Advertisment

Stop Rape: ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ଘଟଣା: ସବ୍‌-ଇନ୍ସପେକ୍ଟର ଗିରଫ, ଏକାଧିକ ଥର ଦୁଷ୍କର୍ମ କରିଥିବା ଅଭିଯୋଗ

ମୃତ ମହିଳା ଡାକ୍ତର ତାଙ୍କ ପାପୁଲିରେ ସୁଇସାଇଡ୍ ନୋଟ୍ ଲେଖିଥିଲେ। ସବ୍‌-ଇନ୍ସପେକ୍ଟର ଗୋପାଳ ବାଦାନେ ତାଙ୍କୁ ଏକାଧିକ ଥର ଦୁଷ୍କର୍ମ କରିଥିବା ଓ ବାଙ୍କର ତାଙ୍କୁ ମାନସିକ ନିର୍ଯାତନା ଦେଇଥିବା ସେ ଲେଖିଥିଲେ।

PSI

ଗିରଫ ସବ୍‌-ଇନ୍ସପେକ୍ଟର

Advertisment

ମହାରାଷ୍ଟ୍ରର ସତାରା ଜିଲ୍ଲାରେ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସ୍ ସବ୍‌-ଇନ୍ସପେକ୍ଟର ଗୋପାଳ ବାଦାନେଙ୍କୁ ଗିରଫ କରିଛି ଫଲଟଣ ଗ୍ରାମାଞ୍ଚଳ ଥାନା ପୁଲିସ। ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଇଞ୍ଜିନିୟର ପ୍ରଶାନ୍ତ ବାଙ୍କର ଗତକାଲି ପୁନେରୁ ଗିରଫ ହେବାର କିଛି ସମୟ ପରେ ସବ୍‌-ଇନ୍ସପେକ୍ଟର ଗୋପାଳ ବାଦାନେଙ୍କୁ ଗିରଫ କରାଯାଇଥିଲା। ଆତ୍ମହତ୍ୟା କରିଥିବା ମହିଳା ଡାକ୍ତରଙ୍କୁ ସେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

Advertisment

ସତାରା ଏସ୍‌ପି ତୁଷାର ଦୋଶୀ କହିଛନ୍ତି ଯେ ସବ୍‌-ଇନ୍ସପେକ୍ଟର ଗୋପାଳ ବାଦାନେ ଫଲଟଣ ଗ୍ରାମାଞ୍ଚଳ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ। 

ମହିଳା ଡାକ୍ତର ଜଣଙ୍କ ଯେଉଁ ଘରେ ଭଡ଼ାରେ ରହୁଥିଲେ, ତା’ର ମାଲିକଙ୍କ ପୁଅ ହେଉଛନ୍ତି ଇଞ୍ଜିନିୟର ପ୍ରଶାନ୍ତ ବାଙ୍କର। ସେ ମହିଳା ଡାକ୍ତରଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ତା’ ସହିତ ସେ ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସକାଇ ଥିବା ଭଳି ଅଭିଯୋଗ ହୋଇଛି। ଗତକାଲି ତାଙ୍କୁ ଗିରଫ କରିବା ପରେ ସତାରା ଜିଲ୍ଲା କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ୪ ଦିନ ପାଇଁ ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି। 

Advertisment

ମୃତ ମହିଳା ଡାକ୍ତରଙ୍କ ଘର ମହାରାଷ୍ଟ୍ରର ବୀଡ ଜିଲ୍ଲାରେ। ସେ ସତାରା ଜିଲ୍ଲାର ଏକ ସରକାରୀ ଡାକ୍ତରଖାନାରେ ନିଯୁକ୍ତ ହୋଇଥିଲେ। ଗତ ଗୁରୁବାର ରାତିରେ ଫଲଟଣ ସହରର ଏକ ହୋଟେଲ୍‌ରୁ ତାଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଥିଲା। 

ମୃତ ମହିଳା ଡାକ୍ତର ତାଙ୍କ ପାପୁଲିରେ ସୁଇସାଇଡ୍ ନୋଟ୍ ଲେଖିଥିଲେ। ସବ୍‌-ଇନ୍ସପେକ୍ଟର ଗୋପାଳ ବାଦାନେ ତାଙ୍କୁ ଏକାଧିକ ଥର ଦୁଷ୍କର୍ମ କରିଥିବା ଓ ବାଙ୍କର ତାଙ୍କୁ ମାନସିକ ନିର୍ଯାତନା ଦେଇଥିବା ସେ ଲେଖିଥିଲେ। 

ଫଲଟଣ ଗ୍ରାମାଞ୍ଚଳ ଥାନାରେ ସବ୍‌-ଇନ୍ସପେକ୍ଟର ଗୋପାଳ ବାଦାନେ ଓ ପ୍ରଶାନ୍ତ ବାଙ୍କରଙ୍କ ନାଁରେ ଦୁଷ୍କର୍ମ ଓ ଆତ୍ମହତ୍ୟା ପାଇଁ ଉସୁକାଇବା ଭଳି ମାମଲା ରୁଜୁ କରାଯାଇଛି। ପୁଲିସ କହିଛି ଯେ ମହିଳା ଡାକ୍ତର ଜଣଙ୍କ ଆତ୍ମହତ୍ୟା କରିବା ପୂର୍ବରୁ ପ୍ରଶାନ୍ତ ବାଙ୍କରଙ୍କୁ ଫୋନ୍ କରି କଥାବାର୍ତ୍ତା ହୋଇଥିଲେ। ଦୁଷ୍କର୍ମ ଅଭିଯୋଗ ଆସିବା ପରେ ସବ୍‌-ଇନ୍ସପେକ୍ଟର ଗୋପାଳ ବାଦାନେଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ମୃତ ମହିଳା ଡାକ୍ତରଙ୍କ ପରିବାର ଲୋକେ ଦାବି କରିଛନ୍ତି।   
   

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe