Kashmir
କଶ୍ମୀରରେ ଆତଙ୍କବାଦର ଇତିହାସର ଏହା ହେଉଛି ଭାଗ ୫। ଏଥିରେ ଆମେ ୧୯୯୦ରୁ ୧୯୯୬ ମଧ୍ୟରେ କ’ଣ ସବୁ ଘଟିଥିଲା, ସେ ବିଷୟରେ ଜାଣିବା। ୧୯୯୦ରୁ ୧୯୯୬ରେ କେମିତି ଉପତ୍ୟକାରେ ଆଜାଦୀର ଭ୍ରମ ଦେଖାଯାଇଥିଲା, ତାହା ହିଁ ମୂଳ ପ୍ରସଙ୍ଗ। ଏଥିସହ ପୂର୍ବ-ପରର ସ୍ଥିତି ସମ୍ପର୍କରେ ବି ଆଲୋଚନା କରିବା।
ମହାରାଜ ରଣଜିତ ସିଂହଙ୍କ ଦେହାନ୍ତ ଯୋଗୁ ତାଙ୍କ ସାମ୍ରାଜ୍ୟ ଭୁଶୁଡ଼ି ଥିଲାପ୍ରାୟ ୨ଶହ ବର୍ଷ ଧରି କଶ୍ମୀରରେ ଗୋଟିଏ ଧୋକାର ଖେଳ ଚାଲିଥିଲା। ଭ୍ରମର ଚିନ୍ତାଧାର ଏହା ମୂଳ ପ୍ରସଙ୍ଗ ଥିଲା। ଯାଦୁଗରର ଓଢ଼ଣୀ ଭଳି ଏହା କଶ୍ମୀରର ବାସ୍ତବ ସତ୍ୟକୁ ଲୁଚାଇ ଚାଲିଥିଲା। ଏହି ଓଢ଼ଣା ପଛରେ ଅଦୃଶ୍ୟ ଶକ୍ତି କାମ କରିଥାଏ, ଯିଏ ପ୍ରକୃତ ସମୟ ଆସିବା ଯାଏ ନିଜର ପ୍ରକୃତ ଉଦ୍ଦେଶ୍ୟକୁ ଲୁଚାଇ ରଖିଥାଏ।
୧୮୩୯ ମସିହାରେ ଜମ୍ମୁ-କଶ୍ମୀର ସମେତ ବିଶାଳ ଅଞ୍ଚଳର ସମ୍ରାଟ ମହାରାଜ ରଣଜିତ ସିଂହଙ୍କ ଦେହାନ୍ତ ହୋଇଯାଏ। ତାଙ୍କ ଦେହାନ୍ତ ପରିବାର ମଧ୍ୟରେ ଉତ୍ତରାଧିକାର ବିବାଦକୁ ଜନ୍ମ ଦିଏ। ଏହି ବିବାଦ ଷଡ଼ଯନ୍ତ୍ର, ମହଲ ଭିତରେ ତିକ୍ତତା ଓ ହତ୍ୟାକୁ ପ୍ରତ୍ସୋହିତ କରିଥିଲା। ପରବର୍ତ୍ତୀ ଅବସ୍ଥାରେ ଶିଖମାନେ ନିଜର ସମ୍ରାଜ୍ୟର ରକ୍ଷା ପାଇଁ ଇଂରେଜମାନଙ୍କ ସହ ଲଢ଼େଇ କରିଥିଲେ। କିନ୍ତୁ ସେମାନଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା।
ଶିଖମାନେ ଜମ୍ମୁର ଡୋଗ୍ରା ଭାଇମାନଙ୍କ ବିରୋଧରେ ଧୋକା ଅଭିଯୋଗ କରିଥିଲେଶିଖମାନେ ଲାହୋରରେ ରହି ଜମ୍ମୁ-କଶ୍ମୀରକୁ ଶାସନ କରୁଥିଲେ। ଜମ୍ମୁ-କଶ୍ମୀର ରେ ସେମାନଙ୍କ ସହାୟତା ଡୋଗ୍ରା ଜାଗିରଦାରମାନେ କରୁଥିଲେ। ରାଜା ଗୁଲାବ ସିଂହ ଓ ତାଙ୍କର ଦୁଇ ଭାଇ ସୁଚେତ ଓ ଧିଆନଙ୍କ ତତ୍ତ୍ୱାବଧାନରେ ଶାସନ ଚାଲିଥିଲା। ହେଲେ ତିକ୍ତତା ଓ ବିବାଦ ସମୟରେ ଡୋଗ୍ରାମାନେ ରହସ୍ୟଜନକ ଭୂମିକାରେ ରହିଥିଲେ। ନିଜର ସ୍ୱାର୍ଥ ପାଇଁ ସେମାନେ ପକ୍ଷ ବଦଳାଉଥିଲେ।
୧୮୪୬ରେ ଯେତେବେଳେ ଶିଖମାନେ ଇଂରେଜଙ୍କ ଠାରୁ ହାରି ଯାଇଥିଲେ ସେତେବେଳେ ଗୁଲାବ ସିଂହ ରାଜ୍ୟକୁ ଭିକ୍ଟର୍ସଙ୍କ ଠାରୁ କିଣି ନେଇଥିଲେ। ଗୁଲାବ ସିଂହ ଧୋକା ଦେଇଥିବା ଶିଖମାନେ ଅଭିଯୋଗ କରିଥିଲେ। ଗୁଲାବ ସିଂହ ଲାହୋର ଶାସକଙ୍କ ପ୍ରତି ବିଶ୍ୱସ୍ତ ଥିବା ଦାବି କରୁଥିଲେ ହେଁ ସେମାନେ ବାସ୍ତବରେ ଧୋକାବାଜ ବାହାରିଥିଲେ। ଏହି ଠାରୁ ହିଁ ଭ୍ରମର ଯୁଗ ଆରମ୍ଭ ହୋଇଥିଲା, ଯାହା ଏଯାଏ ଶେଷ ହୋଇଛି।
୧୯୯୦ର ଘଟଣାକ୍ରମ ଗୋଟିଏ ସଫଳ ବିଦ୍ରୋହର ଭ୍ରମ ସୃଷ୍ଟି କରିଥିଲାଅନେକ ମିଛର ଉଦୟ
୧୯୮୦ର ଆରମ୍ଭ ଶାନ୍ତି ଓ ସ୍ୱାଭାବିକ ସ୍ଥିତର ମିଛ ପ୍ରତିଶ୍ରୁତିରେ ଆରମ୍ଭ ହୋଇଥିଲା। ୧୯୯୦ ଆରମ୍ଭ ହେବା ବେଳକୁ କଶ୍ମୀର ଜାଣି ସାରିଥିଲା ଯେ ଭାରତ କେବେ ହେଲେ ଏହି ଉପତ୍ୟକାରେ ନିଜର ହୁକୁମାତି ଜାରି କରିପାରିବ ନାହିଁ। ଏହି ଚିନ୍ତାଧାରା ୧୯୮୯ ମସିହା ଅସ୍ଥିରତାରୁ ଆରମ୍ଭ ହୋଇଥିଲା ଓ ସମୟକ୍ରମେ ବୃଦ୍ଧି ପାଇବାରେ ଲାଗିଥିଲା।
୧୯୯୦ ମସିହା ଆରମ୍ଭ ବେଳକୁ ଋଢ଼ିବାଦୀଙ୍କ ଅନୁମାନ ଅନୁସାରେ ରାଜନୀତିକ ଦଳଗୁଡ଼ିକର ପ୍ରାୟ ୧୦୦ ବିଦ୍ରୋହୀ ସଂଗଠନ ଓ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ସଂଗଠନ କଶ୍ମୀରରେ ସକ୍ରିୟ ହୋଇସାରିଥିଲେ। ସେମାନଙ୍କ ସମର୍ଥନରେ ବିଚ୍ଛିନ୍ନତାବାଦୀମାନେ ରାସ୍ତାଘାଟକୁ ନିଜ ଦଖଲକୁ ନେଇଥିଲେ। ବିଶାଳ ବିକ୍ଷୋଭ ଓ ହରତାଲ ଉପତ୍ୟକାର ଦୈନନ୍ଦିନ ଘଟଣାରେ ପରିଣତ ହୋଇଥିଲା।
ଫେବୃଆରୀ ମାସ ଶେଷ ବେଳକୁ ପ୍ରାୟ ୪ ଲକ୍ଷ କଶ୍ମିରୀ ମିଳିତ ଜାତିସହଂଘର ସାମରିକ ନୀରକ୍ଷଣ ଗ୍ରୁପର ଅଫିସଗୁଡ଼ିକୁ ଯାଇଥିଲେ ଓ ଆତ୍ମନିର୍ଣ୍ଣୟ ପାଇଁ ଜନମତ ସଂଗ୍ରହ ଦାବି କରିଥିଲେ। ଏପରି ବ୍ୟବସ୍ଥା ମିଳିତ ଜାତିସଂଘର ସଂକଳ୍ପରେ ଥିବାରୁ ସେମାନେ ଏହାକୁ ଲାଗୁ କରିବାକୁ କହିଥିଲେ। ମାର୍ଚ୍ଚ ୧ରେ ପ୍ରାୟ ୧୦ ଲକ୍ଷ ଲୋକ ବିକ୍ଷୋଭ କରୁଥିବା ବେଳେ ପୁଲିସ ଗୁଳି ଚଳାଇଥିଲା। ଏଥିରେ ୪୦ ଜଣଙ୍କ ମୃତ୍ୟୁ ହୋଇଥିଲା।( ଭିକ୍ଟୋରିଆ ସ୍କୋଫିଲ୍ଡଙ୍କ କଶ୍ମୀର ଇନ କନଫ୍ଲିଟରେ ଏହା କୁହାଯାଇଛି।) ଏହି ଘଟଣା ସ୍ଥିତିକୁ ଆହୁରି ଭୟଙ୍କର କରିଥିଲା।
ବିଭାଜନ ଓ ସ୍ୱାଧୀନତା କଶ୍ମୀରରେ ଦୁଇ ପରସ୍ପର ବିରାଧୀ ପରିବାର ସୃଷ୍ଟି କରିଥିଲାଗୋଟିଏ ହତ୍ୟା ଓ ଗୋଟିଏ ଭୟଙ୍କର ଅନ୍ତିମ ସଂସ୍କାର
ସ୍ୱାଧୀନତାର ଅନେକ ବର୍ଷ ପରେ ମଧ୍ୟ କଶ୍ମୀର ରାଜନୀତିରେ ଦୁଇଟି ପରିବାରର ଦବଦବା ରହିଥିଲା। ସେମାନଙ୍କ ମଧ୍ୟରୁ ଜଣେ ହେଲେ ଅବଦୁଲ୍ଲା ପରିବାର। ଏହାର ପ୍ରତିଷ୍ଠାତା ଶେଖ ମହମ୍ମଦ ଇବ୍ରାହିମଙ୍କୁ ସମସ୍ତେ ଶେର-ଇ-କଶ୍ମୀର ଭାବେ ଜାଣନ୍ତି। ଶେର ମହମ୍ମଦ ଭାବେ ମଧ୍ୟ ସେ ପରିଚିତ। ସେ ଭାରତ ସହ ମିଶି କଶ୍ମୀରକୁ ପାକିସ୍ତାନର ଲୋଲୁପ ଦୃଷ୍ଟିରୁ ଦୂରେଇ ରଖିବାକୁ ଚେଷ୍ଟା କରିଥିଲେ।
୧୯୯୩ରେ ଶେଖ ଅବଦୁଲ୍ଲା ଡୋଗ୍ରା ସାମ୍ରାଜ୍ୟରେ ଲୋକଙ୍କ ଅଧିକାର ପାଇଁ ଅଲ ଜମ୍ମୁ-କଶ୍ମୀର ମୁସଲିମ କନଫରେନ୍ସ ଗଠନ କରିଥିଲେ। ୧୯୩୯ ମସିହା ଜୁନରେ ସେ ନିଜ ଦଳକୁ ଧର୍ମନିରପେକ୍ଷ ଭାବେ ଗଢ଼ି ତୋଳିବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ଏହାର ନାଁକୁ ସେ ଜମ୍ମୁ-କଶ୍ମୀର ନ୍ୟାଶନାଲ କନଫରେନ୍ସ ରଖିଥିଲେ।
ଏହା ପୂର୍ବରୁ ଥିବା ମୁସଲିମ କନଫରେନ୍ସର ଅନ୍ୟତମ ପ୍ରତିଷ୍ଠାତା ମିରୱାଇଜ ୟୁସୁଫ ଶାହ କିନ୍ତୁ ଅବଦୁଲ୍ଲାଙ୍କ ସହ ରାଜି ହୋଇ ନଥିଲେ। ତେଣୁ ସେ ନିଜର ମୁସଲିମ କେନ୍ଦ୍ରିତ ପରିଚୟକୁ ବଜାୟୀ ରଖିଥିଲେ। ଏଥିସହ ମୂଳ ସଂଗଠନ ମୁଖିଆ ବନି ଯାଇଥିଲେ। ମିରୱାଇଜ ପରିବାର ଓ ଅବଦୁଲ୍ଲା ପରିବାର ମଧ୍ୟରେ ଆଦର୍ଶଗତ ଓ ରାଜନୀତିକ ବିବାଦର ସୂତ୍ରପାତ ହୋଇଥିଲା।
କଶ୍ମୀରର ମୁଖ୍ୟ ମୌଲବୀ ମିରୱାଇଜ ଫାରୁକ ଶାହଙ୍କୁ ହିଜବୁଲ ହତ୍ୟା କରିଥିଲାଉପତ୍ୟକାର ମୁଖ୍ୟ ମୌଲବୀ ମିରୱାଇଜଙ୍କ ଧାର୍ମିକ ଓ ରାଜୀତିକ ଖାତିର ରହିଥିଲା। କିନ୍ତୁ ଶେଖ ମହମ୍ମଦ କଶ୍ମୀରକୁ ଭାରତର ଅଂଶ ଭାବେ ବିବେଚନା କରୁଥିବା ବେଳେ ମିରୱାଇଜ ଉପତ୍ୟକା ପାକିସ୍ତାନରେ ମିଶି ଯାଉ ବୋଲି ଚାହୁଁଥିଲେ। ୧୯୪୭ରେ ଶାହ ପାକିସ୍ତାନ ଅଧିକୃତ କଶ୍ମୀରକୁ ଚାଲି ଯାଇଥିଲେ। ୧୯୬୦ ବେଳକୁ ଶାହଙ୍କ ପୁତୁରା ମୌଲବୀ ଫାରୁକ କଶ୍ମୀରର ନୂଆ ମିରୱାଇଜ ହୋଇଥିଲେ। ସମୟକ୍ରମେ ନୂଆ ମିରୱାଇଜ ନିଜକୁ ଉପତ୍ୟକାର ପ୍ରମୁଖ ବିଚ୍ଛିନ୍ନତାବାଦୀ ନେତା ଭାବେ ଗଢ଼ି ତୋଳିଥିଲେ।
୧୯୯୦ ମସିହା ମେ’ ୨୧ରେ ବିଦ୍ରୋହ ଚରମସୀମାରେ ରହିଥାଏ। ଏହି ସମୟରେ ମିରୱାଇଜଙ୍କୁ ୩ ଜଣ ବ୍ୟକ୍ତି ଶ୍ରୀନଗର ସ୍ଥିତ ଘରେ ଭେଟିଥିଲେ। ଆର୍ଥିକ ସହାୟତା ପାଇଁ ସେମାନେ ତାଙ୍କୁ ଦେଖା କରିବାକୁ ଅନୁମତି ମାଗିଥିଲେ। କିନ୍ତୁ ଭେଟଘାଟର ମାତ୍ର କିଛି ମିନିଟ ମଧ୍ୟରେ ସେମାନେ ମିରୱାଇଜଙ୍କ ଛାତି ଓ ମୁଣ୍ଡରେ ଗୁଳି ବର୍ଷା କରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ।
ମିରୱାଇଜଙ୍କ ଅନ୍ତିମ ଯାତ୍ରାରେ ସାମିଲ ଥିବା ଲୋକଙ୍କ ଉପରକୁ ପୁଲିସ ଗୁଳି କରିବାରୁ ଅନେକ ପ୍ରାଣ ହରାଇଥିଲେଉପତ୍ୟକା ଓ ଜାମିଆ ମସଜିଦର ମୁଖ୍ୟ ମୌଲବୀଙ୍କ ହତ୍ୟା ଭୟଙ୍କର ସ୍ଥିତି ସୃଷ୍ଟି କରିଥିଲା। ଭାରତ ବିରୋଧୀ ରାଜନୀତି ପାଇଁ ତାଙ୍କୁ ଭାରତୀୟ ସଂସ୍ଥା ଟାର୍ଗେଟ କରି ମାରିଥିବା ପ୍ରଚାର ହୋଇଥିଲା। କିନ୍ତୁ ତଦନ୍ତରୁ ଜଣାପଡ଼ିଥିଲା ଯେ ମିରୱାଇଜଙ୍କୁ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ହତ୍ୟା କରିଥିଲା। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ମଧ୍ୟ ଏଥିରେ ସହାୟତା କରିଥିଲା।
ମିରୱାଇଜ ହିଂସାକୁ ସମର୍ଥନ କରୁ ନଥିଲେ। ଏଥିସହ ସେ କଶ୍ମୀରକୁ ପାକିସ୍ତାନର ଅଂବଶବିଶେଷ କରିବା ବଦଳରେ ଏହାର ସ୍ୱାଧୀନତା ଚାହୁଁଥିଲେ। ତାଙ୍କର ଏପରି ଆଭିମୁଖ୍ୟ ଆଇଏସଆଇକୁ ପସନ୍ଦ ଆସୁ ନଥିଲା। ୨୦୦୯ରେ ପାକିସ୍ତାନ ଲେଖକ ଆର୍ଫି ଜମାଲ ତାଙ୍କ ବହି Shadow War: The Untold Story of Jihad in Kashmirରେ ଦାବି କରିଛନ୍ତି ଯେ ଅନ୍ୟତମ ବିଚ୍ଛିନ୍ନତାବାଦୀ ନେତା ସୟିଦ ଅଲୀ ଶାହ ଗିଲାନୀଙ୍କ ନିର୍ଦ୍ଦେଶରେ ମିରୱାଇଜଙ୍କ ଉପରେ ଗୁଳି କରାଯାଇଥିଲା। ଉଭୟଙ୍କ ମଧ୍ୟରେ ରାଜନୀତିକ ମତ ପାର୍ଥକ୍ୟ ରହିଥିଲା। ଜମାଲ ଏପରି ଦାବି କରିଥିଲେ ହେଁ ଏହାର ସତ୍ୟତା ଜଣାପଡ଼ିନି।
ହିଜବୁଲ ମୁଜାହିଦ୍ଦିନ ଦ୍ୱାରା ମିରୱାଇଜଙ୍କ ହତ୍ୟା କଶ୍ମୀରର ଆତଙ୍କବାଦୀ ସଂଗଠନ ଗୁଡ଼ିକ ମଧ୍ୟରେ ବିବାଦର ସୂତ୍ରପାତ କରିଥିଲା। ଏହା ବିଚ୍ଛିନ୍ନତାବାଦୀଙ୍କ ଆନ୍ଦୋଳନକୁ ଖୁବଶୀଘ୍ର ଦୁର୍ବଳ କରି ଦେଇଥିଲା।
ସୋପରରେ ଆତଙ୍କବାଦୀ ସଂଗଠନ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଭୟଙ୍କର ଧ୍ୱଂସଲୀଳା ରଚିଥିଲାମୃତ୍ୟୁର ତାଣ୍ଡବ
୧୯୯୦ ମସିହାର ଭୟଙ୍କର ସ୍ଥିତି ଶେଷ ହେବା ପୂର୍ବରୁ ଅନେକ ଦୁଃଖଦ ଅଧ୍ୟାୟ ସାମ୍ନାକୁ ଆସିଥିଲା। ମରିୱାଇଜଙ୍କ ଅନ୍ତିମ ଶୋଭାଯାତ୍ରାରେ ସାମିଲ ଥିବା ଲୋକମାନେ ଭାରତ ବିରୋଧୀ ଆଭିମୁଖ୍ୟ ପ୍ରଦର୍ଶିତ କରିଥିଲେ। ତେଣୁ ସେମାନଙ୍କ ଉପରକୁ ସୁରକ୍ଷାକର୍ମୀମାନେ ଗୁଳି ଚଳାଇଥିଲେ। ଫଳରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହା ହାୱାଲ ନରସଂହାର ଭାବେ ବେଶ ପରିଚିତ। ୧୯୯୩ରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀମାନେ କଶ୍ମୀରର ସେଓ ସହର ସୋପରରେ ମୁହାଁମୁହିଁ ହୋଇଥିଲେ। ଏହି ଗୁଳି ବିନିମୟ ଯୋଗୁ ଅନେକ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା।
୧୯୯୫ ମସିହା ଜୁଲାଇ ୪ରେ ଅଲ ଫରାନ ନାଁରେ କାମ କରୁଥିବା ହରକତ ଉଲ ଅନସାର ୬ ଜଣ ପର୍ଯ୍ୟଟକଙ୍କୁ ଅପହରଣ କରି ନେଇଥିଲା। ସେମାନଙ୍କୁ ଛାଡ଼ିବା ପାଇଁ ଅଲ ଫରାନ ବଡ଼ ସର୍ତ୍ତ ଉପସ୍ଥାପନ କରିଥିଲା। ଭାରତ ସରକାର ୨୦ ଜଣ ଆତଙ୍କବାଦୀଙ୍କୁ ଛାଡ଼ିଲେ ୬ ପର୍ଯ୍ୟଟକଙ୍କୁ ରିଲିଜ କରାଯିବ ବୋଲି ସଂଗଠନ କରିଥିଲା। ଏହି ୨୦ ଜଣଙ୍କ ମଧ୍ୟରେ ଜୈଶ-ଇ-ମହମ୍ମଦର ମୁଖିଆ ମୌଲାନା ମସୁଦ ଆଝାର ରହିଥିଲା।
ଭାରତ ସରକାର ଏହାକୁ ଶୁଣି ନଥିଲେ। ପରବର୍ତ୍ତୀ ଅବସ୍ଥାରେ ଆତଙ୍କବାଦୀଙ୍କ କବଳରୁ ଜଣେ ପର୍ଯ୍ୟଟକ ଖସି ଆସିବାକୁ ସକ୍ଷମ ହୋଇଥିଲେ। ତାଙ୍କୁ ସୁରକ୍ଷାକର୍ମୀ ସୁରକ୍ଷିତ ଉଦ୍ଧାର କରିଥିଲା। ଅପହରଣର ମାସକ ପରେ ଜଣେ ନରୱେ ପର୍ଯ୍ୟଟକଙ୍କ ମୁଣ୍ଡ କାଟି ଛାତିରେ ଅଲ ଫରାନ ଲେଖି ଆତଙ୍କବାଦୀମାନେ ପହଲଗାମ ନିକଟରେ ଫିଙ୍ଗି ଦେଇଥିଲେ। ବାକି ୪ ପର୍ଯ୍ୟଟକଙ୍କ ପତ୍ତା ମିଳି ନଥିଲା। ସେମାନଙ୍କୁ ମୃତ ଭାବେ ବିବେଚନା କରାଯାଇଥିଲା।
ବିପୁଳ ବନ୍ଧୁକ, ରକେଟ ଓ ବୋମା ଜବତ କରିଥିଲା ସୁରକ୍ଷାକର୍ମୀ୧୯୮୮ରୁ ୧୯୯୫ରେ ଭୟଙ୍କର ହିଂସା ଯୋଗୁ ପ୍ରାୟ ୪୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ସରକାର ଏହି ସଂଖ୍ୟା ୧୩,୫୦୦ ବୋଲି କହିଛନ୍ତି। ସେହିପରି ସେମାନଙ୍କ ମଧ୍ୟରୁ ଅଧିକାଂଶ ଆତଙ୍କବାଦୀ ଥିଲେ ବୋଲି ସରକାର ସୂଚନା ଦେଇଛନ୍ତି। ସୁରକ୍ଷାକର୍ମୀମାନେ ୧୩,୪୨୭ଟି ଏକେ ୪୭ ରାଇଫଲ, ୭୫୦ ରକେଟ ଲଞ୍ଚର, ୧୬୮୨ଟି ରକେଟ, ୫୪ଟି ଲାଇଟ ମେସିନ ଗନ ଓ ୭୫୩ଟି ଅନ୍ୟ ମେସିନ ଗନ ଜବତ କରିଥିଲେ। (Schofield: Kashmir In Conflict)
୧୯୯୦ରେ ବିକ୍ଷୋଭ ଯୋଗୁ ଆରମ୍ଭ ହୋଇଥିବା ଉତ୍ସାହ ୧୯୯୬ ବେଳକୁ ଫିକା ପଡ଼ିଥିଲାଲହର ବଦଳିବା ଆରମ୍ଭ ହୋଇଥିଲା
୧୯୯୦ ମସିହା ଆରମ୍ଭରେ ବିଚ୍ଛିନ୍ନତାବାଦୀ ଉତ୍ସାହ, ବିରୋଧ ପ୍ରଦର୍ଶନ ଯୋଗୁ ଦେଖା ଯାଇଥିବା ସମ୍ଭାବନା ଶେଷରେ ଗୋଟିଏ ଭ୍ରମରେ ପରିବର୍ତ୍ତନ ହୋଇଥିଲା। ୫ ବର୍ଷର ରକ୍ତପାତ ଓ ହିଂସା ପରେ କଶ୍ମୀର ଅରାଜତକୁ ବାହାରିବାରେ ଲାଗିଥିଲା। କଶ୍ମୀର ସ୍ଥିତି ସୁଧାରିବା ପଛରେ ଅନେକ କାରଣ ରହିଥିଲା ବୋଲି କୁହାଯାଏ। ବିଚ୍ଛିନ୍ନତାବାଦୀ ଓ ବିଦ୍ରୋହୀ ୱିଙ୍ଗ ମଧ୍ୟରେ ତିକ୍ତତା, ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ହାତରେ ସାଧାରଣ ଲୋକଙ୍କ ହତ୍ୟା ଏବଂ ଉପତ୍ୟକାରେ ବିପୁଳ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କ ଉପସ୍ଥିତି ଯୋଗୁ କଶ୍ମୀର ସ୍ଥିତି ସ୍ୱାଭାବିକ ହୋଇଥିଲା ବଥଲି ବିଶ୍ୱାସ କରାଯାଏ।
ଆତଙ୍କୀ ସଂଗଠନକୁ ପରସ୍ପର ବିରୋଧରେ ଉସକାଇ ହିଂସା ସୃଷ୍ଟି କରିଥିଲା ପାକିସ୍ତାନପାକିସ୍ତାନ କଶ୍ମିରୀଙ୍କୁ ନିଜ ନିଜ ଭିତରେ ଲଢ଼େଇ କରିବାକୁ ପ୍ରୋତ୍ସାହିତ କରିଥିଲା। ଏହା ଅନେକ ସମୟରେ ହିଂସାର ରୂପ ନେଉଥିଲା। ପ୍ରଥମେ ଆଜାଦୀ ପାଇଁ ଦାବି କରୁଥିବା ଜେକେଏଲଏଫକୁ ସମର୍ଥନ କରୁଥିବା ପାକିସ୍ତାନ ପରବର୍ତ୍ତୀ ସମୟରେ ହିଜବୁଲକୁ ସହଯୋଗ କରିଥିଲା। ହିଜବୁଲ ପକ୍ଷରୁ କଶ୍ମୀରକୁ ପାକିସ୍ତାନର ଅଂଶ ଭାବେ ବିବେଚନା କରାଯିବାରୁ ଇସଲାମାବାଦ ଏପରି ପଦକ୍ଷେପ ନେଇଥିଲା।
ଆତଙ୍କବାଦୀମାନେ ସ୍ଥାନୀୟ ଯୁବକଙ୍କୁ ନିଜ ସହ ସାମିଲ କରିବାକୁ ପ୍ରତିଯୋଗିତା କରୁଥିବା ବେଳେ ସେମାନେ ପରିବାର ଲୋକଙ୍କ ପାଖରେ ପହଞ୍ଚି ନିଜର ଜଣେ ପିଲାକୁ ପାକିସ୍ତାନରେ ତାଲିମ ପାଇଁ ଛାଡ଼ିବାକୁ ପ୍ରବର୍ତ୍ତାଇ ଥିଲେ। ଟଙ୍କା ପାଇଁ ସେମାନେ ଅପହରଣ ଓ ଲୁଟପାଟ କରିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆକ୍ରୋଶ ସୃଷ୍ଟି ହୋଇଥିଲା। ଫଳସ୍ୱରୂପ ପୂର୍ବରୁ ସଂଗଠନଗୁଡ଼ିକ ପାଇଁ ଜନସମର୍ଥନ ଧୀରେଧୀରେ ହ୍ରାସ ପାଇଥିଲା।
୧୯୯୬ରେ ଫାରୁକ ଅବଦୁଲ୍ଲା ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ୧୯୯୬ ବେଳକୁ ଭାରତ ସରକାର ବେଶ ସଫଳତାର ସହ ରାଜ୍ୟରେ ବିଧାନସଭା ନିର୍ବାଚନ କରିପାରିଥିଲେ। ଏଥିସହ ୬ ବର୍ଷ ଧରି ଜମ୍ମୁ-କଶ୍ମୀରରେ ଚାଲିଥିବା ରାଜ୍ୟପାଳ ଶାସନରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ନୂଆ ମୁଖ୍ୟମନ୍ତ୍ରୀ ଭାବେ ଫାରୁକ ଅବଦୁଲ୍ଲା ଶପଥ ନେଇଥିଲେ। ତାଙ୍କ ଶାସନ ସମୟରେ ବିକ୍ଷୋଭ ହ୍ରାସ ପାଇଥିଲା ଓ ସକ୍ରିୟ ଆତଙ୍କବାଦୀ ସଂଗଠନର ସଂଖ୍ୟା ୧୦୦ରୁ ୨୦କୁ ଖସି ଯାଇଥିଲା। ଗୋଟିଏ ନୂଆ କଶ୍ମୀରର ପ୍ରତିଶ୍ରୁତି ସହିତ ଶାନ୍ତିର ଗୋଟିଏ ନୂଆ ଯୁଗର ଆରମ୍ଭ ହେବାର ଆଭାସ ମିଳିଥିଲା।
ଭାଗ-୬ କାର୍ଗିଲର ବିନ୍ଧାଣୀ ଓ ପଶ୍ଚିମର ହିସାବ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Kashmir_1746446162.jpg)