Advertisment

ଅନୀଲଙ୍କୁ ବିଜେପି ବ୍ୟବହାର କରି ଫୋପାଡ଼ି ଦେବ: ଅଜିତ

ଅନୀଲ ବିଜେପିରେ ମିଶିବେ ବୋଲି ପରିବାର ଲୋକଙ୍କୁ ସାମାନ୍ୟତମ ସଙ୍କେତ ଦେଇ ନଥିଲେ।

Anil Antony

Anil Antony

Advertisment

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନୀ ଙ୍କ ବଡ଼ ପୁଅ ଅନୀଲ ଆଣ୍ଟୋନୀ ବିଜେପିରେ ମିଶିଛନ୍ତି। ଏହାକୁ ଏକେ ଆଣ୍ଟୋନୀ ଗ୍ରହଣ କରିପାରୁ ନାହାନ୍ତି। ଏହା ତାଙ୍କୁ ଆଶ୍ଚର୍ଯ୍ୟ କରିବା ସହିତ ବହୁତ ଦୁଃଖ ଦେଇଛି। ତେବେ କେବଳ ଏକେ ଆଣ୍ଟୋନୀ ନୁହନ୍ତି, ତାଙ୍କ ସାନ ପୁଅ ଅଜିତ ଆଣ୍ଟୋନୀ ମଧ୍ୟ ବଡ଼ ଭାଇ ଅନୀଲଙ୍କ ପଦକ୍ଷେପରେ ଖୁସି ନାହାନ୍ତି। ସେ କହିଛନ୍ତି ଯେ ଅନୀଲ ଆଣ୍ଟୋନୀ ଭାବିଚିନ୍ତି ଏଭଳି ନିଷ୍ପତ୍ତି ନେଇ ନାହାନ୍ତି। ବିଜେପି ତାଙ୍କୁ କିଛି ଦିନ ପାଇଁ ବ୍ୟବହାର କରି ଫୋପାଡ଼ି ଦେବ।

Advertisment

ଅଜିତ କହିଛନ୍ତି ଯେ ଅନୀଲ ବିଜେପିରେ ମିଶିବେ ବୋଲି ପରିବାର ଲୋକଙ୍କୁ ସାମାନ୍ୟତମ ସଙ୍କେତ ଦେଇ ନଥିଲେ। ସେ ବିଜେପିରେ ମିଶିବା କଥା ପରିବାର ଲୋକେ ନ୍ୟୁଜ୍ ଚ୍ୟାନେଲରୁ ଜାଣିବାକୁ ପାଇଥିଲେ। ଆଉ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ସେ କହିଛନ୍ତି, ଏହି ଖବର ଜାଣିବା ପରେ ବାପା ପୂରା ଭାଙ୍ଗି ପଡ଼ିଥିଲେ। ସେ ମର୍ମାହତ ହୋଇ ଘରର ଏକ କୋଣରେ ବସି ରହିଥିଲେ। ବାପାଙ୍କୁ ଏମିତି ଭାଙ୍ଗି ପଡ଼ିବାର କେବେ ଦେଖି ନଥିଲି।

Advertisment

ଅଜିତ କହିଛନ୍ତି, ସେ (ଅନୀଲ ଆଣ୍ଟୋନୀ) ବିଜେପିରେ ଯୋଗ ଦେବା ପଛରେ ତାଙ୍କର କିଛି ନିଜସ୍ୱ କାରଣ ଥିବ। କିଛି ଅଜଣା କଂଗ୍ରେସ କାର୍ଯ୍ୟକର୍ତ୍ତା ତାଙ୍କୁ ଫୋନ୍ କରି ଗାଳିଗୁଲଜ କରୁଥିଲେ। ହୋଇପାରେ ତାହା ତାଙ୍କୁ ବାଧିଥିବ। ସେ ରାଗରେ ଦଳ (କଂଗ୍ରେସ) ଠାରୁ ଦୂରେଇ ରହିଥିଲେ। ତେବେ ସେ ବିଜେପିର ମିଶିବେ ବୋଲି କେବେ ଭାବି ନଥିଲି।

ଭବିଷ୍ୟତରେ ଅନୀଲ ଆଣ୍ଟୋନୀ ତାଙ୍କ ଭୁଲ ବୁଝିପାରିବେ ଓ ପୁଣି ଥରେ କଂଗ୍ରେସକୁ ଫେରିବେ ବୋଲି ଆଶା ରଖିଛନ୍ତି ଅଜିତ।

Bjp Congress Anil Antony AK Antony Kerala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe