Advertisment

ବାର୍ତ୍ତା ପଠାଇଲେ କେଜ୍ରିୱାଲ, ପଢ଼ି ଶୁଣାଇଲେ ତାଙ୍କ ପତ୍ନୀ

କେଜ୍ରିୱାଲ ବିଜେପିକୁ ନେଇ ମଧ୍ୟ ଗୋଟିଏ ଧାଡ଼ି କହିଛନ୍ତି।

ଅଦ୍ୟତନ ହୋଇଛି
Kejriwal's Wife

Kejriwal's Wife

Advertisment

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେପାଜତରେ ଅଛନ୍ତି। ପଚରାଉଚରା କରିବା ପାଇଁ ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ ଇଡି ତାଙ୍କୁ ରିମାଣ୍ଡରେ ନେଇଛି। ତେବେ ୟା ଭିତରେ ସେ ଆମ୍‌ ଆଦ୍‌ମୀ ପାର୍ଟିର କାର୍ଯ୍ୟକର୍ତ୍ତା, ଦିଲ୍ଲୀବାସୀ ତଥା ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ପଠାଇଛନ୍ତି। ତାଙ୍କର ଏହି ବାର୍ତ୍ତାଙ୍କୁ ତାଙ୍କ ପତ୍ନୀ ପଢ଼ି ଶୁଣାଇଥିବା ବେଳେ ଏହାକୁ ସୋଶାଲ୍ ମିଡିଆରେ ପୋଷ୍ଟ କରାଯାଇଛି।

Advertisment

ଏହି ବାର୍ତ୍ତାରେ ସେ ନିଜକୁ ଲୁହା ଭଳି ଶକ୍ତିଶାଳୀ କହିବା ସହିତ କୌଣସି ଜେଲ୍‌ ତାଙ୍କୁ ଅଧିକ ଦିନ ରଖିପାରିବନି ବୋଲି କହିଛନ୍ତି। ତା’ସହିତ ତାଙ୍କୁ ଗିରଫ କରାଯାଇଥିବା ଯୋଗୁ ବିଜେପି ଲୋକଙ୍କୁ ଘୃଣା ନ କରିବା ପାଇଁ ସେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଅନୁରୋଧ କରିଛନ୍ତି।

କେଜ୍ରିୱାଲ ତାଙ୍କ ବାର୍ତ୍ତାରେ କହିଛନ୍ତି,“... ମୁଁ ଭିତରେ ରହେ କି ବାହାରେ, ସବୁବେଳେ ଦେଶର ସେବା କରିବି। ମୋ ଶରୀରର ପ୍ରତିଟି ଅଂଶ ଦେଶ ପାଇଁ ସମର୍ପିତ। ମୁଁ ସଂଘର୍ଷ କରିବାକୁ ହିଁ ଜନ୍ମ ହୋଇଛି। ଆଜି ପର୍ଯ୍ୟନ୍ତ ମୁଁ ବହୁତ ସଂଘର୍ଷ କରିଛି। ଆଗକୁ ବି ମୋ ଜୀବନରେ ବଡ଼ ବଡ଼ ସଂଘର୍ଷ ରହିଛି। ତେଣୁ ଏହି ଗିରଫଦାରୀ ମୋତେ ଚକିତ କରି ନାହିଁ। .....

Advertisment

.... ଭାରତ ଭିତରେ ଓ ବାହାରେ ଏମିତି ବହୁତ ଶକ୍ତି ଅଛନ୍ତି, ଯେଉଁମାନେ ଦେଶକୁ ଦୁର୍ବଳ କରୁଛନ୍ତି। ସଚେତନ ରହି ଆମକୁ ଏହି ଶକ୍ତିଗୁଡ଼ିକୁ ଚିହ୍ନିବାକୁ ପଡ଼ିବ। ଏହି ଶକ୍ତିମାନଙ୍କୁ ପରାସ୍ତ କରିବାକୁ ପଡ଼ିବ। ଭାରତରେ ଏମିତି ବହୁତ ଶକ୍ତି ଅଛନ୍ତି, ଯେଉଁମାନେ ଦେଶଭକ୍ତ। ସେମାନେ ଦେଶକୁ ଆଗକୁ ବଢ଼ାଇବାକୁ ଚାହାଁନ୍ତି। ଏହି ଶକ୍ତିମାନଙ୍କ ସହିତ ଆମକୁ ଯୋଡ଼ି ହେବାକୁ ପଡ଼ିବ ଓ ସେମାନଙ୍କୁ ଆହୁରି ସଶକ୍ତ କରିବାକୁ ହେବ।” 

ଦିଲ୍ଲୀର ମହିଳାଙ୍କ ଉଦ୍ଦେଶ୍ୟରେ କେଜ୍ରିୱାଲ ତାଙ୍କ ବାର୍ତ୍ତାରେ କହିଛନ୍ତି, ... ଏମିତି କୌଣସି ଜେଲ୍ ନାହିଁ ଯାହା ମୋତେ ଅଧିକ ଦିନ ଭିତରେ ରଖିପାରିବ। ମୁଁ ଖୁବ୍ ଶୀଘ୍ର ବାହାରିବି ଓ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବି। ମୁଁ ଏମିତି କିଛି ପ୍ରତିଶ୍ରୁତି ଦିଏନି, ଯାହାକୁ ପୂରଣ କରେନି। ମୁଁ ଲୁହାରେ ତିଆରି। ମୁଁ ବହୁତ ମଜବୁତ। କେବଳ ଗୋଟିଏ କାମ କରିବେ। ଥରୁଟିଏ ହେଲେ ବି ମନ୍ଦିର ଯିବେ ଓ ମୋ ପାଇଁ ଭଗବାନଙ୍କୁ ଆଶୀର୍ବାଦ ମାଗିବେ। କୋଟି କୋଟି ଲୋକଙ୍କ ଆଶୀର୍ବାଦ ମୋ ସହିତ ଅଛି। ଏହା ହେଉଛି ମୋ’ର ଶକ୍ତି।

ସେହିପରି ଆମ୍‌ ଆଦ୍‌ମୀ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ଅରବିନ୍ଦ କେଜ୍ରିୱାଲ। ସେ କହିଛନ୍ତି, ଆମ୍ ଆଦ୍‌ମୀ ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ମୋର ଅନୁରୋଧ, ମୁଁ ଜେଲ୍‌ରେ ଥିବା ଯୋଗୁ ସମାଜସେବା ଓ ଜନସେବା କାର୍ଯ୍ୟ ଅଟକିବା ଉଚିତ୍ ନୁହେଁ। ହଁ, ଏହି କାରଣରୁ ବିଜେପି ଲୋକଙ୍କୁ ଘୃଣା କରିବେ ନାହିଁ। କାରଣ ସେମାନେ ସମସ୍ତେ ଆମ ଭାଇ ଓ ଭଉଣୀ। ମୁଁ ଖୁବ୍‌ଶୀଘ୍ର ଫେରିବି।

Arvind Kejriwal AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe