁ ଘୋଡାଇ ହୋଇ ଟିଭିରେ ଉପସ୍ଥାପନା କରିବେ । ଏନେଇ ତାଲିବାନ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ତାଲିବାନ ଶାସନ ପରେ ମହିଳା ମାନଙ୍କ ପ୍ରତି ଅଧିକ କଠୋର ହୋଇଛି ତାଲିବାନ।  ମହିଳାଙ୍କ ପାଇଁ ବୁର୍ଖା ବାଧ୍ୟତାମୂଳକ ହୋଇଛି। ଘରୁ ବାହାରିବା ମାତ୍ରେ ଏହାକୁ ମାନିବାକୁ ପଡିବ। ଯେ କୌଣସି ପରିସ୍ଥିତିରେ ମାନିବାକୁ ପଡିବ ବୋଲି ଚେତାବନୀ ଦିଆଯାଇଛି ।

Advertisment

ଆଫଗାନିସ୍ତାନର ସବୁ ଟିଭିରେ ଉପସ୍ଥାପନା ବେଳେ ମହିଳାମାନେ ମୁହଁ ଘୋଡାଇବା ବାଧ୍ୟତାମୂଳକ କରାଯାଇଛି । ତାଲିବାନ ସରକାରଙ୍କ ଏପରି ଘୋଷଣା ପରେ ଅନେକ ମହିଳା ଆଙ୍କର ମୁହଁ ଘୋଡାଇ ହୋଇ ଖବର ପଢୁଥିବା ଦେଖାଯାଇଛି । ପୂର୍ବରୁ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ତାଲିବାନ କ୍ଷମତାରେ ଥିବା ବେଳେ ସମସ୍ତ ମହିଳାଙ୍କ ପାଇଁ ବୁର୍ଖା ପିନ୍ଧିବା ବାଧ୍ୟତା ମୂଳକ କରାଯାଇଥିଲା ।

ସେହିପରି ଗତ ବର୍ଷ ପୁଅ-ଝିଅ ଏକାଠି ବସି ପାଠ ପଢ଼ିବାକୁ ବାରଣ କରିଥିଲା ତାଲିବାନ।  ବିଶ୍ୱବିଦ୍ୟାଳୟରେ ପୁଅ ଓ ଝିଅ ଏକାଠି ପାଠ ପଢ଼ିବାକୁ ବାରଣ କରାଯାଇ ଥିଲା  । କାବୁଲ ତାଲିବାନଙ୍କ ନିୟନ୍ତ୍ରଣକୁ ଆସିବା ପରେ ପୂରା ଦେଶରେ ଏବେ ମହିଳାମାନଙ୍କ ପାଇଁ ସମ୍ପୂର୍ଣ୍ଣ ଅସୁରକ୍ଷିତ ମନେ କରୁଛନ୍ତି । ଅନ୍ୟପକ୍ଷରେ ବେସରକାରୀ ଅନୁଷ୍ଠାନଗୁଡ଼ିକ ପୃଥକ ଶ୍ରେଣୀ ନଥିବାରୁ ହଜାର ହଜାର ବାଳିକା ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଛନ୍ତି ।

Advertisment
Afganistan Taliban Recapture Afghanistan