Advertisment

ଭଲ ଅଫର ଛାଡ଼ି କଂଗ୍ରେସରେ ମିଶିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, ହାରିଗଲେ

୬ ଥର ବିଧାୟକ ହୋଇଥିବା ତଥା ମୁଖ୍ୟମନ୍ତ୍ରୀ ପଦରେ ବସିଥିବା ଜଗଦୀଶ ଶେଟ୍ଟାର ପରାସ୍ତ।

author-image
Jitendra Garnayak
Jagadish Shettar

Jagadish Shettar

କର୍ଣ୍ଣାଟକାରେ କଂଗ୍ରେସ ଏକ ବଡ଼ ବିଜୟ ଅଭିମୁଖେ ଅଗ୍ରସର ହେଉଛି। ଦଳ ୯୩ଟି ଆସନରେ ବିଜୟୀ ହୋଇସାରିଥିବା ବେଳେ ୪୫ଟିରେ ଆଗୁଆ ରହିଛି। ତେବେ ଦଳର ଏତେ ସଫଳତା ମଧ୍ୟରେ ଖୁସି ନାହାନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର। କାରଣ ସେ ନିଜେ ହାରି ଯାଇଛନ୍ତି।

Advertisment

ଜଗଦୀଶ ଶେଟ୍ଟାର ବିଜେପିର ମହେଶ ତେଙ୍ଗିନାକାଇଙ୍କ ନିକଟରୁ ପ୍ରାୟ ୩୦ ହଜାର ଭୋଟରେ ପରାସ୍ତ ହୋଇଛନ୍ତି।

ଜଗଦୀଶ ଶେଟ୍ଟାର ବିଜେପିରେ ଥିଲେ। କିନ୍ତୁ ଦଳ ଏଥର ତାଙ୍କୁ ଟିକେଟ ଦେଲା ନାହିଁ। ତେଣୁ ସେ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଲେ। କଂଗ୍ରେସ ତାଙ୍କୁ ହୁବଲୀ-ଧରୱାଡ ସେଣ୍ଟ୍ରାଲ ଆସନରୁ ପ୍ରାର୍ଥୀ କରିଥିଲା।

Advertisment

ଜଗଦୀଶ ଶେଟ୍ଟାର କଂଗ୍ରେସ ରେ ଯୋଗ ଦେବା ପରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ବିଏସ୍‌ ୟେଦ୍ୟୁରପ୍ପା କହିଥିଲେ ଯେ ସେ ବଡ଼ ଭୁଲ କରିଛନ୍ତି।

ୟେଦ୍ୟୁରପ୍ପା କହିଥିଲେ, ଆମେ ତାଙ୍କୁ (ଜଗଦୀଶ ଶେଟ୍ଟାର) ରାଜ୍ୟସଭା ପଠାଇବୁ ବୋଲି ପ୍ରତିଶ୍ରୁତି ଦେଇଥିଲୁ। ଆମେ ତାଙ୍କୁ କେନ୍ଦ୍ର ମନ୍ତ୍ରୀ ମଧ୍ୟ କରିଥାଆନ୍ତୁ। ଅମିତ ଶାହ ନିଜେ ତାଙ୍କ ସହିତ କଥା ହୋଇଥିଲେ। ମୁଁ ଭାବୁଛି ସେ ଦଳ ଛାଡ଼ି ଭୁଲ କରିଛନ୍ତି। ଆମେ ତାଙ୍କୁ ସବୁ ସମୟରେ ସମର୍ଥନ କରି ଆସୁଥିଲୁ।

ଅନ୍ୟପକ୍ଷରେ ଜଗଦୀଶ ଶେଟ୍ଟାର ବିଜେପି ଛାଡ଼ିବା ସମୟରେ କହିଥିଲେ ଯେ ଦଳ ତାଙ୍କୁ ଅଣଦେଖା କରିଛି। ତାଙ୍କ ସହିତ ଦଳ ଭଲ ବ୍ୟବହାର କରି ନାହିଁ।

Karnataka Polls 2023 Karnataka Assembly Election