Basavaraj Bommai
କର୍ଣ୍ଣାଟକାରେ ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ବିଜେପି ଜିତିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ।
ସେ କହିଛନ୍ତି, ଆଜି ଦିନଟି ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ମୋର ବିଶ୍ୱାସ ବିଜେପି ଜିତିବ। ଆମେ ଲୋକଙ୍କ ପାଇ କାମ କରିଛୁ। ଆମେ ରାଜ୍ୟର ବିକାଶ ପାଇଁ କାମ କରିଛୁ। ମୁଁ କର୍ଣ୍ଣାଟକାର ଲୋକଙ୍କୁ ଧନ୍ୟବାଦ ଦେଉଛି।
ଆଜି ଭୋଟ ଗଣତି ପୂର୍ବରୁ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଏକ ହନୁମାନ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ।
ଅନ୍ୟପକ୍ଷରେ ଅଧିକାଂଶ ଏକଜିଟ ପୋଲ ଅନୁସାରେ ରାଜ୍ୟରେ ଏଥର ଝୁଲା ବିଧାନସଭା ହୋଇପାରେ। ସେଥିପାଇଁ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ଜେଡିଏସ ସହିତ ଗୁପ୍ତ ଆଲୋଚନା ଆରମ୍ଭ ହୋଇଯାଇଥିବା କୁହାଯାଉଛି। ଅବଶ୍ୟ ଜେଡିଏସ୍ ନେତା ଏଚ୍ଡି କୁମାରସ୍ୱାମୀ ଏହାକୁ ଖଣ୍ଡନ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1683947308.jpeg)