Advertisment

Discussion on Vande Mataram: ବଙ୍କିମ ଦା’ ନା ବଙ୍କିମ ବାବୁ: ଟିଏମସିର ଆପତ୍ତି ପରେ ତ୍ରୁଟି ସୁଧାରି କଟାକ୍ଷ କଲେ ମୋଦି

ପ୍ରଧାନମନ୍ତ୍ରୀ ମୋଦି ଲୋକସଭାରେ ବଙ୍କି ଦା’ ବୋଲି ସମ୍ବୋଧନ କରିବାରୁ ଦ୍ୱନ୍ଦ୍ୱ ଦେଖା ଯାଇଥିଲା। ମୋଦିଙ୍କ ‘ବଙ୍କିମ ଦା’ ଶବ୍ଦକୁ ଟିଏମସି ସାଂସଦ ସୌଗତ ରୟ ଜୋରଦାର ବିରୋଧ କରିଥିଲେ। ସାଂସ୍କୃତିକ ଆଇକନଙ୍କ ପ୍ରତି ଏପରି ଦା’ ଶବ୍ଦର ବ୍ୟବହାରକୁ ସେ ନାପସନ୍ଦ କରିଥିଲେ।

TMC

ପ୍ରଧାନମନ୍ତ୍ରୀ ମୋଦି ଓ ସାଂସଦ ସୌଗତ ରୟ

Advertisment

ଜାତୀୟ ଗୀତ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଆଜି ଲୋକସଭା(Lok Sabha)ରେ ବିଧିବଦ୍ଧ ଭାବେ ଆଲୋଚନା ଆରମ୍ଭ ହୋଇଛି। ୧୦ ଘଣ୍ଟା ଧରି ଚାଲିବାକୁ ଥିବା ଏହି ବତର୍କର ଆରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି। ତେବେ ଆଲୋଚନା ବେଳେ ଦା ବନାମ ବାବୁକୁ ନେଇ ଗୃହରେ କିଛି ସମୟ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଥିଲା।

Advertisment

ବନ୍ଦେ ମାତରମର ସର୍ବେସର୍ବା ତଥା କିମ୍ବଦନ୍ତୀ ବେଙ୍ଗଲୀ କବି ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଲୋକସଭାରେ ବଙ୍କି ଦା’ ବୋଲି ସମ୍ବୋଧନ କରିବାରୁ ଦ୍ୱନ୍ଦ୍ୱ ଦେଖା ଯାଇଥିଲା। ମୋଦିଙ୍କ ‘ବଙ୍କିମ ଦା’ ଶବ୍ଦକୁ ଟିଏମସି ସାଂସଦ ସୌଗତ ରୟ ଜୋରଦାର ବିରୋଧ କରିଥିଲେ। ସାଂସ୍କୃତିକ ଆଇକନଙ୍କ ପ୍ରତି ଏପରି ଦା’ ଶବ୍ଦର ବ୍ୟବହାରକୁ ସେ ନାପସନ୍ଦ କରିଥିଲେ।

ଦା’ ହେଉଛି ଦାଦାର ଶର୍ଟ ଫର୍ମ। ଏହାର ଅର୍ଥ ଭାଇ। ବେଙ୍ଗଲୀରେ ଏହାକୁ ଭାଇ, ବନ୍ଧୁ ଓ ପ୍ରିୟଜନକଙ୍କ ପାଇଁ ସାଧାରଣତଃ ବ୍ୟବହାର ହୋଇଥାଏ। ଟିଏମସି ସାଂସଦ ରୟଙ୍କ କହିବା କଥା ଯେ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଭଳି ଜଣେ ସାଂସ୍କୃତିକ ଆଇକନଙ୍କ ପ୍ରତି ଦା’ ଶବ୍ଦର ବ୍ୟବହାର ଆଦୌ ସମ୍ମାନଜନକ ନୁହେଁ। ସେ କହିଥିଲେ ଯେ “ଆପଣ ବଙ୍କିମ ଦା’ କହିଛନ୍ତି? ଆପଣ ବଙ୍କିମ ବାବୁ କହିବା କଥା।” 

Advertisment

ଏହା ଶୁଣି ପ୍ରଧାନମନ୍ତ୍ରୀ ମୋଦି ନିଜର ତ୍ରୁଟି ସୁଧାରିଥିଲେ। କିନ୍ତୁ ସାଂସଦ(TMC) ରୟଙ୍କୁ କଟାକ୍ଷ କରିବାକୁ ଆଦୌ ପଛାଇ ନଥିଲେ। ସେ କହିଥିଲେ, “ମୁଁ ନିଶ୍ଚିତ ଭାବେ ବଙ୍କିମ ବାବୁ କହିବି। ଧନ୍ୟବାଦ। ମୁଁ ଆପଣଙ୍କ ଭାବାବେଗକୁ ବୁଝି ପାରୁଛି। ହେଲେ ମୁଁ ଆପଣଙ୍କୁ ଦାଦା କହିପାରିବି ତ? ନା ଏଥିରେ ବି ଆପଣଙ୍କ ଆପତ୍ତି ରହିଛି?”

ଏହାପରେ ପ୍ରଧାନମନ୍ତ୍ରୀ ମୋଦି ଭାରତର ସ୍ୱାଧୀନତା ସଂଗ୍ରମରେ ବନ୍ଦେ ମାତରମର ଭୂମିକା ସମ୍ପର୍କରେ ଗୃହକୁ ଜଣାଇଥିଲେ। ଏଥସହ କଂଗ୍ରେସ ଓ ନେହରୁ ବନ୍ଦେ ମାତରମକୁ ଟୁକଡେ ଟୁକଡେ କରିଥିବା ମଧ୍ୟ ଅଭିଯୋଗ କରିଥିଲେ। ନେହରୁ ବନ୍ଦେ ମାତରମ ପ୍ରସଙ୍ଗରେ ଜିନ୍ନାଙ୍କ ସହ ଏକମତ ହୋଇଥିଲେ ବୋଲି ମୋଦି(PM Modi ) କହିଛନ୍ତି।   

TMC Lok Sabha PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe