ବ୍ରିଟେନ ପ୍ରଧାନମନ୍ତ୍ରୀ ରେସ୍‌ର ଫାଇନାଲରେ ଋଷି ସୁନକ, ୫ମ ରାଉଣ୍ଡ ବି ଜିତିଲେ

ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ପାଇଁ ଚାଲିଥିବା ରେସର ସବୁଠାରୁ ଆଗରେ ରହିଛନ୍ତି। ପ୍ରଥମ ୪ଟି ରାଉଣ୍ଡ ଭଳି ୫ମ ରାଉଣ୍ଡରେ ମଧ୍ୟ ବାଜିମାତ କରିଛନ୍ତି ସୁନକ। ଏବେ ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ଚାଲିଥିବା ଲଢ଼େର ଫାଇନାଲରେ ପହଞ୍ଚି ଯାଇଛନ୍ତି। ଫାଇନାଲରେ ତାଙ୍କର ଲଢ଼େଇ ବ୍ରିଟେନର ବୈଦେଶିକ ମନ୍ତ୍ରୀ ଲିଜ ଟ୍ରୁସଙ୍କ ସହ ହେବ। ୫ମ ତଥା ଶେଷ ରାଉଣ୍ଡରେ ଋଷିଙ୍କ ଖାତାରେ ୧୩୭ ଭୋଟ୍ ପଡ଼ିଛି। ଟ୍ରୁସ ତାଙ୍କୁ […]

Rishi

Rishi

Hemant Lenka
  • Published: Wednesday, 20 July 2022
  • Updated: 20 July 2022, 09:40 PM IST

Sports

Latest News

ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ପାଇଁ ଚାଲିଥିବା ରେସର ସବୁଠାରୁ ଆଗରେ ରହିଛନ୍ତି। ପ୍ରଥମ ୪ଟି ରାଉଣ୍ଡ ଭଳି ୫ମ ରାଉଣ୍ଡରେ ମଧ୍ୟ ବାଜିମାତ କରିଛନ୍ତି ସୁନକ। ଏବେ ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ଚାଲିଥିବା ଲଢ଼େର ଫାଇନାଲରେ ପହଞ୍ଚି ଯାଇଛନ୍ତି। ଫାଇନାଲରେ ତାଙ୍କର ଲଢ଼େଇ ବ୍ରିଟେନର ବୈଦେଶିକ ମନ୍ତ୍ରୀ ଲିଜ ଟ୍ରୁସଙ୍କ ସହ ହେବ।

୫ମ ତଥା ଶେଷ ରାଉଣ୍ଡରେ ଋଷିଙ୍କ ଖାତାରେ ୧୩୭ ଭୋଟ୍ ପଡ଼ିଛି। ଟ୍ରୁସ ତାଙ୍କୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ କେବଳ ୧୧୩ ଭୋଟ ପାଇଛନ୍ତି। ପ୍ରଧାନମନ୍ତ୍ରୀ ରେସରେ ଥିବା ଅନ୍ୟତମ ପ୍ରାର୍ଥୀ ପେନ୍ନୀ ମୋରଡାଉଣ୍ଟ କେବଳ ୧୦୫ ଖଣ୍ଡ ଭୋଟ ପାଇଛନ୍ତି। ସେ ସବୁଠାରୁ କମ ଭୋଟ ପାଇଥିବାରୁ ଏବେ ପ୍ରଧାନମନ୍ତ୍ରୀ ରେସ୍‌ରୁ ବାଦ ପଡ଼ିଛନ୍ତି।

ପେନ୍ନୀ ମୋରଡାଉଣ୍ଟ ବାଦ ପଡ଼ିଥିବାରୁ ଏବେ ପ୍ରଧାନମନ୍ତ୍ରୀ ପଦ ପାଇଁ ସୁନକ ଓ ଟ୍ରୁସଙ୍କ ମଧ୍ୟରେ ଲଢ଼େଇ ହେବ। ସୋମବାର ଦୁଇ ଫାଇନାଲ ପ୍ରାର୍ଥୀଙ୍କ ପାଇଁ ବିବିସି ଗୋଟିଏ ଟିଭି ବିତର୍କର ଆୟୋଜନ କରିଛି। ସେହିପରି ବ୍ରିଟେନର ଏକାଧିକ ସ୍ଥାନରେ ମଧ୍ୟ ଉଭୟ ପ୍ରାର୍ଥୀ ଶେଷ ଲଢ଼େଇ ପାଇଁ ପ୍ରଚାର କରିବେ।

ସେପ୍ଟେମ୍ବର ୫ ଯାଏ କଞ୍ଜରଭେଟିଭ ପାର୍ଟିର ସାଂସଦମାନେ ବାଲଟ ପେପର ଦ୍ୱାରା ଦେଶର ତଥା ଦଳର ପରବର୍ତ୍ତୀ ନେତା ବାଛିବେ। ଯିଏ ଏହି ଲଢ଼େଇରେ ଜିତିବେ, ସେ ବୋରିସ ଜନସନଙ୍କ ଉତ୍ତରାଧିକାରୀ ହେବେ।

ପ୍ରଧାନମନ୍ତ୍ରୀ ପଦର ରେସ୍‌ର ପ୍ରଥମ ରାଉଣ୍ଡରୁ ହିଁ ସୁନକ ଲିଡ୍‌ ହାସଲ କରି ଚାଲିଛନ୍ତି। ୫ମ ରାଉଣ୍ଡ ଯାଏ ସେ ଏହାକୁ କାଏମ ରଖିବା ସହ ନିଜର ଲିଡ୍‌କୁ ମଧ୍ୟ ବୃଦ୍ଧି କରିଛନ୍ତି। ୪ର୍ଥ ରାଉଣ୍ଡରେ ଋଷି ୧୧୮ ଭୋଟ୍‌ ପାଇଥିଲେ। ଏହା ପୂର୍ବରୁ ଏହି ସଂଖ୍ୟା ୧୧୫ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos