Advertisment

କାର, ଟଙ୍କା ଓ ହେଲିକପ୍ଟର ନେଇଗଲେ ଅସରଫ

କାବୁଲ: ତାଲିବାନ ଶାସନ ଗାଦି ଦଖଲ କରିବାକୁ ଯାଉଥିବା ଦେଖି ଆଫଗାନିସ୍ତାନ ଛାଡ଼ି ପଳାଇଛନ୍ତି ରାଷ୍ଟ୍ରପତି ଅଶରଫ ଘନି। ଏହି ସମୟରେ ସେ ନଗଦ ଟଙ୍କା ଓ ହେଲିକପ୍ଟର, ଚାରୋଟି କାର ନେଇ କାବୁଲ ଛାଡିଥିବା ସୂଚନା ରହିଛି। ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥାର ରିପୋର୍ଟ ଅନୁଯାୟୀ ଅଶରଫ ଘନି ଅନେକ କିଛି ନେଇଯାଇଛନ୍ତି ଦେଶ ଛାଡ଼ିବା ବେଳେ। ହେଲେ ଅନେକ କିଛି ଛାଡ଼ି ଯାଇଛନ୍ତି ନେବା ପାଇଁ ଜାଗା ନଥିବାରୁ। ତେଣୁ ସେ ତାଙ୍କର କିଛି […]

ଅଦ୍ୟତନ ହୋଇଛି
କାର, ଟଙ୍କା ଓ ହେଲିକପ୍ଟର ନେଇଗଲେ ଅସରଫ

ASHRAF-GHANI

Advertisment

କାବୁଲ: ତାଲିବାନ ଶାସନ ଗାଦି ଦଖଲ କରିବାକୁ ଯାଉଥିବା ଦେଖି ଆଫଗାନିସ୍ତାନ ଛାଡ଼ି ପଳାଇଛନ୍ତି ରାଷ୍ଟ୍ରପତି ଅଶରଫ ଘନି। ଏହି ସମୟରେ ସେ ନଗଦ ଟଙ୍କା ଓ ହେଲିକପ୍ଟର, ଚାରୋଟି କାର ନେଇ କାବୁଲ ଛାଡିଥିବା ସୂଚନା ରହିଛି।

Advertisment

ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥାର ରିପୋର୍ଟ ଅନୁଯାୟୀ ଅଶରଫ ଘନି ଅନେକ କିଛି ନେଇଯାଇଛନ୍ତି ଦେଶ ଛାଡ଼ିବା ବେଳେ। ହେଲେ ଅନେକ କିଛି ଛାଡ଼ି ଯାଇଛନ୍ତି ନେବା ପାଇଁ ଜାଗା ନଥିବାରୁ। ତେଣୁ ସେ ତାଙ୍କର କିଛି ଟଙ୍କା ଏବଂ ଗାଡ଼ି ଛାଡି ଦେଇଥିବା ଜଣାପଡ଼ିଛି। କାବୁଲରେ ଥିବା ରୁଷ ଦୂତାବାସର ମୁଖପାତ୍ର ନିକିତା ଇନଶେଙ୍କୋ କହିଛନ୍ତି ଯେ ଅସରଫ ଘନି କାବୁଲ ଛାଡ଼ିବା ବେଳେ ସାଙ୍ଗରେ ଚାରୋଟି କାର ନେଇଛନ୍ତି। ଯେଉଁଥିରେ ନଗଦ ଟଙ୍କା ଭର୍ତ୍ତି ହୋଇ ରହିଥିଲା। ସେହିପରି ଏକ ହେଲିକପ୍ଟରରେ ଟଙ୍କା ଭର୍ତ୍ତି କରି ନେଇଛନ୍ତି। ରୁଷର ମୁଖପାତ୍ର ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ଏହା କହିଥିବା ସୂଚନା ରହିଛି।

ଅଶରଫ ଘନି ବର୍ତ୍ତମାନ କେଉଁଠାରେ ଅଛନ୍ତି ତାହା କେହି ଜାଣନ୍ତି ନାହିଁ। ତେବେ ମିଳିଖିବା ସୂଚନା ଅନୁଯାୟୀ ଅଶରଫ ଏବେ ଓମାନରେ ଅଛନ୍ତି। ତାଜିକିସ୍ତାନ ଏବଂ କାଜାଖସ୍ତାନ ଅସରଫଙ୍କୁ ଓହ୍ଲାଇବାକୁ ଅନୁମତି ଦେଇନଥିବା ସୂଚନା ରହିଛି। ତେଣୁ ଅସରଫ ଏବେ ଓମାନ ଦେଇ ଆମେରିକା ଯିବାକୁ ପ୍ରସ୍ତୁତ ହେଉଛନ୍ତି।

Advertisment

ଆଫଗାନିସ୍ତାନ ଛାଡିବା ପୂର୍ବରୁ ଅସରଫ ଘନି ଫେସବୁକରେ ଏକ ପୋଷ୍ଟ ଲେଖି ଦେଶ ଛାଡ଼ିବାର କାରଣ କହିଥିଲେ। ଘନି କହିଥିଲେ ଯେ ଯଦି ସେ ଏଠାରେ ରୁହନ୍ତି ତେବେ ତାଙ୍କ ସମର୍ଥକମାନେ ମଧ୍ୟ ରାସ୍ତାକୁ ଆସିବେ ଏବଂ ତାଲିବାନ ସହ ଲଢ଼େଇ ହୋଇପାରେ। ଏମିତି ହେଲେ ଦେଶରେ ହିଂସା ବଢ଼ିବ। ଅନେକ ଲୋକ ପ୍ରାଣ ହରାଇବେ।

ସୂଚନାଯୋଗ୍ୟ, ରବିବାର ତାଲିବାନ କାବୁଲକୁ ଦଖଲ କରିଥିଲା। ଏହା ସହ ତାଲିବାନ ଆଫଗାନିସ୍ତାନର ପ୍ରାୟ ସମସ୍ତ ଅଞ୍ଚଳକୁ ନିଜ ଦଖଲକୁ ନେଇଛନ୍ତି। ଆମେରିକା ଏବଂ ନାଟୋ ସୈନ୍ୟ ପ୍ରତ୍ୟାହାର ପରେ ତାଲିବାନ ଆଫଗାନିସ୍ତାନରେ ଆତଙ୍କ ସୃଷ୍ଟି କରିଛି। ତାଲିବାନ କାନ୍ଦାହାର, ଗଜନି ସମେତ ସମସ୍ତ ବଡ ସହରକୁ କାବୁ କରି କାବୁଲକୁ ଅକ୍ତିଆର କରିଛି। ତାଲିବାନ ମାତ୍ର ୨୨ ଦିନ ମଧ୍ୟରେ କାବୁଲକୁ ନିଜ ଅଧୀନକୁ ନେଇଛି।

Afganistan Taliban Recapture Afghanistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe