/odisha-reporter/media/post_attachments/uploads/2021/03/tusani.jpg)
tusani
ଅକଲ୍ୟାଣ୍ଡ: ବଡ଼ଧରଣର ଭୂକମ୍ପ ଝଟକାରେ ଥରିଛି ନ୍ୟୁଜିଲ୍ୟାଣ୍ଡର ଉତ୍ତର ଦ୍ୱୀପ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୩ ରହିଥିବାରୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି। ସ୍ଥିତିକୁ ଦେଖି ସୁନାମି ଆଲର୍ଟ ମଧ୍ୟ ଜାରି କରାଯାଇଛି। ଆମେରିକାର ଜିଓଲୋଜିକାଲ ସର୍ଭେ ଭୂକମ୍ପର ତୀବ୍ରତା ୭.୩ ରହିଥିବା କହିଛି। ସେହିପରି ଭୂକମ୍ପର ଗଭୀରତା ୧୦ କିମି।
ଭୂକମ୍ପର କେନ୍ଦ୍ର ସ୍ଥଳଠାରୁ ୩୦୦ କିମି ମଧ୍ୟରେ ଥିବା ଅଞ୍ଚଳରେ ସମୁଦ୍ର ମାଡ଼ି ଆସିବାର ଆଶଙ୍କା ପ୍ରକାଶ ପାଇଛି। ଏହି କାରଣରୁ ପ୍ରଶାସନ ପକ୍ଷରୁ ସୁନାମି ଆଲର୍ଟ ଜାରି କରାଯାଇଛି। ଏଯାଏ କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ। ତଥାପି ଲୋକମାନେ ଭୂକମ୍ପଝଟକା ପରେ ଖୋଲା ସ୍ଥାନରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।
ସୁନାମି ଆଲର୍ଟ ଜାରି କରି ପ୍ରଶାସନ ପକ୍ଷରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ଲୋକଙ୍କୁ ଉଚ୍ଚ ସ୍ଥାନକୁ ଚାଲି ଆସିବାକୁ ପରାମର୍ଶ ଦିଆଯାଇଛି। ସୂଚନା ଅନୁସାରେ, ୬୦ ହଜାରରୁ ଅଧିକ ଲୋକ ଭୂକମ୍ପ ଝଟକା ଅନୁଭବ କରିଛନ୍ତି। ଏମାନଙ୍କ ମଧ୍ୟରୁ ୨୮୨ ଜଣ ଏହାକୁ ଭୟଙ୍କର ଝଟକା ବୋଲି କହିଥିବା ବେଳେ ୭୫ ଜଣ ଅତ୍ୟନ୍ତ ଭୟଙ୍କର ବୋଲି ଜିଓନେଟ୍ସ ୱେବ ସାଇଟ୍କୁ କହିଛନ୍ତି।
ଭୂକମ୍ପର କେନ୍ଦ୍ର ସ୍ଥଳ ଗିସ୍ବ୍ରୋନେ ବୋଲି ଜଣାପଡ଼ିଛି। ଏଠାରେ ପ୍ରାୟ ୩୫ ହଜାର ଲୋକ ବସବାସ କରନ୍ତି। କେପ୍ ରନଆୱେଠାରୁ ଟୋଲାଗା ଉପକୂଳ ଯାଏ ରହୁଥିବା ଲୋକଙ୍କୁ ତୁରନ୍ତ ସ୍ଥାନ ଛାଡ଼ିବାକୁ କୁହାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
