Advertisment

'ନନ୍ଦିନୀ ବନାମ ଅମୁଲ'; ମୁହଁ ଖୋଲିଲେ ଗୁଜରାଟ ମୁଖ୍ୟମନ୍ତ୍ରୀ

‘ଦକ୍ଷିଣ ରାଜ୍ୟରେ ଅମୁଲକୁ ବହିଷ୍କାର କରିବାର କୌଣସି ଆବଶ୍ୟକତା ନାହିଁ। ମୋ ମତରେ ଅମୁଲ ବାଟ ରୋକିବାର କିଛି ଆବଶ୍ୟକତା ନାହିଁ।’

 Gujarat Cm

Gujarat Cm

Advertisment

‘ଦକ୍ଷିଣ ରାଜ୍ୟରେ ଅମୁଲକୁ ବହିଷ୍କାର କରିବାର କୌଣସି ଆବଶ୍ୟକତା ନାହିଁ। ମୋ ମତରେ ଅମୁଲ ବାଟ ରୋକିବାର କିଛି ଆବଶ୍ୟକତା ନାହିଁ। ଆପଣ ଯାହା କରିବାକୁ ଚାହୁଁଛନ୍ତି ତାହା କରନ୍ତୁ। ଅମୁଲ ଯଦି କିଛି ଆପଣଙ୍କଠାରୁ ଛଡ଼ାଇ ନେଉଛି, ତେବେ ତାହା ବିରୋଧର ବିଷୟ। ନଚେତ ଏହାକୁ ବିରୋଧ କରିବା ଉଚିତ ନୁହେଁ।’ କର୍ଣ୍ଣାଟକରେ 'ନନ୍ଦିନୀ ବନାମ ଅମୁଲ' ବିବାଦ ଥମିବା ନାଁ ଧରୁ ନ ଥିବା ବେଳେ ଏବେ ଏହାକୁ ନେଇ ମୁହଁ ଖୋଲି ଏପରି କହିଛନ୍ତି ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ। 

Advertisment

ଅମୁଲ ବେଙ୍ଗାଲୁରୁରେ ନିଜ ଦୁଗ୍ଧଜାତ ଦ୍ରବ୍ୟର ବ୍ୟବସାୟ ଆରମ୍ଭ କରିବ ବୋଲି ଘୋଷଣା କରିବା ପରେ ଦୁଇ ଦୁଗ୍ଧଜାତ ଦ୍ରବ୍ୟ କମ୍ପାନୀ ନନ୍ଦିନୀ ଏବଂ ଅମୁଲଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏପରିକି ଏହାକୁ ନେଇ କର୍ଣ୍ଣାଟକାରେ ବିଜେପି ଓ କଂଗ୍ରେସ ମୁହାଁମୁହିଁ ପରିସ୍ଥିତିକୁ ଚାଲି ଆସିଛନ୍ତି ।

ଏନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମସ୍ତ ମଣିଷ ଓ ବ୍ୟବସାୟିକ ଅନୁଷ୍ଠାନ ପାଇଁ ପାଣି ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ଗୁଜୁରାଟ ଏବେ ଚାଷ ଆଡକୁ ଅଗ୍ରସର ହେଉଛି। ଏହାକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଉଥିଲେ ମଧ୍ୟ ଏହାକୁ ନେଇ କୌଣସି ଚାଷୀଙ୍କର କିଛି ବି ସମସ୍ୟା ନାହିଁ। ତେଣୁ ଆମେ ଏହି ଆଧାରରେ ଆଗକୁ ବଢ଼ିବାକୁ ଯୋଜନା କରୁଛୁ। 

Advertisment

କର୍ଣ୍ଣାଟକର ବିରୋଧୀ କଂଗ୍ରେସ ଏବଂ ଜେଡିଏସ୍‌ ଅଭିଯୋଗ କରିଛନ୍ତି ଯେ ଶାସକ ବିଜେପି ଦକ୍ଷିଣ ରାଜ୍ୟରେ ଅମୁଲକୁ ଅନୁମତି ଦେଇ ନନ୍ଦିନୀଙ୍କୁ ମାଟିରେ ମିଶାଇବାକୁ ଚାହୁଁଛି । ତେବେ କର୍ଣ୍ଣାଟକର ବସବରାଜ ବମ୍ମାଇ ନେତୃତ୍ୱାଧୀନ ବିଜେପି ସରକାର ଏହି ଅଭିଯୋଗକୁ ଅସ୍ୱୀକାର କରି କହିଛନ୍ତି ଯେ ଅମୁଲ ତରଫରୁ ନନ୍ଦିନୀକୁ କୌଣସି ବିପଦ ନାହିଁ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ଅମୂଲ ଘୋଷଣା କରିଥିଲା ଯେ ସଂସ୍ଥା ପକ୍ଷରୁ ଦୁଗ୍ଧ ଜାତୀୟ ଦ୍ରବ୍ୟ ବେଙ୍ଗାଲୁରୁରେ ବିକ୍ରି କରାଯିବ। ଏହି ଘୋଷଣା ପରେ ବିରୋଧୀ କଂଗ୍ରେସ ଓ ଜେଡିଏସ୍‌ ଏହାକୁ ବିରୋଧ କରିବା ଆରମ୍ଭ ହୋଇଥିଲା। ମାତ୍ର କ୍ଷମତାସୀନ ବିଜେପି ସବୁ ଅଭିଯୋଗକୁ ଖଣ୍ଡନ କରିବା ସହ  କଂଗ୍ରେସ ମିଥ୍ୟା ପ୍ରଚାର କରୁଥିବା କହିଛି।  ଏହି ବିବାଦ ଏ ଯାଏ ଥମିନି ।

Karnataka Amul India Gujarat Nandini Milk
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe