Advertisment

ବେଙ୍ଗଲରେ ଦୁଷ୍କର୍ମ ବିରୋଧୀ 'ଅପରାଜିତା' ବିଲ୍ ପାରିତ

ବିଲକୁ ଐତିହାସିକ ଏବଂ ମଡେଲ କହିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

author-image
Debibandita Barick
ଅଦ୍ୟତନ ହୋଇଛି
Mamata Banerjee

Mamata Banerjee

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଚାଲିଥିବା ବ୍ୟାପକ ଆନ୍ଦୋଳନ ମଧ୍ୟରେ 'ଅପରାଜିତା' ବିଲ୍ ପାରିତ କରିଛନ୍ତି ପଶ୍ଚିମବଙ୍ଗ ସରକାର। ଆଜି ବେଙ୍ଗଲର ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସରକାର ଦୁଷ୍କର୍ମ ବିରୋଧୀ ଅପରାଜିତା ବିଲ୍ ପାରିତ କରିଛନ୍ତି।

Advertisment

ଏହା ସହ ପଶ୍ଚିମବଙ୍ଗ ଦେଶର ପ୍ରଥମ ରାଜ୍ୟ ଭାବରେ ଦୁଷ୍କର୍ମ, ଗଣଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଅପରାଧ ସହ ଜଡିତ କେନ୍ଦ୍ରୀୟ ଆଇନରେ ସଂଶୋଧନ ଆଣିଛି। ବିଧାନସଭାରେ 'ଅପରାଜିତା' ବିଲ୍ ପାରିତ ହେବା ପରେ ରାଜ୍ୟପାଳ ସିଭି ଆନନ୍ଦ ବୋସ୍ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହେବ।

'ଅପରାଜିତା ମହିଳା ଏବଂ ଶିଶୁ ବିଲ୍' (ପଶ୍ଚିମବଙ୍ଗ ଅପରାଧିକ ଆଇନ ଏବଂ ସଂଶୋଧନ) 2024 ଆଇନ ଅନୁସାରେ, ଦୁଷ୍କର୍ମ ଓ ଗଣଦୁଷ୍କର୍ମର ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବ। 21 ଦିନ ମଧ୍ୟରେ ମାମଲାର ବିଚାର କରାଯାଇ ଦୋଷୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ବିନା ପାରୋଲ ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବ। ସେହିପରି ଏସିଡ୍ ଆଟାକ୍ ଏବଂ ପୀଡାତାଙ୍କ ପରିଚୟ ପ୍ରକାଶ କରିଥିଲେ ଦଣ୍ଡ ବ୍ୟବସ୍ଥା ରହିଛି।

Advertisment

ସେପଟେ, ଏହି ବିଲ୍ ପାରିତ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଐତିହାସିକ ଏବଂ ମଡେଲ ବୋଲି କହିଛନ୍ତି। ସେ କହିଛନ୍ତି, "ଏହି ବିଲ୍ ସରକାରଙ୍କ ଦ୍ୱାରା ପରିଚାଳିତ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଟ୍ରେନି ଡାକ୍ତରଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସ୍ୱରୂପ।"  

ଆରଜି କର ହସ୍ପିଟାଲର ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଚାଲିଥିବା ଆନ୍ଦୋଳନ ମଧ୍ୟରେ ବିଧାନସଭାରେ ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ବସିଥିଲା। ଗତକାଲି ଆଲୋଚନା ପରେ ଆଜି ବେଙ୍ଗଲ ଆଣ୍ଟି-ରେପ୍ ବିଲ୍ ବା ଦୁଷ୍କର୍ମ ବିରୋଧୀ ବିଲ୍ 'ଅପରାଜିତା' ପାରିତ ହୋଇଛି। 

ବିଜେପି ମଧ୍ୟ ଏହି ବିଲକୁ ସମର୍ଥନ ଜଣାଇଛି। କିନ୍ତୁ ମହିଳା ଏବଂ ଶିଶୁଙ୍କ ପ୍ରତି ହେଉଥିବା ଅପରାଧର ମୁକାବିଲା ପାଇଁ ଭାରତୀୟ ନ୍ୟାୟ ସଂହିତା (BNS)ରେ ମଧ୍ୟ କଡା ବ୍ୟବସ୍ଥା ରହିଛି ବୋଲି ବିଜେପି କହିଛି। ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଏହି ବିଲ୍‌ରେ ସାତୋଟି ସଂଶୋଧନ ପାଇଁ ଏକ ପ୍ରସ୍ତାବ ଆଗତ କରିଛନ୍ତି।

ସେ କହିଛନ୍ତି, "ଆମେ ଏହି (ଦୁଷ୍କର୍ମ ବିରୋଧୀ) ଆଇନ ଶୀଘ୍ର କାର୍ଯ୍ୟକାରୀ ହେଉ ବୋଲି ଚାହୁଁ, ଏହା ରାଜ୍ୟ ସରକାରଙ୍କ ଦାୟିତ୍ୱ। ଆମେ ଫଳାଫଳ ଚାହୁଁ। ଆମେ କୌଣସି ବିଭାଜନ ଚାହୁଁ ନାହୁଁ, ଆମେ ଆପଣଙ୍କୁ (ରାଜ୍ୟ ସରକାର) ସମ୍ପୂର୍ଣ୍ଣ ସମର୍ଥନ କରୁଛୁ। ଆମେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ଆରାମରେ ଶୁଣିଲୁ, ସେ ଯାହା ଚାହାନ୍ତି ତାହା କରିପାରିବେ। କିନ୍ତୁ ବିଲର ତୁରନ୍ତ କାର୍ଯ୍ୟକାରିତା ହେଉ।"  

Mamata Banerjee Anti-Rape Bill Aparajita