Advertisment

ଶେଖ ଶାହଜାହାଁଙ୍କ ଜାମିନ ଆବେଦନ ଖାରଜ, ଜବତ ହେଲା ୩ ଲକଜୁରୀ କାର୍‌

ଶେଖ ଶାହଜାହାଁ ଏବେ ସିବିଆଇ ହାଜତରେ ଥିବା ବେଳେ କୋର୍ଟ ତାଙ୍କ ସିବିଆଇ କଷ୍ଟଡିକୁ ଆଉ ୮ ଦିନ ବଢ଼ାଇ ଦେଇଛନ୍ତି।

ଅଦ୍ୟତନ ହୋଇଛି
Sheikh Shahjahan

Sheikh Shahjahan

Advertisment

ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ଶେଖ ଶାହଜାହାଁଙ୍କୁ ଲାଗିଛି ଝଟକା। ସନ୍ଦେଶଖାଲିରେ ଶତାଧିକ ମହିଳାଙ୍କୁ ଯୌନ ନିର୍ଯାତନା ଏବଂ ସେମାନଙ୍କ ଜମି ହଡ଼ପ ମାମଲାରେ ଗତ ୨୮ ତାରିଖରୁ ବନ୍ଧା ହୋଇଥିବା ଶେଖ ଶାହଜାହାଁଙ୍କ ଜାମିନ ଆବେଦନ ଖାରଜ ହୋଇ ଯାଇଛି।

Advertisment

ଇଡି ପକ୍ଷରୁ ତାଙ୍କର ବିଭିନ୍ନ ଠିକଣା ଉପରେ ଚଢ଼ାଉ କରାଯାଉଥିବା ବେଳେ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି। ଶେଖ ଶାହଜାହାଁ ଏବେ ସିବିଆଇ ହାଜତରେ ଥିବା ବେଳେ କୋର୍ଟ ତାଙ୍କ ସିବିଆଇ କଷ୍ଟଡିକୁ ଆଉ ୮ ଦିନ ବଢ଼ାଇ ଦେଇଛନ୍ତି।

ଏଥିସହ ଇଡି ଉପରେ ଆକ୍ରମଣ କରିଥିବା ଅଭିଯୋଗରେ ଅନ୍ୟ ୭ଅଭିଯୁକ୍ତଙ୍କୁ ବି ୫ ଦିନ ପାଇଁ ସିବିଆଇ କଷ୍ଟଡିକୁ ପଠାଇ ଦିଆଯାଇଛି। ଇଡି ଟିମ୍‌ ଗତକାଲି ସକାଳେ ଶେଖ ଶାହଜାହାଁଙ୍କ ବିଭିନ୍ନ ଠିକଣା ଉପରେ ଚଢ଼ାଉ କରିଥିଲା। କେନ୍ଦ୍ରୀୟ ସୁରକ୍ଷା ବଳ ଉପସ୍ଥିତିରେ ଇଡି ଟିମ୍‌ ଶାହଜାହାଁ ଙ୍କ ଇଟା ଭାଟି ସମେତ ଧମଖାଲିରେ ଥିବା ଆଡ୍ଡା ଉପରେ ଚଢ଼ାଉ କରିଥିଲା। ସେଠାରେ ଇଡି ଟିମ୍‌ ଶାହଜାହାଁ ଓ ତାଙ୍କ ନିକଟତମଙ୍କ ୩ ଲକଜୁରୀ କାର୍‌ ଜବତ କରିଛି।

Advertisment

ଇଡି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରେ ହୋଇଥିବା ରାଶନ ଦୁର୍ନୀତି ମାମଲାରେ ପ୍ରାୟ ୧୦ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି। ଏହି ମାମଲାରେ ଇଡି ପ୍ରଥମେ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକଙ୍କୁ ବାନ୍ଧିଥିଲା। ଏହାପରେ ଟିଏମ୍‌ସି ନେତା ଶେଖ୍‌ ଶାହଜାହାଁ ଓ ବନଗାଁର ପୂର୍ବତନ ନଗରପାଳିକା ଶଙ୍କର ଆଦ୍ୟା ବି ସାମିଲ ଥିବା ଜଣାପଡ଼ିଥିଲା।

ଏହି ମାମଲାରେ ଗତ ଜାନୁୟାରୀ ୫ ତାରିଖରେ ଇଡି ଟିମ୍‌ ଶାହଜାହାଁଙ୍କ ଘରେ ରେଡ କରିବାକୁ ଯାଉଥିବା ବେଳେ କିଛି ଲୋକ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏହାପରେ ଶାହଜାହାଁ ଫେରାର ହୋଇ ଯାଇଥିଲେ।  ତାଙ୍କ ବିରୁଦ୍ଧରେ ଏକାଧିକ ମାମଲା ରୁଜୁ ହେବା ସତ୍ତ୍ୱେ ବହୁ ଦିନ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଉନଥିବାରୁ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଥିଲା। ଏପରିକି ସନ୍ଦେଶଖାଲିରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ୧୪୪ ଧାରା ଲାଗୁ କରାଯାଇଥିଲା। ଇତି ମଧ୍ୟରେ ବହୁ ଖୋଜାଖୋଜି, ଚଢ଼ାଉ ପରେ ଶାହଜାହାଁଙ୍କୁ ଗିରଫ କରାଯାଇ ସିବିଆଇ ହେପାଜତରେ ରଖା ଯାଇଛି। 

West Bengal Sheikh Shahjahan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe