Advertisment

ପୁଣି ଏକ ଝଟକା: ସଂସଦରେ ସଂଖ୍ୟା ଗରିଷ୍ଠତା ହରାଇଲେ ଇମ୍ରାନ

ନୂଆଦିଲ୍ଲୀ: ମଉଳି ଗଲାଣି ଇମ୍ରାନଙ୍କ ଭାଗ୍ୟ। ଖଣ୍ଡାଧାରରେ ଝୁଲୁଛି  ପ୍ରଧାନମନ୍ତ୍ରୀ ଚୌକି। ଗାଦି ବଞ୍ଚାଇବା ପାଇଁ ଜୋରଦାର ପ୍ରୟାସ ଜାରି ରଖିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଲାଗିଛି ଆଉ ଏକ ଝଟକା। ପ୍ରଥମେ ନିଜ ଦଳର ସଦସ୍ୟ ଧୋକା ଦେବା ପରେ ଏବେ ସହଯୋଗୀ ଦଳ ଆଉ ଏକ ଜଖମ ଦେଇଛନ୍ତି। ଇମ୍ରାନଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରି ବିରୋଧଦୀ ଦଳ ସହ ହାତ ମିଳାଇଥିବା ଜଣାପଡ଼ିଛି।  ଇମ୍ରାନଙ୍କ ସହଯୋଗୀ ଦଳ ମୁତ୍ତାହିଦ୍ଦା କ୍ୱାମି ମୁଭମେଣ୍ଟ-ପାକିସ୍ତାନ(ଏମକ୍ୟୁଏମପି) ବିରୋଧୀ ଦଳକୁ ସମର୍ଥନ […]

ଅଦ୍ୟତନ ହୋଇଛି
ରୋମାଞ୍ଚକର ହେଉଛି ପାକିସ୍ତାନ ରାଜନୀତି: ଆତ୍ମସମର୍ପଣ କରିବେନି ଇମ୍ରାନ୍‌  

Imran-Khan

Advertisment

ନୂଆଦିଲ୍ଲୀ: ମଉଳି ଗଲାଣି ଇମ୍ରାନଙ୍କ ଭାଗ୍ୟ। ଖଣ୍ଡାଧାରରେ ଝୁଲୁଛି  ପ୍ରଧାନମନ୍ତ୍ରୀ ଚୌକି। ଗାଦି ବଞ୍ଚାଇବା ପାଇଁ ଜୋରଦାର ପ୍ରୟାସ ଜାରି ରଖିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଲାଗିଛି ଆଉ ଏକ ଝଟକା। ପ୍ରଥମେ ନିଜ ଦଳର ସଦସ୍ୟ ଧୋକା ଦେବା ପରେ ଏବେ ସହଯୋଗୀ ଦଳ ଆଉ ଏକ ଜଖମ ଦେଇଛନ୍ତି। ଇମ୍ରାନଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରି ବିରୋଧଦୀ ଦଳ ସହ ହାତ ମିଳାଇଥିବା ଜଣାପଡ଼ିଛି।  ଇମ୍ରାନଙ୍କ ସହଯୋଗୀ ଦଳ ମୁତ୍ତାହିଦ୍ଦା କ୍ୱାମି ମୁଭମେଣ୍ଟ-ପାକିସ୍ତାନ(ଏମକ୍ୟୁଏମପି) ବିରୋଧୀ ଦଳକୁ ସମର୍ଥନ କରିଛନ୍ତି

Advertisment

ଫଳରେ ଇମ୍ରାନ୍‌ ଖାନ୍‌  ସଂସଦରେ ସଂଖ୍ୟା ଗରିଷ୍ଠତା ହରାଇଛନ୍ତି। ପାକିସ୍ତାନର ବିରୋଧୀ ଦଳ ଏବେ ୧୭୫ ବିଶିଷ୍ଟ ମ୍ୟାଜିକ୍‌ ନମ୍ବର  ହାସଲ କରି ବୃହତ୍ତ ଦଳ ଭାବେ ଉଭା ହୋଇଛି। ପାକିସ୍ତାନର ମେଣ୍ଟ ବିରୋଧି ଦଳ ସହ ଇମ୍ରାନଙ୍କ ସହଯୋଗୀ ଦଳ ଏମକ୍ୟୁଏମପି ସହ  ଗୁରୁବାର ଏକ ଚୁକ୍ତି ହୋଇଛି। ଏମକ୍ୟୁଏମପିର ବରିଷ୍ଠ ନେତା ଫାଇଜାଲ ସବଜ୍‌ୱାରି ଏହି ଚୁକ୍ତି ସମ୍ପର୍କରେ ସ୍ପଷ୍ଟ କରିଛନ୍ତି।

ଖୁବ ଶୀଘ୍ର ଆଗାମୀ ପଦକ୍ଷେପ ନେଇ ବିରୋଧୀ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳୀନ କରି ପ୍ରକାଶ କରାଯିବ। ପୂର୍ବରୁ ବିରୋଧୀ ଦଳ ଇମ୍ରାନଙ୍କ ବିରୋଧରେ ଆନାସ୍ଥା ପ୍ରସ୍ତାବ ଆଣିଥିଲେ। ପାକିସ୍ତାନରେ ଦରଦାମ ହୁ ହୁ ହୋଇ ବଢ଼ୁଥିବାରୁ ଏଥିପାଇଁ ସରକାରଙ୍କୁ ଦାୟୀ କରି ସଂସଦରେ ସରକାରଙ୍କ  ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏହି ପ୍ରସ୍ତାବକୁ ଇମ୍ରାନଙ୍କ ଶାସକ ଦଳର କେତେକ ସଦସ୍ୟମାନେ ଖୋଲାଖୋଲି ସମର୍ଥନ କରିଥିଲେ। ଆସନ୍ତା ଏପ୍ରିଲ ୩ ତାରିଖରେ ଅନାସ୍ଥା ଭୋଟ୍‌ ଥିବା ବେଳେ ନିଜ ଦଳର ସଦସ୍ୟ ଅନୁପସ୍ଥିତ ରହିବାକୁ ଇମ୍ରାନ୍‌ ତାଗିଦ କରିଛନ୍ତି।

Advertisment

ହେଲେ ଚୌକି ବଞ୍ଚାଇବା ପାଇଁ ଇମ୍ରାନ୍‌ଙ୍କ ଉଦ୍ୟମ ଫେଲ ମାରିଛି। ପୂର୍ବରୁ ନିଜ ଦଳର ସଦସ୍ୟ ନିରାଶ କରିଥିବା ବେଳେ ଏବେ ସହଯୋଗୀ ଦଳ ସରକାରରରୁ ସମର୍ଥନ ପ୍ରତ୍ୟାହାର କରିନେବା ଇମ୍ରାନଙ୍କ ଆଶା ଧୂଳିସାତ କରିଦେଇଛି। ସୂଚନାଯୋଗ୍ୟ, ପାକିସ୍ତାନ ସଂସଦର ମୋଟ ସଦସ୍ୟଙ୍କ ସଂଖ୍ୟା ୩୪୨। ଅନାସ୍ଥା ପ୍ରସ୍ତାବକୁ ମାତ ଦେବାକୁ ହେଲେ ଇମ୍ରାନ ଖାନଙ୍କୁ ୧୭୨ ସଦସ୍ୟଙ୍କ ସମର୍ଥନ ଦରକାର। ଇମ୍ରାନ ଖାନଙ୍କ ଦଳ ପାଖରେ ୧୫୫ ଜଣ ସାଂସଦ ରହିଛନ୍ତି। ତାଙ୍କ ସରକାରଙ୍କୁ କିଛି ଛୋଟ ଛୋଟ ଦଳ ସମର୍ଥନ କରୁଛନ୍ତି। ତେବେ ସରକାରଙ୍କ ସହଯୋଗୀ ଦଳ ହାତ ଛାଡ଼ୁଥିବାରୁ ଇମ୍ରାନଙ୍କ ଗାଦି ଟଳମଳ ହେବା ଆରମ୍ଭ ହୋଇଛି। ତେଣୁ ସେ ନିଜର ସାଂସଦମାନଙ୍କୁ ଭୋଟ ଦାନରୁ ବିରତ ରହିବାକୁ କହିଛନ୍ତି।

Pakistan Imran Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe