Advertisment

ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା; ଜାମିନ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗତକାଲି ଏକ ତଳ କୋର୍ଟରୁ ବେଲ୍ ପାଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

author-image
Debibandita Barick
ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ବେଲ୍ ପାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟରୁ ଲାଗିଛି ଝଟକା। ଏହି ମାମଲା ଉପରେ ରାଉଜ ଆଭେନ୍ୟୁ କୋର୍ଟ ଦେଇଥିବା ବେଲ୍ ଅର୍ଡର ଉପରେ ରୋକ୍ ଲଗାଇଛନ୍ତି ଉଚ୍ଚ ନ୍ୟାୟାଳୟ।

Advertisment

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିଥିବା ଆବେଦନ ଉପରେ ଶୁଣାଣି ନ ସରିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଜାମିନରେ ଯାଇ ପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶ ଥାଉକି, ଗତକାଲି ରାଉଜ ଆଭିନ୍ୟୁ କୋର୍ଟ କେଜ୍ରିୱାଲ ଙ୍କୁ ଦେଇଥିବା ଜାମିନ ନିର୍ଦ୍ଦେଶକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି ଇଡି। ଆଜି ଏହି ମାମଲା ଉପରେ ଶୁଣାଣି କରାଯାଉଛି। ଶୁଣାଣି ଶେଷ ନ ହେବା ପର୍ଯ୍ୟନ୍ତ ବେଲରେ ବାହାରି ପାରିବେନି କେଜ୍ରିୱାଲ। 

Advertisment

ଶୁଣାଣି ସମୟରେ ଇଡି କୋର୍ଟଙ୍କୁ କହିଛି ଯେ, ନିମ୍ନ ଅଦାଲତ(ରାଉଜ ଆଭେନ୍ୟୁ) ସେମାନଙ୍କ ପକ୍ଷ ରଖିବାକୁ ସୁଯୋଗ ଦେଇନାହାଁନ୍ତି। ଦିଲ୍ଲୀ ହାଇକୋର୍ଟରେ ଇଡି ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି ରାଜୁ କହିଛନ୍ତି, ନିମ୍ନ ଅଦାଲତ ତାଙ୍କ ପକ୍ଷ ଉପସ୍ଥାପନ କରିବାକୁ ଉପଯୁକ୍ତ ସୁଯୋଗ ଦେଇନାହାଁନ୍ତି। 

ଖବର ଲେଖାହେବା ସୁଦ୍ଧା ଶୁଣାଣି ସମୟରେ ଇଡି କେଜ୍ରିୱାଲଙ୍କ ବିରୁଦ୍ଧରେ ଅର୍ଥ ହେରଫେର ଅଭିଯୋଗର ଉପଯୁକ୍ତ ପ୍ରମାଣ ଉପସ୍ଥାପନ କରିବାରେ ବିଫଳ ହୋଇଥିଲା। ତେବେ ହାଇକୋର୍ଟରୁ କେଜ୍ରିୱାଲଙ୍କୁ ଆଶ୍ୱସ୍ତି ମିଳୁଛି କି ନାହିଁ, ତା ଉପରେ ନଜର। 

Arvind Kejriwal Ed Enforcement Directorate Delhi High Court Delhi Liquor Policy Scam Arvind Kejriwal Bail