Advertisment

'ରକ୍ତପାତ ହେବା ଅପେକ୍ଷା ଦେଶ ଛାଡ଼ିଦେବା ଠିକ୍ ଭାବିଲି'

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଦେଶ ଛାଡି ପଳାଇଥିବା ରାଷ୍ଟ୍ରପତି ଅଶରଫ ଘନି ବିଳମ୍ବିତ ରାତିରେ ଫେସବୁକରେ ପୋଷ୍ଟ କରି ନିଜ ଦେଶ ଛାଡିବାର କାରଣ ସ୍ପଷ୍ଟ କରିଛନ୍ତି। ସେ ଥିଲେ ଆଫଗାନିସ୍ତାନରେ ରକ୍ତପାତ ପରିସ୍ଥିତି ଉପୁଜିଥାନ୍ତା ସେ କିନ୍ତୁ ଏଭଳି ହଉ ବୋଲି ଚାହାନ୍ତି ନାହିଁ। ତେଣୁ ସେ ଦେଶ ଛାଡ଼ି ପଳାଇ ଆସିଛନ୍ତି ବୋଲି ଫେସବୁକ ପୋଷ୍ଟ ଜରିଆରେ ଅଶରଫ ଘନି ଲେଖିଛନ୍ତି। ଘନି ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ଯଦି […]

author-image
Subhransu Sekhar
ଅଦ୍ୟତନ ହୋଇଛି
'ରକ୍ତପାତ ହେବା ଅପେକ୍ଷା ଦେଶ ଛାଡ଼ିଦେବା ଠିକ୍ ଭାବିଲି'

Ashraf-ghani

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଦେଶ ଛାଡି ପଳାଇଥିବା ରାଷ୍ଟ୍ରପତି ଅଶରଫ ଘନି ବିଳମ୍ବିତ ରାତିରେ ଫେସବୁକରେ ପୋଷ୍ଟ କରି ନିଜ ଦେଶ ଛାଡିବାର କାରଣ ସ୍ପଷ୍ଟ କରିଛନ୍ତି। ସେ ଥିଲେ ଆଫଗାନିସ୍ତାନରେ ରକ୍ତପାତ ପରିସ୍ଥିତି ଉପୁଜିଥାନ୍ତା ସେ କିନ୍ତୁ ଏଭଳି ହଉ ବୋଲି ଚାହାନ୍ତି ନାହିଁ। ତେଣୁ ସେ ଦେଶ ଛାଡ଼ି ପଳାଇ ଆସିଛନ୍ତି ବୋଲି ଫେସବୁକ ପୋଷ୍ଟ ଜରିଆରେ ଅଶରଫ ଘନି ଲେଖିଛନ୍ତି।

Advertisment

ଘନି ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ଯଦି ସେ ଆଫଗାନିସ୍ତାନରେ ରହିଥାନ୍ତେ ତେବେ ବହୁ ସଂଖ୍ୟକ ଲୋକ ଦେଶ ପାଇଁ ତାଲିବାନ ସହିତ ଲଢ଼େଇ କରିଥାନ୍ତେ। ଏପରି ପରିସ୍ଥିତିରେ ଅନେକ ଲୋକ ପ୍ରାଣ ହରାଇଥାନ୍ତେ। କାବୁଲ ସହର ମଧ୍ୟ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥାନ୍ତା। ସେ ଲେଖିଛନ୍ତି ଯେ ବର୍ତ୍ତମାନ ତାଲିବାନ ଜିତିସାରିଛି। ତେଣୁ ଏବେ ଆଫଗାନିସ୍ତାନ ଲୋକଙ୍କ ସମ୍ମାନ, ସମ୍ପତ୍ତି ଏବଂ ସୁରକ୍ଷା ପାଇଁ ତାଲିବାନ ଉତ୍ତରଦାୟୀ। ତାଲିବାନ ଏକ ଐତିହାସିକ ପରୀକ୍ଷାର ସମ୍ମୁଖୀନ ହେଉଛି ବୋଲି ଅଶରଫ ଘନି କହିଛନ୍ତି।

ତେବେ ସେ ବର୍ତ୍ତମାନ କେଉଁଠାରେ ଅଛନ୍ତି ବୋଲି ଅଶରଫ ଘନି ତାଙ୍କ ପୋଷ୍ଟରେ ଉଲ୍ଲେଖ କରି ନାହାନ୍ତି। ଆଫଗାନିସ୍ତାନର ପ୍ରମୁଖ ମିଡିଆ 'ଟୋଲୋ ନ୍ୟୁଜ୍' ଅନୁଯାୟୀ ଘନି ଏବେ ତାଜିକିସ୍ତାନ (Tajikistan) ଯାଇଛନ୍ତି

Advertisment

ଅନେକ ଲୋକ ଏବେ ଭୟଭୀତ ଏବଂ ଭବିଷ୍ୟତକୁ ଚିନ୍ତିତ। ତାଲିବାନ ପାଇଁ ଆଫଗାନିସ୍ତାନର ଦେଶର ସମସ୍ତ ଲୋକ, ଭଉଣୀ ଏବଂ ମହିଳାମାନଙ୍କ ବିଶ୍ୱାସ ସହିତ ହୃଦୟ ଜିତିବା ଦରକାର। ଯାହା ବି ଯୋଜନା ତାଲିବାନ କରୁଛି ତାକୁ ଲୋକଙ୍କ ସହ ଶେଆର କରିବା ଦରକାର ବୋଲି ଘନି ତାଙ୍କ ଫେସବୁକ ପୋଷ୍ଟରେ ଲେଖିଛନ୍ତି। ସେ ଏବେ ବି ଆଫଗାନିସ୍ତାନକୁ ଭଲ ପାଆନ୍ତି। ଆଫଗାନିସ୍ତାନବାସୀଙ୍କ ସେବା କରିବା ତାଙ୍କର ଉଦ୍ଦେଶ୍ୟ ରହିଛି ବୋଲି ଘନି କହିଛନ୍ତି।

ସୂଚନାଯୋଗ୍ୟ, ତାଲିବାନ ଏବଂ ଆଫଗାନିସ୍ତାନ ସରକାରର ଶାନ୍ତି ପ୍ରକ୍ରିୟାର ମୁଖ୍ୟ ଅବଦୁଲ୍ଲା-ଅବଦୁଲ୍ଲା ଆଫଗାନିସ୍ତାନରେ ଏପରି ପରିସ୍ଥିତି ପାଇଁ ଅଶରଫ ଘନିଙ୍କୁ ଦାୟୀ କରିଛନ୍ତି। ସେହିପରି ଆଫଗାନର ପୂର୍ବତନ ମହିଳା ସାଂସଦ ଜାମିଲ କାରଜାଇ କହିଛନ୍ତି, କାବୁଲ ଏବେ ତାଲିବାନଙ୍କ ନିୟନ୍ତ୍ରଣରେ ରହିଛି। ଯେତେବେଳେ ସେ କାବୁଲ ଛାଡ଼ିଲେ ସେତେବେଳେ ରାଷ୍ଟ୍ରପତି ଅଫଗନ ଘନି ଦେଶକୁ ଧୋକ୍କା ଦେଇ ଅନ୍ୟ ଦେଶକୁ ପଳାଇ ସାରିଥିଲେ। ଦେଶରେ ଯାହା ବି ହୋଇଛି ସେଥିପାଇଁ ଘନି ହିଁ ଦାୟୀ।

Afganistan Taliban Recapture Afghanistan Taliban Attack