Advertisment

କେଜ୍ରିୱାଲଙ୍କ ଘରେ ଇଡି ଟିମ୍

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡିର ସମନ ଉପରେ ଅନ୍ତରୀଣ ସୁରକ୍ଷା ଦେବାକୁ ଦିଲ୍ଲୀ ହାଇକୋର୍ଟ ମନା କରି ଦେବାର କିଛି ଘଣ୍ଟା ପରେ ଏହି ଖବର ଆସିଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଏକ ଟିମ୍ ଆଜି ସନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଛନ୍ତି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡିର ସମନ ଉପରେ ଅନ୍ତରୀଣ ସୁରକ୍ଷା ଦେବାକୁ ଦିଲ୍ଲୀ ହାଇକୋର୍ଟ ମନା କରି ଦେବାର କିଛି ଘଣ୍ଟା ପରେ ଏହି ଖବର ଆସିଛି। ଅନ୍ୟପକ୍ଷରେ ସୁପ୍ରମିକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କେଜ୍ରିୱାଲ । ଜରୁରୀ ଶୁଣାଣି କରିବା ପାଇଁ ସେ କୋର୍ଟଙ୍କୁ ଆବେଦନ କରିଛନ୍ତି। 

Advertisment

ମିଳିଥିବା ସୂଚନା ଅନୁଯାୟୀ, ଇଡିର ଏକ ୧୨ ଜଣିଆ ଟିମ୍ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଛନ୍ତି। ସେମାନଙ୍କ ପାଖରେ ସର୍ଚ୍ଚ ୱାରେଣ୍ଟ ରହିଛି।  

ଆଉ ଏକ ସୂଚନା ମଧ୍ୟ ଆସିଛି ଯେ ଇଡି ଟିମ୍ କେଜ୍ରିୱାଲଙ୍କୁ ଆଉ ଏକ ସମନ ଦେବାକୁ ଆସିଛି। ତେବେ ସମନ ଦେବା ପାଇଁ ୧୨ ଜଣିଆ ଟିମ୍ କାହିଁକି ଆସିବ ବୋଲି ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ସୌରଭ ଭରଦ୍ୱାଜ କହିଛନ୍ତି, ଯେଉଁଭଳି ଭାବେ ପୁଲିସ୍ ପଶିଛି ଓ କାହାକୁ ଭିତରକୁ ଛଡ଼ା ଯାଉ ନାହିଁ, ସେଥିରୁ ଲାଗୁଛି ଚଢ଼ାଉ କରାଯାଇଛି। ଏହା ବି ଲାଗୁଛି ଯେ ସେମାନେ (ଇଡି ଟିମ୍) ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିବାକୁ ଆସିଛି।’ 

Advertisment

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୯ଟି ସମନ ପଠାଇ ସାରିଛି। କିନ୍ତୁ କେଜ୍ରିୱାଲ ଇଡିରେ ହାଜର ହୋଇ ନାହାନ୍ତି। 

ଏହି ମାମଲାରେ ଗତ ବର୍ଷ ଅକ୍ଟୋବର ମାସରେ ପ୍ରଥମେ କେଜ୍ରିୱାଲଙ୍କୁ ସମନ ଜାରି କରିଥିଲା ଇଡି। ତାଙ୍କୁ ନଭେମ୍ବର ୨ ତାରିଖରେ ହାଜର ହେବାକୁ କୁହାଯାଇଥିଲା। ତା’ପରଠୁ କେଜ୍ରିୱାଲଙ୍କୁ ଇଡି ଗିରଫ କରିବ ବୋଲି ଜୋର ଆଲୋଚନା ହୋଇଆସୁଛି। କିନ୍ତୁ ତା’ ଭିତରେ ଆହୁରି ୮ଟି ସମନ ଜାରି ସତ୍ତ୍ୱେ କେଜ୍ରିୱାଲ ଇଡିରେ ହାଜର ହୋଇ ନାହାନ୍ତି। 

ED Raid Aravind Kejriwal