Advertisment

ରାଷ୍ଟ୍ରପତି ବାଇଡେନଙ୍କ ବଡ଼ ବୟାନ: ଆମେରିକାକୁ ଅଧିକାର କଲେଣି ଭାରତୀୟ-ବଂଶୋଦ୍ଭବ

ୱାଶିଂଟନ: ଆମେରିକାରେ ରହୁଥିବା ବର୍ତ୍ତମାନ ଭାରତୀୟ ବଂଶୋଦ୍ଭବମାନେ ନିଜର ଦବଦବା ଦେଖାଇଛନ୍ତି। ସେମାନେ ଆମେରିକୀୟମାନଙ୍କୁ ମଧ୍ୟ ପଛରେ ପକାଇ ସାରିଲେଣି ବୋଲି ଆଜି ଖୋଦ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ଆମେରିକା ପ୍ରଶାସନରେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ନାଗରିକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବାଇଡେନ ଏଭଳି ବୟାନ ଦେଇଛନ୍ତି। ରାଷ୍ଟ୍ରପତି ଭାବେ କ୍ଷମତା ଦଖଲ କରିଥିବା ବାଇଡେନ ନିଜ ଶାସନ କାଳର ୫୦ ଦିନ ପୂରଣ କରିବା ଆଗରୁ ନିଜ ପ୍ରଶାସନରେ ପ୍ରାୟ ୫୫ ଜଣ […]

author-image
Hemant Lenka
ଅଦ୍ୟତନ ହୋଇଛି
ଋଣ ସୁଝିବାକୁ ଅଣ୍ଟା ଭିଡ଼ିଲା ଆମେରିକା; ଭାରତକୁ ପଠାଇଲା ଅକ୍ସିଜେନ୍

Joe-Biden

ୱାଶିଂଟନ: ଆମେରିକାରେ ରହୁଥିବା ବର୍ତ୍ତମାନ ଭାରତୀୟ ବଂଶୋଦ୍ଭବମାନେ ନିଜର ଦବଦବା ଦେଖାଇଛନ୍ତି। ସେମାନେ ଆମେରିକୀୟମାନଙ୍କୁ ମଧ୍ୟ ପଛରେ ପକାଇ ସାରିଲେଣି ବୋଲି ଆଜି ଖୋଦ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ଆମେରିକା ପ୍ରଶାସନରେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ନାଗରିକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବାଇଡେନ ଏଭଳି ବୟାନ ଦେଇଛନ୍ତି।

Advertisment

ରାଷ୍ଟ୍ରପତି ଭାବେ କ୍ଷମତା ଦଖଲ କରିଥିବା ବାଇଡେନ ନିଜ ଶାସନ କାଳର ୫୦ ଦିନ ପୂରଣ କରିବା ଆଗରୁ ନିଜ ପ୍ରଶାସନରେ ପ୍ରାୟ ୫୫ ଜଣ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ନାଗରିକଙ୍କୁ ନିଯୁକ୍ତି ଦେଇ ସାରିଲେଣି। ସରକାରଙ୍କ ପ୍ରତିଟି ବିଭାଗରେ ଭାରତୀୟ ବଂଶୋଦ୍ଭବ ରହିଛନ୍ତି। ରାଷ୍ଟ୍ରପତି ଭାବେ ଶପଥ ନେବା ଦିନ ବାଇଡେନ ଦେଇଥିବା ଉଦବୋଧନ ବି ଜଣେ ଭାରତୀୟ ବଂଶୋଦ୍ଭବ ଲେଖିଥିଲେ।

ନାସା ବୈଜ୍ଞାନିକମାନଙ୍କ ସହ ଭିଡିଓ କନଫରେନ୍ସିଂ କରି ବାଇଡେନ କହିଛନ୍ତି, ବର୍ତ୍ତମାନ ଦେଶରେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ନାଗରିକମାନେ ସବୁଥିରେ ଆଗକୁ ବଢ଼ିଛନ୍ତି। ଆପଣ(ସ୍ୱାତୀ ମୋହନ), ମୋ ଉପ ରାଷ୍ଟ୍ରପତି କମଳା ହାରିସ, ମୋ ସ୍ପିଚ୍‌ ରାଇଟର ବିନୟ ରେଡ୍ଡୀ ଏହି ତାଲିକାରେ ରହିଛନ୍ତି ବୋଲି ବାଇଡେନ କହିଛନ୍ତି।

Advertisment

ନାସାର ମଙ୍ଗଳ ୨୦୨୦ ମିଶନର ନେତୃତ୍ୱ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ନାଗରିକ ସ୍ୱାତୀ ମୋହନ ନେଇଥିଲେ। ନାଭିଗେସନ ଠାରୁ କଣ୍ଟ୍ରୋଲ ଅପରେସନ ଯାଏ ସବୁ କଥା ସେ ହିଁ ବୁଝୁଥିଲେ। ଜାନୁଆରୀ ୨୦ରେ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିବା ବାଇଡେନ ନିଜ ପ୍ରଶାସନରେ ୫୫ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ନିଯୁକ୍ତି ଦେଇ ଇତିହାସ ସୃଷ୍ଟି କରିଛନ୍ତି। ଏହି ୫୫ ଜଣଙ୍କ ମଧ୍ୟରେ କମଳା ହାରିସ ନାହାନ୍ତ। କାରଣ ସେ ନିର୍ବାଚନ ପ୍ରକ୍ରିୟା ଦ୍ୱାରା ଏହି ପଦରେ ଅବସ୍ଥାପିତ ହୋଇଛନ୍ତି।

ବାଇଡେନଙ୍କ ପ୍ରଶାସନରେ ନିଯୁକ୍ତି ପାଇଥିବା ୫୫ ଜଣଙ୍କ ମଧ୍ୟରୁ ଅଧିକାଂଶ ମହିଳା ଓ ସେମାନଙ୍କ ମଧ୍ୟରୁ ଅନେକ ହ୍ୱାଇଟ ହାଉସରେ କାମ କରୁଛନ୍ତି।

Joe Biden