Advertisment

ଦୌଡ଼ି ଦୌଡ଼ି ଥକି ଯିବ, କିନ୍ତୁ ଆଇନ ତୁମକୁ ଛାଡ଼ିବ ନାହିଁ; କାହାକୁ ଏମିତି କହିଲେ ଜେପି ନଡ୍ଡା

‘ଯଦି କଂଗ୍ରେସ ଦୁର୍ନୀତିର ଗ୍ୟାରେଣ୍ଟି, ତା’ହେଲେ ମୋଦିଜୀ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନର ଗ୍ୟାରେଣ୍ଟି।’

author-image
Jitendra Garnayak
ଅଦ୍ୟତନ ହୋଇଛି
JP Nadda

JP Nadda

ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ପରିବାରର ବ୍ୟବସାୟିକ ପ୍ରତିଷ୍ଠାନରୁ ଶହ ଶହ କୋଟି ଟଙ୍କା ମିଳିବା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାରେ କଂଗ୍ରେସ ଧୀରଜଙ୍କ ଠାରୁ ଦୂରତା ଅବଲମ୍ବନ କରୁଥିବା ସତ୍ତ୍ୱେ ତୀବ୍ର ସମାଲୋଚନାର ଶିକାର ହେଉଛି। ବିଶେଷ କରି ବିଜେପି ପକ୍ଷରୁ ଏହି ଘଟଣାରେ କଡ଼ା ସମାଲୋଚନା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ଘଟଣାରେ ପ୍ରତିକ୍ରିୟା ରଖିସାରି‌ଥିବା ବେଳେ ଆଜି ଏହି ଧାରାରେ ଯୋଡ଼ି ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।

Advertisment

କଂଗ୍ରେସ ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ଉଦ୍ଦେଶ୍ୟରେ ଶ୍ରୀ ନଡ୍ଡା ତାଙ୍କ ‘X’ରେ ଲେଖିଛନ୍ତି, ବନ୍ଧୁ ଜବାବ ତ ଦେବାକୁ ପଡ଼ିବ, ତୁମକୁ ଓ ତୁମ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ। ଏହା ହେଉଛି ନୂଆ ଭାରତ। ଏଠାରେ ରାଜପରିବାର ନାଁରେ ଲୋକଙ୍କୁ ଶୋଷଣ କରିବାକୁ ଦିଆଯିବ ନାହିଁ। ଦୌଡ଼ି ଦୌଡ଼ି ଥକିଯିବ, କିନ୍ତୁ ଆଇନ ତୁମକୁ ଛାଡ଼ିବ ନାହିଁ।

ସେ ଆହୁରି ଲେଖିଛନ୍ତି, ଯଦି କଂଗ୍ରେସ ଦୁର୍ନୀତିର ଗ୍ୟାରେଣ୍ଟି, ତା’ହେଲେ ମୋଦିଜୀ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନର ଗ୍ୟାରେଣ୍ଟି। ଜନତାଙ୍କଠାରୁ ଯେତିକି ଲୁଟିଛ ସବୁ ଫେରାଇବାକୁ ପଡ଼ିବ।

Advertisment

ଗତ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ  ‘X’ରେ ଲେଖିଥିଲେ, “ଦେଶବାସୀ ନୋଟର ଗଦାକୁ ଦେଖନ୍ତୁ ଓ ଏହାପରେ ତାଙ୍କ ନେତମାନଙ୍କ ’ସଚ୍ଚୋଟ ପଣିଆ’ର ଭାଷଣ ଶୁଣନ୍ତୁ। ଜନତାଙ୍କ ଠାରୁ ଯାହା ଲୁଟା ଯାଇଛି, ତାକୁ କଡ଼ା ଗଣ୍ଡା ଫେରାଇବାକୁ ପଡ଼ିବ। ଏହା ମୋଦିଙ୍କର ଗ୍ୟାରେଣ୍ଟୀ।”

ଝାଡ଼ଖଣ୍ଡ କଂଗ୍ରେସ ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ପରିବାରର ବ୍ୟବସାୟିକ ପ୍ରତିଷ୍ଠାନରେ ହୋଇଥିବାର ଆୟକର ଚଢ଼ାଉ ଆଜି ୫ମ ଦିନରେ ପହଞ୍ଚିଛି। ତାଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟ ସ୍ଥାନରୁ ଜବତ ଟଙ୍କାର ଗଣତି ଶେଷ ହୋଇନାହିଁ। ବଲାଙ୍ଗିର SBI ମୁଖ୍ୟଶାଖାରେ ୧୬୦ କୋଟି ଟଙ୍କା ଗଣତି ସରିଛି। କାଲି ରାତି ସୁଦ୍ଧା ୧୬୦ କୋଟି ଟଙ୍କାର ଗଣତି ହୋଇଥିଲା। ଆଜି ୨୫ରୁ ୩୦ଟି ମେସିନ୍‌ରେ ୫୦ କର୍ମଚାରୀ ଟଙ୍କା ଗଣତି କରୁଛନ୍ତି। ୧୦୫ ବସ୍ତା ଟଙ୍କା ଗଣତି ସରିଥିଲା ବେଳେ ଆହୁରି ୭୧ ବସ୍ତା ବାକି ରହିଛି। କୁହାଯାଉଛି ୩୦୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିଛି ଆୟକର ବିଭାଗ। 

Bjp Congress Rahul Gandhi IT Raid Jp Nadda