Advertisment

IED ବିସ୍ଫୋରଣ: ୨ ସିଆରପିଏଫ ଯବାନ ଆହତ

ଏହି ବିସ୍ଫୋରଣ ପଛରେ ରହିଛି ନକ୍ସଲଙ୍କ ହାତ।

Jawans

Jawans

Advertisment

ଛତିଶଗଡ଼ର ବିଜାପୁରରେ ଆଜି ଆଇଇଡି ବିସ୍ଫୋରଣ ଘଟି ୨ ଜଣ ସିଆରପିଏଫ ଯବାନ ଆହତ ହୋଇଛନ୍ତି। ଆହତ ଦୁଇ ଯବାନ ସିଆରପିଏଫ୍ ୮୫ ବାଟାଲିୟନର। ଉଭୟଙ୍କୁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ରାୟପୁର ସ୍ଥାନାନ୍ତର କରାଯାଇଛି।

Advertisment

ବିଜାପୁର ଏସ୍‌ପି କହିଛନ୍ତି ଯେ ଜିଲ୍ଲାର ଗଙ୍ଗାଲୁର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଏହି ଆଇଇଡିକୁ ନକ୍ସଲମାନେ ଲଗାଇଥିଲେ। ଆହି ଯବାନ ଦ୍ୱୟଙ୍କ ରାୟପୁରକୁ ଏୟାରଲିଫ୍ଟ କରାଯାଇଛି।

ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ଗତ ଏପ୍ରିଲ ମାସରେ ନକ୍ସଲ ଙ୍କ ଆଇଇଡି ବିସ୍ଫୋରଣରେ ୧୦ ଜଣ ପୁଲିସ କର୍ମଚାରୀଙ୍କ ସହିତ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ସେମାନେ ନକ୍ସଲ ବିରୋଧୀ ଅଭିଯାନ ସାରି ଗାଡ଼ିରେ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା।

Advertisment
Chhattisgarh Naxal Attack CRPF
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe