Advertisment

ଦାଦାଙ୍କ ନାଲି ଆଖିକୁ ଖାତିର ନାହିଁ; ଅଜିତଙ୍କ ବୈଠକରେ ଶରଦ ପାୱାରଙ୍କ ପୋଷ୍ଟର

ଦାଦାଙ୍କ ନାଲି ଆଖିକୁ ପୁତୁରାଙ୍କର ଖାତିର ନାହିଁ। ଏନସିପି ମୁଖିଆ ଶରଦ ପାୱାରଙ୍କ କଡ଼ା ବାରଣ ସତ୍ତ୍ୱେ ତାଙ୍କ ଫଟୋକୁ ନିଜ ପୋଷ୍ଟରରେ ବ୍ୟବହାର କରିଛନ୍ତି ଅଜିତ ପାୱାର।

ଅଦ୍ୟତନ ହୋଇଛି
Poster

Poster

Advertisment

ଦାଦାଙ୍କ ନାଲି ଆଖିକୁ ପୁତୁରାଙ୍କର ଖାତିର ନାହିଁ। ଏନସିପି ମୁଖିଆ ଶରଦ ପାୱାର ଙ୍କ କଡ଼ା ବାରଣ ସତ୍ତ୍ୱେ ତାଙ୍କ ଫଟୋକୁ ନିଜ ପୋଷ୍ଟରରେ ବ୍ୟବହାର କରିଛନ୍ତି ଅଜିତ ପାୱାର।

Advertisment

ଉଭୟ ଶରଦ ପାୱାର ଓ ଅଜିତ ପାୱାରଙ୍କ ଗୋଷ୍ଠୀ ପକ୍ଷରୁ ଆଜି ଦଳୀୟ କର୍ମକର୍ତ୍ତାଙ୍କ ବୈଠକ ଡକାଯାଇଛି। ନିଜ ନିଜ ବୈଠକରେ ଉଭୟ ଶକ୍ତି ପ୍ରଦର୍ଶନ କରିବାକୁ ଜୋରସୋରରେ ଲାଗି ପଡ଼ିଛନ୍ତି।

ଏହା ମଧ୍ୟରେ ଗତକାଲି ଏକ ସାକ୍ଷାତକାରରେ ଏନସିପି ସୁପ୍ରିମୋ କହିଥିଲେ, ମୁଁ ଯେଉଁ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ, ଉକ୍ତ ପାର୍ଟିର ମହାରାଷ୍ଟ୍ରର ଅଧ୍ୟକ୍ଷ ଜୟନ୍ତ ପାଟିଲ ଅଟନ୍ତି। ତେଣୁ ଏହି ପାର୍ଟି ପାଖରେ କେବଳ ମୋ’ ଫଟୋ ବ୍ୟବହାର କରିବାର ଅଧିକାର ଅଛି। ଅନ୍ୟମାନଙ୍କୁ ମୁଁ ଏହି ଅନୁମତି ଦେଇନି। ଯେଉଁମାନଙ୍କ ସହ ମୋର ବିଚାରଗତ ମତ ପାର୍ଥକ୍ୟ ଅଛି, ସେମାନଙ୍କୁ ମୁଁ ମୋ ଫଟୋ ବ୍ୟବହାର କରିବାକୁ ଅନୁମତି ଦେଇନି।

Advertisment

ମାତ୍ର ଏହାକୁ କାଉଣ୍ଟର କରି ଶରଦ ପାୱାର କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହନ୍ତି । ତେଣୁ ତାଙ୍କ ଫଟୋ ବ୍ୟବହାର କରିବାକୁ ଆମକୁ କେହି ମନା କରି ପାରିବେନି ବୋଲି ଅଜିତ ପାୱାରଙ୍କ ଗ୍ରୁପ୍‌ ପକ୍ଷରୁ କୁହାଯାଇଥିଲା।

ଏହା ସତ୍ତ୍ୱେ ଅଜିତ ପାୱାର ଏହାକୁ ଖାତିର ନ କରି ଆଜି ନିଜ ବୈଠକରେ ଲାଗିଥିବା ପୋଷ୍ଟରରେ ଶରଦ ପାୱାରଙ୍କ ଫଟୋ ଲଗାଇଛନ୍ତି। ଏନେଇ ଶରଦ ପାୱାରଙ୍କ ପ୍ରତିକ୍ରିୟା ମିଳି ପାରିନି।

Sarad Power NCP Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe