Advertisment

‘ମୁଁ ୧୦୦% ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି’

ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ତଥା ବରିଷ୍ଠ ଏନସିପି ନେତା ଅଜିତ ପାୱାରଙ୍କ ଦଳ ଛାଡ଼ିବା ଚର୍ଚ୍ଚା ଜୋର ଧରିଥିବା ବେଳେ ଖୋଦ ତାଙ୍କ ବୟାନକୁ ନେଇ ଏବେ ଜୋର ଧରିଛି ରାଜନୀତି ।

ଅଦ୍ୟତନ ହୋଇଛି
Ajit Pawar

Ajit Pawar

Advertisment

‘ମୁଁ ୧୦୦% ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି। ଏଥିପାଇଁ ୨୦୨୪ ଯାଏ କାହିଁକି ଅପେକ୍ଷା କରିବି। ଏବେ କାହିଁକି ନୁହେଁ ?’ ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ତଥା ବରିଷ୍ଠ ଏନସିପି ନେତା ଅଜିତ ପାୱାରଙ୍କ ଦଳ ଛାଡ଼ିବା ଚର୍ଚ୍ଚା ଜୋର ଧରିଥିବା ବେଳେ ଖୋଦ ତାଙ୍କ ବୟାନକୁ ନେଇ ଏବେ ଜୋର ଧରିଛି ରାଜନୀତି । ହେଲେ ବିଜେପିରେ ଯୋଗ ଦେବା ଚର୍ଚ୍ଚା ଉପରେ ନିଜେ ଅଜିତ ପାୱାର ବିରାମ ଲଗାଇବା ସହ ଏନସିପି ଛାଡ଼ିବା ପ୍ରଶ୍ନ ଉଠୁନି ବୋଲି ସ୍ପଷ୍ଟ କରିଛନ୍ତି।

Advertisment

ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ତଥା ବରିଷ୍ଠ ଏନସିପି ନେତା ଅଜିତ ପାୱାର ଙ୍କ ଦଳ ଛାଡ଼ିବା ଚର୍ଚ୍ଚା ଆହୁରି ଜୋର ଧରିଛି। ଗତକାଲି ମୁମ୍ବାଇରେ ଏନସିପି ପକ୍ଷରୁ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଗତକାଲି ଅଜିତ ପାୱାର ଯୋଗ ଦେବେ ବୋଲି ସମସ୍ତଙ୍କ ନଜର ଥିବା ବେଳେ ସେ କିନ୍ତୁ ସେଠାରେ ପହଞ୍ଚି ନ ଥିଲେ । ତାଙ୍କର ଅନ୍ୟତ୍ର କାମ ଥିବାରୁ ସେ ଏନସିପିର ଦିନ ତମାମ ଚାଲିଥିବା କାର୍ଯ୍ୟକ୍ରମରେ ଯୋଗଦେଇ ପାରିବେ ନାହିଁ ବୋଲି ଆଗୁଆ ଦଳକୁ ଜଣାଇ ଦେଇଥିବା କହିଥିଲେ।

ଏବେ ଏ ନେଇ ସେ କହିଛନ୍ତି, ଏନସିପିରେ କୌଣସି ଫାଟ ନାହିଁ। ତେଣୁ ସେ ଦଳ ଛାଡ଼ିବା ପ୍ରଶ୍ନ ଉଠୁନି। ଏଥିସହ ଅଜିତ ପାୱାର ବିଜେପି ଆଡ଼କୁ ଢଳୁଥିବାରୁ ସେ ଖୁବ୍‌ ଶୀଘ୍ର ଗେରୁଆ ଦଳରେ ସାମିଲ ହେବା ନେଇ ଚର୍ଚ୍ଚ ଜୋର ଧରିଥିବା ବେଳେ ଏହାକୁ ବି ସେ ମନା କରି ଦେଇଛନ୍ତି।

Advertisment

ଏନେଇ ଅଜିତ ପାୱାର କହିଛନ୍ତି, ଆମେ ପ୍ରଥମେ ଧର୍ମନିରପେକ୍ଷତା ଓ ପ୍ରଗତିଶୀଳକୁ ମୁଖ୍ୟ ପ୍ରସଙ୍ଗ କରିଥିଲୁ। କିନ୍ତୁ ୨୦୧୯ରେ କଂଗ୍ରେସ ଓ ଏନସିପି ଗାଦି ପାଇଁ ଶିବସେବା ସହ ଗଠବନ୍ଧନ କରିଦେଲେ। ଫଳରେ ଧର୍ମନିରପେକ୍ଷତା ଲାଇନ୍‌ରୁ ଆମେ ହଟିଗଲୁ। କାରଣ ଶିବସେନା ଏକ ହିନ୍ଦୁତ୍ୱ ପାର୍ଟି ।

ଅଜିତ ପାୱାରଙ୍କୁ ବଦନାମ କରିବା ପଛରେ ମହା ବିକାଶ ଅଘାଡ଼ି ନେତାଙ୍କ ହାତ କହିଛନ୍ତି ମହାରାଷ୍ଟ୍ର ବିଜେପି ପ୍ରମୁଖ ଚନ୍ଦ୍ରଶେଖର ବାବନକୁଲେ । ଏପରିକି ଗତ ୩ ମାସ ମଧ୍ୟରେ ଅଜିତ ପାୱାର ତାଙ୍କ ସହିତ କିମ୍ବା ପାର୍ଟିର କୌଣସି ବରିଷ୍ଠ ନେତାଙ୍କୁ ଭେଟି ନ ଥିବା ସେ ସ୍ପଷ୍ଟ କରିଛନ୍ତି। ତେଣୁ ଦଳରେ ସାମିଲ ହେବାର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି।

ବିଭିନ୍ନ ସମୟରେ ଅଜିତ ପାୱାର ମୋଦିଙ୍କ ପ୍ରଶଂସା କରୁଥିବାରୁ ସେ ବିଜେପିରେ ସାମିଲ ହେବା ଚର୍ଚ୍ଚା ଜୋର ଧରୁଥିବା ବେଳେ ସେ ଖୋଦ କିନ୍ତୁ ଏଥିରେ ବିରାମ ଲଗାଇଛନ୍ତି ।

Bjp Sarad Power NCP Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe