Advertisment

ମହିଳାଙ୍କୁ କ୍ଷମତା ମିଳିବ କି? ପ୍ରଶ୍ନରେ ତାଲିବାନୀ କହିଲେ ହସ ଲାଗୁଛି

କାବୁଲ: ଗତକାଲି ତାଲିବାନ ପ୍ରଥମ ଥର ପାଇଁ ପ୍ରେସ କନଫରେନସ କରି କହିଥିଲା ତାଙ୍କ ଶାସନ ବେଳେ ମହିଳାଙ୍କ କ୍ଷେତ୍ରରେ କୌଣସି ପାତରଅନ୍ତର କରାଯିବ ନାହିଁ। ଦେଶରେ ଶରିଆ ଆଇନ ଲାଗୁ କରାଯିବ । ଯାହା ହେବ ଏହି ଆଇନ ଅନୁଯାୟୀ ହେବ। ମହିଳାଙ୍କ ଅଧିକାର ପ୍ରଭାବିତ ହେବ ନାହିଁ। ଏହାରି ଭିତରେ ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ମହିଳା ସାମ୍ୱାଦିକ ବୁର୍ଖା ପିନ୍ଧି ତିନି ଜଣ ତାଲିବାନୀଙ୍କ ସହ ଏକ […]

ଅଦ୍ୟତନ ହୋଇଛି
ମହିଳାଙ୍କୁ କ୍ଷମତା ମିଳିବ କି? ପ୍ରଶ୍ନରେ ତାଲିବାନୀ କହିଲେ ହସ ଲାଗୁଛି

TALIBAN-LAUGHED

Advertisment

କାବୁଲ: ଗତକାଲି ତାଲିବାନ ପ୍ରଥମ ଥର ପାଇଁ ପ୍ରେସ କନଫରେନସ କରି କହିଥିଲା ତାଙ୍କ ଶାସନ ବେଳେ ମହିଳାଙ୍କ କ୍ଷେତ୍ରରେ କୌଣସି ପାତରଅନ୍ତର କରାଯିବ ନାହିଁ। ଦେଶରେ ଶରିଆ ଆଇନ ଲାଗୁ କରାଯିବ । ଯାହା ହେବ ଏହି ଆଇନ ଅନୁଯାୟୀ ହେବ। ମହିଳାଙ୍କ ଅଧିକାର ପ୍ରଭାବିତ ହେବ ନାହିଁ। ଏହାରି ଭିତରେ ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ମହିଳା ସାମ୍ୱାଦିକ ବୁର୍ଖା ପିନ୍ଧି ତିନି ଜଣ ତାଲିବାନୀଙ୍କ ସହ ଏକ ସାକ୍ଷାତକାର କରୁଥିବା ଦେଖିବାକୁ ମିଳିଛି। ଯେଉଁଥିରେ ମହିଳା ରାଜନୀତିରେ ପାଦ ଥାପିବା ଦରକାର କି ନାହିଁ ପ୍ରଶ୍ନରେ  ସମ୍ପୃକ୍ତ ତାଲିବାନୀ ଦେଇଥିବା ପ୍ରତିକ୍ରିୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରେସ କନଫେରନସରେ ଗୋଟିଏ କଥା ଏବଂ ସାକ୍ଷାତକାର ବେଳେ ଆଉ ଗୋଟିଏ କଥା ତାଲିବାନୀମାନେ ଦେଉଥିବା ଦେଖିବାକୁ ମିଳିଛି।

Advertisment

ଭାଇରାଲ ହୋଇଥିବା ଭିଡିଓରେ ମହିଳା ସାମ୍ବାଦିକ ତାଲିବାନ ସଦସ୍ୟଙ୍କୁ ପଚାରୁଛନ୍ତି ଯେ ସେମାନଙ୍କ ଶାସନରେ ଆଫଗାନିସ୍ତାନରେ ମହିଳାଙ୍କ ଅଧିକାରକୁ ସମ୍ମାନ ଦିଆଯିବ କି? ଜବାବରେ ତାଲିବାନ ସଦସ୍ୟ କହିଛନ୍ତି, ଇସଲାମର ଶରିଆ ନିୟମ ଅନୁଯାୟୀ ମହିଳାମାନେ ସମସ୍ତ ଅଧିକାର ପାଇବେ

https://twitter.com/dpatrikarakos/status/1427567411692244992?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1427567411692244992%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fwww.livehindustan.com%2Finternational%2Fstory-taliban-fighters-started-laughing-when-journalist-asked-them-if-afghans-can-vote-for-women-politicians-4382861.html

Advertisment

ଏହା ପରେ ମହିଳା ସାମ୍ବାଦିକ ପଚାରିଛନ୍ତି ଯେ, ଆଫଗାନିସ୍ତାନ ନାଗରିକମାନେ ଜଣେ ମହିଳାଙ୍କୁ ଭୋଟ୍ ଦେବାର ଏବଂ ତାଙ୍କୁ କ୍ଷମତାକୁ ଆଣିବାର ଅଧିକାର ପାଇବେ କି? ପ୍ରଶ୍ନର ଉତ୍ତର ନ ଦେଇ ତାଲିବାନ ସଦସ୍ୟ ହସୁଥିବା ଦେଖିବାକୁ ମିଳିଛି। ଏହା ପରେ ଏହି ସଦସ୍ୟ କ୍ୟାମେରା ବନ୍ଦ କରିବାକୁ କହୁଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ରବିବାର ଆଫଗାନିସ୍ତାନର ରାଜଧାନୀ କାବୁଲକୁ ତାଲିବାନ ଦଖଲ କରିଥିଲା। ଏହାପରେ ଆଫଗାନିସ୍ତାନରେ ମହିଳାଙ୍କ ଅଧିକାର ପୁଣି ଥରେ ଦମନ କରାଯିବ ବୋଲି ଏକ ଭୟ ସୃଷ୍ଟି ହୋଇଛି। ଏପରି ଭୟଭୀତ ହେବାର କାରଣ ଏହି ସାକ୍ଷାତକାରରୁ ସ୍ପଷ୍ଟ ହୋଇଛି। ସେହିପରି ପୂର୍ବରୁ ମହିଳା ସାମ୍ୱାଦିକମାନେ ଡ୍ରେସ ପିନ୍ଧି ଟିଭିରେ ନ୍ୟଜ ପଢ଼ୁଥିଲେ ହେଲେ ଏବେ ସେମାନେ ବୁର୍ଖା ପିନ୍ଧୁଥିବା ଦେଖିବାକୁ ମିଳିଛି।

Afganistan Taliban Recapture Afghanistan Taliban Taliban Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe