Advertisment

Heart Attack: ହୃଦଘାତରେ ଅଭିନେତା ବରିନ୍ଦର ସିଂହଙ୍କ ମୃତ୍ୟୁ

ବରିନ୍ଦରଙ୍କ ଉଚ୍ଚତା ୬ ଫୁଟ ୨ ଇଞ୍ଚ। ୨୦୦୯ରେ ସେ ସେ ମିଷ୍ଟର ଇଣ୍ଡିଆ କ୍ରାଉନ ଜିତିଥିଲେ। ମିଷ୍ଟର ଏସିଆରେ ମଧ୍ୟ ସେ ଭାଗ ନେଇଥିଲେ। ଅନେକ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ସେ ଭାଗ ନେଇ ନିଜ ଫିଟନେସ ସମସ୍ତଙ୍କୁ ପ୍ରଦର୍ଶନ କରୁଥିଲେ।

Varindar

ବରିନ୍ଦର (ଫାଇଲ ଫଟୋ)

Advertisment

ପୁଣି ଅଚାନକ ମୃତ୍ୟୁ। ଆମିଷ ଖାଉ ନଥିଲେ। ସବୁବେଳେ ବ୍ୟାୟାମ କରୁଥିଲେ। ଅନ୍ୟମାନଙ୍କୁ ଫିଟନେସର ମନ୍ତ୍ର ଦେଉଥିଲେ। ବଡିବିଲଡିଂରେ ଅନେକ ସଫଳତା ପାଇଥିଲେ। ତଥାପି ହୃଦଘାତରେ ଆଖି ବୁଜିଛନ୍ତି ପ୍ରଫେସନାଲ ବଡିବିଲ୍ଡର ତଥା ଅଭିନେତା ବରିନ୍ଦର ସିଂହୁ ଘୁମାନ।

Advertisment

ସେ ସବୁବେଳେ ଫିଟନେସକୁ ଧ୍ୟାନ ଦେବା ସହ ନିଜର ଉତ୍ତରମ ସ୍ୱାସ୍ଥ୍ୟ ପାଇଁ ପରିଚିତ ଥିଲେ। ହେଲେ ସବୁବେଳେ ଫିଟ ରହୁଥିବା ବରିନ୍ଦର ହୃଦଘାତ( Heart Attack)ରେ ପ୍ରାଣ ହରାଇବା ସମସ୍ତଙ୍କୁ ଚକିତ କରିଛି। 

ବରିନ୍ଦରଙ୍କ ମ୍ୟାନେଜର ଯୁଦ୍ଧବିନ୍ଦର ସିଂହ କହିଛନ୍ତି ଯେ ଅଭିନେତା ଜଣଙ୍କ ପ୍ରଥମେ କାନ୍ଧରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ଅମୃତସରର ଗୋଟିଏ ଘରୋଇ ହସ୍ପିଟାଲକୁ ନିଜର ଚିକିତ୍ସା ପାଇଁ ଯାଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ହଠାତ୍‌ ବରିନ୍ଦର ହୃଦଘାତର ଶିକାର ହୋଇଥିଲେ ବୋଲି ତାଙ୍କ ପୁତୁରା ଅମନଜୋତ ସିଂହ ଘୁମାନ ସ୍ପଷ୍ଟ କରିଛନ୍ତି। 

Advertisment

୪୧ ବର୍ଷୀୟ ବରିନ୍ଦର ୨୦୨୩ରେ ରିଲିଜ ହୋଇଥିବା ସୁପରଷ୍ଟାର ସଲମାନଙ୍କ ଟାଇଗର ୩ରେ ଅଭିନୟ କରିଥିଲେ। ଏହାବାଦ ୨୦୧୪ରେ ରିଲିଜ ହୋଇଥିବା ରୋର: ଟାଇଗର ଅଫ ସୁନ୍ଦରବନ ଓ ୨୦୧୯ରେ ମରଜାଁବାରେ ବି ସେ ନିଜ ଅଭିନୟର ଯାଦୁ ଦେଖାଇଥିଲେ। ୨୦୧୨ରେ ପଞ୍ଜାବୀ(Punjab) ଫିଲ୍ମ କବାଡି ୱାନ୍ସ ଏଗେନରେ ସେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତି ପାରିଥିଲେ। 

ବରିନ୍ଦରଙ୍କ ଉଚ୍ଚତା ୬ ଫୁଟ ୨ ଇଞ୍ଚ। ୨୦୦୯ରେ ସେ ସେ ମିଷ୍ଟର ଇଣ୍ଡିଆ କ୍ରାଉନ ଜିତିଥିଲେ। ମିଷ୍ଟର ଏସିଆରେ ମଧ୍ୟ ସେ ଭାଗ ନେଇଥିଲେ। ଅନେକ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ସେ ଭାଗ ନେଇ ନିଜ ଫିଟନେସ ସମସ୍ତଙ୍କୁ ପ୍ରଦର୍ଶନ କରୁଥିଲେ। 

ଗୁରଦାସପୁରର ମୂଳବାସିନ୍ଦା ବରିନ୍ଦର ଏବେ ଜଲନ୍ଧରରେ ରହୁଥିଲେ। ସେଠାରେ ତାଙ୍କର ଗୋଟିଏ ଜିମ ମଧ୍ୟ ରହିଛି। ନିରାମିଷ ବଡିବିଲଡର ଭାବେ ପରିଚିତ ବରିନ୍ଦର ଫିଟନେସକୁ ସବୁବେଳେ ଗୁରୁତ୍ୱ ଦିଅନ୍ତି।

ସବୁବେଳେ ସେ ଶାରୀରିକ ବ୍ୟାୟମ ସମ୍ପର୍କରେ ଇନଷ୍ଟାଗ୍ରାମରେ ଭିଡିଓ ବି ପୋଷ୍ଟ କରନ୍ତି। ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ିବାକୁ ମଧ୍ୟ ବରିନ୍ଦର ଲକ୍ଷ୍ୟ ରଖିଥିଲେ। ହେଲେ ତାଙ୍କର ସବୁ ସ୍ୱପ୍ନ ଅଧାରେ ରହି ଯାଇଛି। 

Punjab Heart Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe