Advertisment

ପଞ୍ଜଶିର ଅଭିମୁଖେ ତାଲିବାନ, କିନ୍ତୁ ଭଲିବଲ ଖେଳୁଛନ୍ତି ଅମରୁଲ୍ଲା ସାଲେହ

କାବୁଲ: ଆଫଗାନିସ୍ତାନର ପଞ୍ଜଶିର ଦଖଲ କରିବାକୁ ଏବେ ତାଲିବାନ ଆଗକୁ ବଢ଼ୁଛି। ଆଜିଠାରୁ ତାଲିବାନର ଯୋଦ୍ଧାମାନେ ପଞ୍ଜଶିର ଦଖଲ ଅଭିଯାନ ଆରମ୍ଭ କରିଛନ୍ତି। ସେମାନେ କେନ୍ଦ୍ରୀୟ ପଞ୍ଜଶିରକୁ ଘେରାଉ ମଧ୍ୟ କରିଛନ୍ତି। ହେଲେ ସେଠାରେ ତାଲିବାନକୁ କଡ଼ା ଟକ୍କର ଦେବାକୁ ସ୍ଥାନୀୟ ଲୋକ ନର୍ଦ୍ଦନ ଆଲିୟାନ୍ସ ପ୍ରସ୍ତୁତ ହୋଇ ରହିଛନ୍ତି। ପଞ୍ଜଶିର କେବେ ହେଲେ କୌଣସି ବିଦେଶୀ ରାଷ୍ଟ୍ର କିମ୍ବା ତାଲିବାନ ପଞ୍ଝାକୁ ଯାଇନାହିଁ। ଏଥର ତାଲିବାନ ଆଫଗାନର ସବୁ ଅଞ୍ଚଳ ଦଖଲ କରିସାରିଥିବା ବେଳେ ପଞ୍ଜଶିର […]

author-image
Hemant Lenka
ଅଦ୍ୟତନ ହୋଇଛି
ପଞ୍ଜଶିର ଅଭିମୁଖେ ତାଲିବାନ, କିନ୍ତୁ ଭଲିବଲ ଖେଳୁଛନ୍ତି ଅମରୁଲ୍ଲା ସାଲେହ

amrullah

କାବୁଲ: ଆଫଗାନିସ୍ତାନର ପଞ୍ଜଶିର ଦଖଲ କରିବାକୁ ଏବେ ତାଲିବାନ ଆଗକୁ ବଢ଼ୁଛି। ଆଜିଠାରୁ ତାଲିବାନର ଯୋଦ୍ଧାମାନେ ପଞ୍ଜଶିର ଦଖଲ ଅଭିଯାନ ଆରମ୍ଭ କରିଛନ୍ତି। ସେମାନେ କେନ୍ଦ୍ରୀୟ ପଞ୍ଜଶିରକୁ ଘେରାଉ ମଧ୍ୟ କରିଛନ୍ତି। ହେଲେ ସେଠାରେ ତାଲିବାନକୁ କଡ଼ା ଟକ୍କର ଦେବାକୁ ସ୍ଥାନୀୟ ଲୋକ ନର୍ଦ୍ଦନ ଆଲିୟାନ୍ସ ପ୍ରସ୍ତୁତ ହୋଇ ରହିଛନ୍ତି।

Advertisment

ପଞ୍ଜଶିର କେବେ ହେଲେ କୌଣସି ବିଦେଶୀ ରାଷ୍ଟ୍ର କିମ୍ବା ତାଲିବାନ ପଞ୍ଝାକୁ ଯାଇନାହିଁ। ଏଥର ତାଲିବାନ ଆଫଗାନର ସବୁ ଅଞ୍ଚଳ ଦଖଲ କରିସାରିଥିବା ବେଳେ ପଞ୍ଜଶିର ଏଯାଏ ସ୍ୱାଧୀନ ପ୍ରଦେଶ ଭାବେ ରହିଛି। ଏସବୁ ଭିତରେ ଅଶରଫ ଘନି ସରକାରରେ ଉପ ରାଷ୍ଟ୍ରପତି ଥିବା ଅମରୁଲ୍ଲା ସାଲେହଙ୍କ ଗୋଟିଏ ଭିଡିଓ ସାମ୍ନାକୁ ଆସିଛି।

ଘନି ଦେଶ ଛାଡ଼ିବା ପରେ ଅମରୁଲ୍ଲା ନିଜକୁ ଆଫଗାର ରାଷ୍ଟ୍ରପତି ଭାବେ ଘୋଷଣା କରିବା ସହ ତାଲିବାନ ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି। ତାଲିବାନ ପଞ୍ଜଶିର ଦଖଲ କରିବାକୁ ବାହାରିଥିବା ବେଳେ ଅମରୁଲ୍ଲା କିନ୍ତୁ ବେଶ ରିଲାକ୍ସ ମୁଡରେ ଅଛନ୍ତି। ଏବେ ସେ ତାଲିବାନ ବିରୋଧୀ ସଦସ୍ୟଙ୍କ ସହ ଭଲିବଲ ଖେଳୁଥିବା ଦେଖିବାକୁ ମିଳିଛି।

Advertisment

ଆଫଗାନିସ୍ତାନରେ ତାଲିବାନକୁ ବିରୋଧ କରିବା ପାଇଁ ଦେଶର କିଛି ସେନା ଯବାନ ଅମରୁଲ୍ଲାଙ୍କ ସହ ହାତ ମିଳାଇଛନ୍ତି। ସେମାନଙ୍କ ସହ ସ୍ଥାନୀୟ ମିଲିସିଆ ମଧ୍ୟ ରହିଛନ୍ତି। ଏହି ବିରୋଧୀ ସଂଗଠନର ନେତୃତ୍ୱ ଆଣ୍ଟି ସୋଭିଏତ ମୁଜାହିଦିନ କମାଣ୍ଡର ଦିବଂଗତ ଅହମଦ ଶାହ ମାସୁଦଙ୍କ ପୁଅ ଅହମଦ ମାସୁଦ ନେଉଛନ୍ତି। ସେ ପଞ୍ଜଶିରରେ ନିଜର ସ୍ୱତନ୍ତ୍ର ସଂଗଠନ ଗଠନ କରି ତାଲିବାନ ବରୋଧରେ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି।


ସାମ୍ନାକୁ ଆସିଥିବା ଭିଡିଓରେ ଅମରୁଲ୍ଲା ବେଶ ଖୁସି ମିଜାଜରେ ଭଲିବଲ ଖେଳୁଛନ୍ତି। ପଞ୍ଜଶିର ଉପତ୍ୟକାରେ ହିଁ ସେ ରହିଛନ୍ତି। ଭିଡିଓରେ ଦୁଇ ଜଣ ବନ୍ଧୁକଧାରୀ ଭଲିବଲ କୋଟ୍‌ରେ ଛିଡ଼ା ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି।

Taliban Attack