Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କଲା ଇଡି

ନଭେମ୍ବର ୨ ତାରିଖରେ ହାଜର ହେବା ପାଇଁ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ କରିଛି ଇଡି।

Arvind Kejriwal

Arvind Kejriwal

Advertisment

ଆମ୍ ଆଦ୍‌ମୀ ପାର୍ଟିର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଦିଲ୍ଲୀ ଅବକାରୀ ନୀତିକୁ ନେଇ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଇଡି ଆଜି ତାଙ୍କୁ ସମନ କରିଛି।  

Advertisment

ନଭେମ୍ବର ୨ ତାରିଖରେ ଇଡି ନିକଟରେ ହାଜର ହେବା ପାଇଁ ଅରବିନ୍ଦ କେଜ୍ରିୱାଲଙ୍କୁ କୁହାଯାଇଛି। ଗତ ଏପ୍ରିଲ ମାସରେ ଏହି ମାମଲାରେ ତାଙ୍କୁ ସିବିଆଇ ମଧ୍ୟ ସମନ ଜାରି କରିଥିଲା। ସେ ସିବିଆଇରେ ହାଜର ହୋଇଥିଲେ। 

ଦିଲ୍ଲୀ ଅବକାରୀ ନୀତିକୁ ନେଇ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ପୂର୍ବରୁ ଗିରଫ ହୋଇଛନ୍ତି ଅନ୍ୟତମ ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଗତ ଫେବ୍ରୁଆରୀ ମାସରେ ତାଙ୍କୁ ଗିରଫ କରାଯାଇଥିଲା। ସେହିପରି ଏହି ମାମଲାରେ ଗତ ଅକ୍ଟୋବର ୪ ତାରିଖରେ ଗିରଫ ହୋଇଛନ୍ତି ଆପ୍ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ। 

Advertisment

ଏହି ମାମଲାରେ ଆଜି ସୁପ୍ରିମକୋର୍ଟ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିବା ବେଳେ ତା’ର କିଛି ଘଣ୍ଟା ପରେ କେଜ୍ରିୱାଲଙ୍କ ନିକଟକ ସମନ ପଠାଇଛି ଇଡି। ଏହି ମାମଲାରେ ପ୍ରାୟ ୩୩୮ କୋଟି ଟଙ୍କାର ଘୋଟାଲ ହୋଇଥିବା ଅଭିଯୋଗ ରହିଛି। 

Aravind Kejriwal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe