Advertisment

ଯୁଦ୍ଧ ସାରିବାକୁ ରୁଷ ସେନାକୁ ତାରିଖ ଦେଲେ ପୁଟିନ !

ନୂଆଦିଲ୍ଲୀ:ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର କେବେ ଅବସାନ ଘଟିବ ତାହା ଅନିଶ୍ଚିତତା ଥିବା ବେଳେ ୟୁକ୍ରେନ୍‌ ସେନାର ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛି। ଯୁଦ୍ଧ କେବେ ବନ୍ଦ ହେବ ସେନେଇ ଏକ ସମ୍ଭାବ୍ୟ ତାରିଖ ଆକଳନ କରିଛି ୟୁକ୍ରେନ୍‌ ସେନା। ଆସନ୍ତା ମେ ୯ ତାରିଖରେ ରୁଷ ଯୁଦ୍ଧ ଶେଷ କରିବାକୁ ଚାହୁଁଥିବା ୟୁକ୍ରେନ୍‌ ସେନା କହିଛି। ରୁଷ ସେନାକୁ ମେ’ ୯ ସୁଦ୍ଧା ଯୁଦ୍ଧ ଶେଷ କରିବାକୁ ମସ୍କୋ ପକ୍ଷରୁ ନିର୍ଦ୍ଦେଶ […]

ଅଦ୍ୟତନ ହୋଇଛି
ପରମାଣୁ ବୋମା ପକାଇବେ ପୁଟିନ! ପାଣି ଭିତରେ ଆରମ୍ଭ ହେଲା ସମରାଭ୍ୟାସ

Putin nuclear war

Advertisment

ନୂଆଦିଲ୍ଲୀ:ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର କେବେ ଅବସାନ ଘଟିବ ତାହା ଅନିଶ୍ଚିତତା ଥିବା ବେଳେ ୟୁକ୍ରେନ୍‌ ସେନାର ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛି। ଯୁଦ୍ଧ କେବେ ବନ୍ଦ ହେବ ସେନେଇ ଏକ ସମ୍ଭାବ୍ୟ ତାରିଖ ଆକଳନ କରିଛି ୟୁକ୍ରେନ୍‌ ସେନା। ଆସନ୍ତା ମେ ୯ ତାରିଖରେ ରୁଷ ଯୁଦ୍ଧ ଶେଷ କରିବାକୁ ଚାହୁଁଥିବା ୟୁକ୍ରେନ୍‌ ସେନା କହିଛି। ରୁଷ ସେନାକୁ ମେ’ ୯ ସୁଦ୍ଧା ଯୁଦ୍ଧ ଶେଷ କରିବାକୁ ମସ୍କୋ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ୟୁକ୍ରେନ୍‌ ସେନାର ଜେନେରାଲ ଷ୍ଟାଫ ପକ୍ଷରୁ ସୂଚନା ମିଳିଛି।

Advertisment

ୟୁକ୍ରେନ ଗଣମାଧ୍ୟମ କିଭ୍‌ ଇଣ୍ଡିପେଡେଣ୍ଟ ଏକ ବିଷେଶ ସୂତ୍ରରୁ ଏହି ତଥ୍ୟ ହାସଲ କରିଛି। ଅନ୍ୟପଟେ ୟୁକେନ୍‌ର ଶତାଧିକ ନାଗରିକଙ୍କୁ ରୁଷ ବଳ ପୂର୍ବକ ନିଜ ଦେଶକୁ ନେଇ ଯାଉଥିବା ୟୁକ୍ରେନ୍‌ ଅଭିଯୋଗ କରିଛି।  କିଭ୍‌ ଯୁଦ୍ଧରୁ ନିବୃତ୍ତ ରହିବା ପାଇଁ ରୁଷ ପକ୍ଷରୁ ଏଭଳି ଏକ ରଣନୀତି ଆପଣାଯାଇଛି। ଫଳରେ ୟୁକ୍ରେନ୍‌ ନାଗରିକଙ୍କୁ ଅପହରଣ କରି ନିଆଯାଉଥିବା ଅଭିଯୋଗ ହୋଇଛି। ପ୍ରାୟ ୮୪,୦୦୦ ଶିଶୁଙ୍କ ସମେତ ୪୦୨,୦୦୦ ଲୋକଙ୍କ ନିଜ ଇଚ୍ଛା ବିରୋଧରେ ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଛି। ସେପଟେ ଯୁଦ୍ଧକୁ ନେଇ ବ୍ରସେଲ୍ସରେ ଗତ ରାତିରେ ବସିଥିଲା ନାଟୋର ଜରୁରୀ ସମ୍ମିଳନୀ ।

ରୁଷ ୟୁକ୍ରେନ୍ରେ ରାସାୟନିକ ଅସ୍ତ୍ର ଦ୍ୱାରା ଆକ୍ରମଣ କଲେ ୟୁକ୍ରେନକୁ  ନାଟୋ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇଦେବ ବୋଲି ନିଷ୍ପତ୍ତି ହୋଇଛି । ନାଟୋ ମହାସଚିବ ଜେନ୍ସ ଷ୍ଟୋଲେନବର୍ଗ ଏହି ସୂଚନା ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଅନ୍ୟ ବିଶ୍ୱ ନେତାମାନେ ନାଟୋ ମୁଖ୍ୟାଳୟରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇଥିଲେ। ବାଇଡେନ୍ କହିଛନ୍ତି, ରୁଷ ବିରୋଧରେ ଆମେ ଏକଜୁଟ୍ ଅଛୁ ।  ରୁଷ ୟୁକ୍ରେନର ରାସାୟନିକ, ଜୈବିକ ଏପରିକି ପରମାଣୁ ଅସ୍ତ୍ର ବ୍ୟବହାର କରିବା ସମ୍ପର୍କରେ ମୁଖ୍ୟତଃ ଆଲୋଚନା ହୋଇଥିଲା।

Advertisment
Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe