Advertisment

ଚର୍ଚ୍ଚ ଭିତରେ ଆଖିବୁଜା ଗୁଳିମାଡ଼, ୨ ଜଣଙ୍କ ଜୀବନ ଗଲା

ୱାଶିଂଟନ: ଆମେରିକାରେ ଗୁଳିମାଡ଼ ଘଟଣା ଥମିବାର ନାଁ ଧରୁନି। ସ୍କୁଲ ଓ ହସ୍ପିଟାଲ ପରେ ଏବେ ଚର୍ଚ୍ଚ ଓ ଶ୍ମଶାନରେ ଗୁଳିମାଡ଼ ଘଟଣା ଘଟିଛି। ଚର୍ଚ୍ଚରେ ହୋଇଥିବା ଆଖିବୁଜା ଗୁଳିମାଡ଼ରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ସେହିପରି ଶ୍ମଶାନରେ ହୋଇଥିବା ଆକ୍ରମଣରେ ୫ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆମେରିକାର ଲୋୱା ଠାରେ ଥିବା କର୍ଣ୍ଣରଷ୍ଟୋନ ଚର୍ଚ୍ଚରେ ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳିମାଡ଼ କରିଛି। ଏଥିରେ […]

author-image
Hemant Lenka
ଅଦ୍ୟତନ ହୋଇଛି
ଚର୍ଚ୍ଚ ଭିତରେ ଆଖିବୁଜା ଗୁଳିମାଡ଼, ୨ ଜଣଙ୍କ ଜୀବନ ଗଲା

Curch

ୱାଶିଂଟନ: ଆମେରିକାରେ ଗୁଳିମାଡ଼ ଘଟଣା ଥମିବାର ନାଁ ଧରୁନି। ସ୍କୁଲ ଓ ହସ୍ପିଟାଲ ପରେ ଏବେ ଚର୍ଚ୍ଚ ଓ ଶ୍ମଶାନରେ ଗୁଳିମାଡ଼ ଘଟଣା ଘଟିଛି। ଚର୍ଚ୍ଚରେ ହୋଇଥିବା ଆଖିବୁଜା ଗୁଳିମାଡ଼ରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ସେହିପରି ଶ୍ମଶାନରେ ହୋଇଥିବା ଆକ୍ରମଣରେ ୫ ଜଣ ଆହତ ହୋଇଛନ୍ତି।

Advertisment

ସ୍ଥାନୀୟ ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆମେରିକାର ଲୋୱା ଠାରେ ଥିବା କର୍ଣ୍ଣରଷ୍ଟୋନ ଚର୍ଚ୍ଚରେ ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳିମାଡ଼ କରିଛି। ଏଥିରେ ୨ ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ଷ୍ଟୋରୀ କାଉଣ୍ଟୀ ଶେରିଫ କ୍ୟାପ୍ଟେନ ନିକୋଲାସ ଲେନ୍ନି କହିଛନ୍ତି, “ ଜଣେ ପ୍ରାପ୍ତ ବୟସ୍କ ବନ୍ଧୁକଧାରୀ ଚର୍ଚ୍ଚ ଭିତରେ ପଶି ଗୁଳିମାଡ଼ କରିଥିଲା।

ଏଥିରେ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଏହାପରେ ଚର୍ଚ୍ଚର ପାର୍କିଂ ସ୍ଥଳରେ ବନ୍ଧୁକଧାରୀ ଜଣକ ନିଜକୁ ନିଜେ ଗୁଳି କରି ଦେଇଛି। ଗୁରୁବାର ରାତିରେ ଏହି ଘଟଣା ଘଟିଥିଲା। ୩ଟି ଯାକ ମୃତଦେହକୁ ଜବତ କରି ଘଟଣାର ଅଧିକ ଯାଞ୍ଚ କରାଯାଉଛି। ସମସ୍ତଙ୍କ ଶରୀରରେ ଗୁଳିମାଡ଼ର ଚିହ୍ନ ରହିଛି।”

Advertisment

ଅନ୍ୟପକ୍ଷରେ ସ୍ଥାନୀୟ ସମୟ ଦିନ ୨.୩୦ରେ ଗ୍ରେସଲ୍ୟାଣ୍ଡ ଶ୍ମଶାନରେ ୩୭ ବର୍ଷୀୟ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରାଯାଉଥିବା ବେଳେ ଗୁଳିମାଡ଼ ହୋଇଥିଲା। ବନ୍ଧୁକଧାରୀ ଜଣକ ପ୍ରାୟ ୨୦ରୁ ୩୦ ରାଉଣ୍ଡ ଗୁଳି ଚଳାଇ ସେଠାରୁ ଫେରାର ହୋଇଯାଇଛି। ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପୂରା ଅଞ୍ଚଳକୁ କର୍ଡନ କରିଛି। ଏଥିସହ ଆହତ ୫ ଜଣଙ୍କୁ ଆସେନସିଓନ ଅଲ ସେଣ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ବୁଧବାର ତୁଲସା ମେଡିକାଲ ଅଫିସରେ ଜଣେ ବନ୍ଧୁକଧାରୀ ପ୍ରବେଶ କରି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ଜଣେ ସର୍ଜନ ଓ ଆଉ ୩ ଜଣ ଲୋକଙ୍କ ଜୀବନ ଯାଇଥିଲା। ସେହିପରି ଟେକ୍ସାସରେ ଥିବା ଗୋଟିଏ ସ୍କୁଲରେ ମଧ୍ୟ ଗୁଳିମାଡ଼ ହୋଇଥିଲା। ଏଥିରେ ୨୧ ଜଣ ପିଲାଙ୍କ ଜୀବନ ଯାଇଥିଲା।

USA Terrorist Attack