aircraft
କିଭ୍: ୟୁକ୍ରେନ ଓ ରୁଷ ବିରୋଧରେ ଘମାଘୋଟ ଲଢ଼େଇ ଆରମ୍ଭ ହୋଇଯାଇଛି। ରୁଷ ସେନା ୟୁକ୍ରେନର ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଉପରେ ହମଲା କରୁଛନ୍ତି। ନିର୍ଦ୍ଦିଷ୍ଟ ଟାର୍ଗେଟକୁ ହିଟ୍ କରିବାର କ୍ଷମତା ରଖିଥିବା ଅସ୍ତ୍ରଶସ୍ତ୍ର ଦ୍ୱାରା ରୁଷ ପଡ଼ୋଶୀ ୟୁକ୍ରେନ ସୈନ୍ୟଙ୍କ ଏୟାରବେସ ଓ ପ୍ରତିଷ୍ଠାନ ଉଡ଼ାଇ ଦେଇଥିବା ଖବର ମିଳିଛି।
ସେହିପରି ପାଲଟା ଜବାବରେ ୟୁକ୍ରେନ ମଧ୍ୟ ବଡ଼ ପଦକ୍ଷେପ ଗ୍ରହଣ କରିଛି। ବିବାଦୀୟ ଲୁହାନିସ୍କରେ ପଇଁତରା ମାରୁଥିବା ରୁଷର ୫ଟି ଯୁଦ୍ଧ ବିମାନକୁ ଗୁଳି କରି ୟୁକ୍ରେନ ସେନା ଖସାଇ ଦେଇଥିବା ରୟଟର୍ସରେ ଖବର ପ୍ରକାଶ ପାଇଛି। କେବଳ ଯୁଦ୍ଧ ବିମାନ ନୁହେଁ ୟୁକ୍ରେନ ସେନା ରୁଷର ଗୋଟିଏ ଆଟାକିଂ ହେଲିକପ୍ଟରକୁ ମଧ୍ୟ ଖସାଇ ଦେଇଛନ୍ତି। ଏହି ଘଟଣା ପରେ ସ୍ଥିତି ଆହୁରି ଉଗ୍ର ରୂପ ଧାରଣ କରିଛି।
ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମ ଅଚଳ ହୋଇଯାଇଛି। ରୁଷ ପକ୍ଷରୁ ନିର୍ଦ୍ଦିଷ୍ଟ ଟାର୍ଗେଟକୁ ହିଟ୍ କରିପାରୁଥିବା ମିସାଇଲ ଦ୍ୱାରା ୟୁକ୍ରେନର ସାମରିକ ଭିତ୍ତିଭୂମି ଗୁଡ଼ିକ ଉପରେ ହମଲା କରାଯାଇଛି। ଏହି ହମଲାରେ ସାମାରିକ ଭିତ୍ତିଭୂମି, ଏୟାର ଡିଫେନ୍ସ ସିଷ୍ଟମ, ମିଲିଟାରୀ ଏୟାରଫିଲ୍ଡ ଓ ସେନା ବାହିନୀ ବ୍ୟବହାର କରୁଥିବା ବିମାନବନ୍ଦର ଗୁଡ଼ିକୁ ଅଚଳ କରି ଦିଆଯାଇଛି। ରୁଷ କେବେ ହେଲେ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁ ନଥିବା ମନ୍ତ୍ରଣାଳୟ ଦାବି କରିଛି।
/odisha-reporter/media/post_attachments/indiatoday/images/bodyeditor/202202/6ABD_WhatsApp_Image_2022-02-24-x779.jpeg)
ରୁଷ ଏବେ ୟକ୍ରେନର ବିଭିନ୍ନ ସ୍ଥାନରେ ହମଲା କରୁଥିବା ଭିଡିଓ ସାମ୍ନାକୁ ଆସିଛି। ୟୁକ୍ରେନର କେନ୍ଦ୍ରୀୟ ମିଲିଟାରୀ କମାଣ୍ଡର ରିପୋର୍ଟ ଅନୁଯାୟୀ, ରୁଷ ପକ୍ଷରୁ କିଭ ବୋରୟସ୍ପିଲ, ନିକୋଲାଭ, କ୍ରାମାଟୋରସ୍କ, ଖେରସନ, ଖାରକିଭ ମିଲିଟାରୀ ଏୟାରପୋର୍ଟରେ ବୋମା ମାଡ଼ କରିଛି। ଏଗୁଡ଼ିକ ଏବେ ଜଳୁଥିବା ଭିଡିଓ ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେ ରୁଷ ବଳରେ ବଳିୟାନ ଲୁହାନସ୍କି ମଧ୍ୟ ପୂର୍ବ ୟୁକ୍ରେନକୁ ଦଖଲ କରିବା ଅଭିଯାନ ଆରମ୍ଭ କରିଦେଇଛି। ରୁଷ ସୈନ୍ୟ ଲୁହାନସ୍କିକୁ ସବୁ ପ୍ରକାରର ସହାୟତା ଯୋଗାଇ ଦେଉଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/02/aircraft.jpg)