Advertisment

ହଲଦ୍ୱାନୀରେ ୪ ମୃତ, ୨୫୦ ଆହତ; କର୍ଫ୍ୟୁ ଜାରି, ଇଣ୍ଟରନେଟ୍‌ ସେ‍ବା ଠପ୍‌

ଏକ ବେଆଇନ୍ ମଦ୍ରାସା ଭାଙ୍ଗିବାକୁ ନେଇ ଗତକାଲିଠୁ ଉତ୍ତରାଖଣ୍ଡର ହଲଦ୍ୱାନୀ ଜିଲ୍ଲାରେ ଅଣାୟତ୍ତ ହୋଇଛି ଆଇନଶୃଙ୍ଖଳା ପରିସ୍ଥିତି।

ଅଦ୍ୟତନ ହୋଇଛି
Haldwani Case

Haldwani Case

Advertisment

ଏକ ବେଆଇନ୍ ମଦ୍ରାସା ଭାଙ୍ଗିବାକୁ ନେଇ ଗତକାଲିଠୁ ଉତ୍ତରାଖଣ୍ଡର ହଲଦ୍ୱାନୀରେ ଅଣାୟତ୍ତ ହୋଇଛି ଆଇନଶୃଙ୍ଖଳା ପରିସ୍ଥିତି। ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ୨୫୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି।

Advertisment

ସ୍ଥିତି ଅଣାୟତ୍ତ ହେବାରୁ ହଲଦ୍ୱାନୀ ସହର ପୁଲିସ୍‌ ଛାଉଣୀରେ ପରିଣତ ହୋଇଥିବା ବେଳେ କର୍ଫ୍ୟୁ ଜାରି କରାଯାଇଛି । ଅଧିକ ଗଣ୍ଡଗୋଳ ଆଶଙ୍କାରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି। ଗଣ୍ଡଗୋଳକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହିଂସାକୁ ନଜରରେ ରଖି ଆଜି ହଲଦ୍ୱାନୀର ସମସ୍ତ ସ୍କୁଲ କଲେଜ ବନ୍ଦ ଘୋଷଣା କରାଯାଇଛି।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଉଚ୍ଚସ୍ତରୀୟ ବୈଠକ ଡାକି ସ୍ଥିତି ସମୀକ୍ଷା କରିଛନ୍ତି। ଶାନ୍ତି ରକ୍ଷା ନିମନ୍ତେ ଲୋକମାନଙ୍କୁ ଅପିଲ କରିଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍‌ ସୂଚନା ଦେଇଛି।

Advertisment

କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ହଲଦ୍ୱାନୀରେ ଥିବା ଏକ ବେଆଇନ ମଦ୍ରାସା ଭାଙ୍ଗିବାକୁ ଗତକାଲି ପ୍ରଶାସନିକ ଟିମ୍ ଓ ପୁଲିସ୍ ପହଞ୍ଚିଥିଲେ। ଜେସିବି ଦ୍ୱାରା ମଦ୍ରାସାକୁ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରାଯିବା ମାତ୍ରେ ହୋଇଥିଲା ପଥର ମାଡ଼। ଦୂରରୁ ଥାଇ ଲୋକେ ପୁଲିସ୍‌, ପ୍ରଶାସନିକ ଟିମ୍‌ ଓ ସାମ୍ବାଦିକଙ୍କ ଉପରକୁ ଆଖିବୁଜା ପଥର ଫିଙ୍ଗିଥିଲେ। ପରେ ପରେ ସେମାନେ ସେଠାରେ ଥିବା ଗାଡ଼ିମୋଟରଗୁଡ଼ିକୁ ଭଙ୍ଗାରୁଜା କରିବା ସହିତ ସେଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ଗୋଟିଏ ପୁଲିସ୍ ଗାଡ଼ିରେ ମଧ୍ୟ ସେମାନେ ନିଆଁ ଲଗାଇ ଦେଇଥିଲେ।

ଆକ୍ରମଣକାରୀଙ୍କୁ ଘଉଡାଇବା ପାଇଁ ପୁଲିସ ଲାଠି ଚାଳନା କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ଅଧିକ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ କରାଯାଇଛି ।

Tension Situation Madrassa
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe