Advertisment

IPS Officer: ଆତ୍ମହତ୍ୟା କରିଥିବା ଆଇପିଏସ୍‌ଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ଜୀବନ ହାରିଲେ ପୁଲିସ୍‌ ଅଫିସର

ପୂରନ କୁମାରଙ୍କ ଗନମ୍ୟାନ ଜଣେ ମଦ ଠିକାଦାରଙ୍କ ଠାରୁ ୨.୫ ଲକ୍ଷ ଟଙ୍କାର ଲାଞ୍ଚ ନେଇଥିଲେ। ଜଣେ ଗ୍ୟାଙ୍ଗଷ୍ଟର ମଦ କଣ୍ଟ୍ରାକ୍ଟରଙ୍କୁ ଧମକ ଦେବା ପରେ ସେ ପୂରନ କୁମାରଙ୍କୁ ଭେଟିଥିଲେ ବୋଲି ସେ କହିଛନ୍ତି।

IPS

ସନ୍ଦୀପ କୁମାର ଓ ପୂରନ କୁମାର (ଫାଇଲ ଫଟୋ)

Advertisment

ହରିୟାଣା ଆଇପିଏସ୍‌ ୱାଇ ପୂରନ କୁମାରଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଚାଲିଥିବା ତଦନ୍ତରେ ନୂଆ ଟ୍ୱିଷ୍ଟ। ରାଜ୍ୟର ଆଉ ଜଣେ ପୁଲିସ୍‌ ଅଧିକାରୀ ଜୀବନ ହାରିଛନ୍ତି। ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବା ପୂର୍ବରୁ ପୁଲିସ୍‌ ଅଧିକାରୀ ଜଣଙ୍କ ଆଇପିଏସ ପୂରନ କୁମାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ଅଭିଯୋଗ ଆଣିବା ପରେ ସେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତଦେହକୁ ରୋହତକ-ପାନିପତ ରୋଡରେ ଥିବା ଗୋଟିଏ ଟିୱେଲ ନିକଟରୁ ଜବତ କରାଯାଇଛି। 

Advertisment

ଆତ୍ମହତ୍ୟା କରିଥିବା ପୁଲିସ୍‌ ଅଧିକାରୀ ଜଣଙ୍କ ହେଲେ ସନ୍ଦୀପ କୁମାର। ସେ ରୋହତକ ସାଇବର ସେଲରେ ଆସିସଷ୍ଟାଣ୍ଟ ସବ ଇନସପେକ୍ଟର ବା ଏଏସ୍‌ଆଇ ଭାବେ କରୁଥିଲେ। ସେ ୱାଇ ପୂରନ କୁମାର(Ips)ଙ୍କ ବିରୋଧରେ ଆସିଥିବା ଗୋଟିଏ ଦୁର୍ନୀତି ମାମଲାର ତଦନ୍ତରେ ସାମିଲ ଥିଲେ। ସେ ନିଜ ସର୍ଭିସ ଗନ୍‌ରୁ ନିଜକୁ ଗୁଳି କରିବା ପୂର୍ବରୁ ୩ ପୃଷ୍ଠାର ଚିଠି ଲେଖିଥିଲେ। ଏଥିରେ ସେ ସତ୍ୟ ପାଇଁ ବଳିଦାନ ଦେଉଥିବା ଉଲ୍ଲେଖ କରିଛନ୍ତି। 

ସନ୍ଦୀପ କୁମାର ଅଭିଯୋଗ କରିଛନ୍ତି ଯେ ପୂରନ କୁମାର ଜଣେ ଦୁର୍ନୀତି ଗ୍ରସ୍ତ ପୁଲିସ୍‌ ଅଫିସର ଥିଲେ। ଦୁର୍ନୀତିର ଗୁମର ଫିଟି ଯିବ ବୋଲି ସେ ଜାଣିବା ପରେ ଆତ୍ମହତ୍ୟା କରିଥିଲେ। ସୁଇସାଇଡ ନୋଟରେ ସେ ଆହୁରି କହିଛନ୍ତି ଯେ ୱାଇ ପୂରନ କୁମାରଙ୍କୁ ଦୁର୍ନୀତି ଅଭିଯୋଗ ପରେ ବଦଳି କରାଯାଇଥିଲା।

Advertisment

ପୂରନ କୁମାରଙ୍କ ଗନମ୍ୟାନ ଜଣେ ମଦ ଠିକାଦାରଙ୍କ ଠାରୁ ୨.୫ ଲକ୍ଷ ଟଙ୍କାର ଲାଞ୍ଚ ନେଇଥିଲେ। ଜଣେ ଗ୍ୟାଙ୍ଗଷ୍ଟର ମଦ କଣ୍ଟ୍ରାକ୍ଟରଙ୍କୁ ଧମକ ଦେବା ପରେ ସେ ପୂରନ କୁମାରଙ୍କୁ ଭେଟିଥିଲେ। ଯେତେବେଳେ ଲାଞ୍ଚ କାରବାର ସାମ୍ନାକୁ ଆସିଲା ସେତେବେଳେ ସେ ଏହାକୁ ଜାତିଭିତ୍ତିକ ରଙ୍ଗ ଦେଇଥିଲେ। ଏହାପରେ ସେ ଆତ୍ମହତ୍ୟା କରିଥିବା ସନ୍ଦୀପ କୁମାର ସୁଇସାଇଡ ନୋଟରେ ଲେଖିଛନ୍ତି। 

ବର୍ତ୍ତମାନ ଚାଲିଥିବା ତଦନ୍ତରେ ତାଙ୍କୁ ଗିରଫ କରାଯିବାର ଆଶଙ୍କା ରହିଛି ଓ ମୃତ୍ୟୁ ପୂର୍ବରୁ ସେ ଦୁର୍ନୀତି ବ୍ୟବସ୍ଥାର ଗୁମର ଖୋଲିବାକୁ ଚାହୁଁଥିବା ମଧ୍ୟ ସୁଇସାଇଡରେ ନୋଟରେ ଲେଖିଛନ୍ତି। ସେ କହିଛନ୍ତି, “ଗୋଟିଏ ନିରପେକ୍ଷ ତଦନ୍ତ ଦାବି କରି ମୁଁ ମୋ ଜୀବନର ବଳିଦାନ ଦେଉଛି। ଏହି ଦୁର୍ନୀତି ଖୋର ପରିବାର ବର୍ତ୍ତିବା କଥା ନୁହେଁ।”

ଆତ୍ମହତ୍ୟା କରିବା ପୂର୍ବରୁ ସେ ଗୋଟିଏ ଭିଡିଓ ବାର୍ତ୍ତା ମଧ୍ୟ ରେକର୍ଡ କରିଥିଲେ। ଏଥିରେ ସନ୍ଦୀପ କୁମାର କହିଛନ୍ତି ଯେ “ରୋହତକ ରେଞ୍ଜରେ ପୂରନ କୁମାର ନିଯୁକ୍ତି ପାଇବା ପରେ ସେ ସ୍ୱଚ୍ଛ ପୁଲିସ୍‌ ଅଧିକାରୀଙ୍କୁ ହଠାଇ ଦୁର୍ନୀତି ଗ୍ରସ୍ତ ଅଫିସରଙ୍କୁ ଦାୟିତ୍ୱ ଦେଇଥିଲେ। ସେହି ଲୋକମାନେ ଫାଇଲ ଅଟକାଉଥିଲେ, ଆବେଦନକାରୀଙ୍କୁ ଡାକୁଥିଲେ ଓ ସେମାନଙ୍କୁ ଟଙ୍କା ମାଗି ମାନସିକ ନିର୍ଯାତନା ଦେଉଥିଲେ।

ବଦଳି ନାଁରେ ମହିଳା ପୁଲିସ୍‌ କର୍ମଚାରୀଙ୍କୁ ଯୌନ ଶୋଷଣ ମଧ୍ୟ କରାଯାଉଥିଲା। ତାଙ୍କ ଦୁର୍ନୀତିର ଚେର ବେଶ ଗଭୀର। ସେ ତାଙ୍କ ନାଁରେ ଆସିଥିବା ଅଭିଯୋଗରେ ଡରି ଯାଇ ଆତ୍ମହତ୍ୟା କରିଥିଲେ।” 

ପୂରନ କୁମାରଙ୍କ ପତ୍ନୀ ଅମନୀତ ପି କୁମାର(Ias) ଜଣେ ଆଇଏଏସ୍‌ ଅଫିସର। ସନ୍ଦୀପ କୁମାର ନିଜ ଭିଡିଓ ବାର୍ତ୍ତାରେ ତାଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଅମନୀତ କୁମାର ମଧ୍ୟ ନିଜର ଦୁର୍ନୀତିର ଗୁମର ଖୋଲି ଯିବା ଭୟରେ ରହିଛନ୍ତି। ସେମାନଙ୍କ ସମ୍ପତ୍ତିର ଯାଞ୍ଚ କରାଯାଉ। ଏହା ଜାତିଗତ ପ୍ରସଙ୍ଗ ନୁହେଁ।

ସତ୍ୟ ସାମ୍ନାକୁ ଆସିବା ଦରକାର। ସେ ଜଣେ ଦୁର୍ନୀତି ଖୋର। ମୁଁ ସତ୍ୟ ପାଇଁ ମୋ ଜୀବର ବଳିଦାନ ଦେଉଛି। ମୁଁ ମୋ କାମ ପାଇଁ ଗର୍ବିତ। ଦେଶକୁ ନିଦରୁ ଉଠାଇବା ବେଶ ଗୁରୁତ୍ୱପୂର୍ଣ୍ଣ। ମୋ ପରିବାର ଲୋକ ସ୍ୱାଧୀନତା ପାଇଁ ଲଢ଼ିଥିଲେ ବୋଲି ସନ୍ଦୀପ କହିଛନ୍ତି। 

Ips Ias Haryana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe