Advertisment

ରାହୁଲଙ୍କ ମନ୍ତବ୍ୟ ବିଜେପିର ବରଦାସ୍ତ ହେଲାନି, କହିଲା- ପରିସ୍ଥିତି ଚାପରେ ପଡ଼ିଛନ୍ତି

ନିଜ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ ଅବସରରେ ୱାଶିଂଟନ ଡିସିରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହୋଇ ରାହୁଲ ଗାନ୍ଧି କହିଛନ୍ତି, ଇଣ୍ଡିଆନ ମୁସଲିମ୍‌ ଲିଗ୍‌ ସମ୍ପୂଣ୍ଣ ରୂପେ ଧର୍ମ ନିରପେକ୍ଷ । କେରଳରେ କଂଗ୍ରେସ ସହ ଏହାର ମେଣ୍ଟ ମଧ୍ୟ ଅଛି।

Rahul Gandhi

Rahul Gandhi

Advertisment

‘ଇଣ୍ଡିଆନ ମୁସଲିମ୍‌ ଲିଗ୍‌ ହେଉଛି ଏକ ଧର୍ମ ନିରପେକ୍ଷ ପାର୍ଟି । ଏଥିରେ କିଛି ବି ଅଣ ଧର୍ମ ନିରପେକ୍ଷତାର ଚିହ୍ନ ନାହିଁ।’ ଆଜି ୱାଶିଂଟନ ଡିସିରେ ନ୍ୟାସନାଲ ପ୍ରେସ୍‌ କ୍ଲବରେ କଂଗ୍ରେସ ନେତା ଏପରି ବୟାନ ଦେଇଥିବା ବେଳେ ଏହାକୁ ନେଇ ଭାରତରେ ଆରମ୍ଭ ହେଲାଣି ରାଜନୀତି।

Advertisment

ନିଜ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ ଅବସରରେ ୱାଶିଂଟନ ଡିସିରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହୋଇ ରାହୁଲ ଗାନ୍ଧି କହିଛନ୍ତି, ଇଣ୍ଡିଆନ ମୁସଲିମ୍‌ ଲିଗ୍‌ ସମ୍ପୂଣ୍ଣ ରୂପେ ଧର୍ମ ନିରପେକ୍ଷ । କେରଳରେ କଂଗ୍ରେସ ସହ ଏହାର ମେଣ୍ଟ ମଧ୍ୟ ଅଛି।

ରାହୁଲ ଗାନ୍ଧି ଙ୍କ ଏପରି ବୟାନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି। ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବୀୟ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି କହିଛନ୍ତି, ଜିନ୍ନାଙ୍କ ମୁସଲିମ୍‌ ଲିଗ୍‌ ପାର୍ଟି ଦେଶକୁ ଦୁଇ ଫାଳ କରିବା ପାଇଁ ଦାୟୀ । ହେଲେ କଂଗ୍ରେସ ଏହା ମାନିବାକୁ ରାଜି ନୁହେଁ।  ଉକ୍ତ ପାର୍ଟି ଏବେ ରାହୁଲଙ୍କ ଅନୁଯାୟୀ ଧର୍ମ ନିରପେକ୍ଷ ପାର୍ଟି ହୋଇଗଲା।

Advertisment

ୱାଇନାଡ଼ରେ ନିଜ ଆସନକୁ ସୁରକ୍ଷିତ ରଖିବାକୁ ରାହୁଲ ଗାନ୍ଧି ଏପରି ବୟାନ ଦେଇଛନ୍ତି। ପରିସ୍ଥିତି ଚାପରେ ପଡ଼ି ବାଧ୍ୟବାଧକତାରେ ପଡ଼ି ସେ ଏପରି କହିଥିବା କହିଛନ୍ତି ଅମିତ ମାଲବୀୟ । 

ସୂଚନାଯୋଗ୍ୟ, ୨୦୧୯ ମସିହାରେ  ରାହୁଲ ଗାନ୍ଧି ଉଭୟ ଆମେଠି ଓ ୱାଇନାଡରୁ ନିର୍ବାଚନ ଲଢ଼ିଥିବା ବେଳେ ଆମେଠିରୁ ସ୍ମୃତି ଇରାନୀଙ୍କଠାରୁ ହାରି ଯାଇଥିଲେ। ମାତ୍ର ୱାଇନାଡରୁ ସେ ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ। ନିକଟରେ ଏକ ମାନହାନୀ ମାମଲାରେ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଦଣ୍ଡାଦେଶ ମିଳିଥିବା ବେଳେ ସେ ନିଜ ସାଂସଦ ପଦ ହରାଇ ସାରିଛନ୍ତି।

Rahul Gandhi Bjp Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe