Advertisment

‘ମାନହାନୀ ମାମଲାରେ ସବୁଠୁ ଅଧିକ ଦଣ୍ଡ ବୋଧେ ମୋତେ ମିଳିଛି’

ଗୁରୁବାର ଷ୍ଟାନଫୋର୍ଡ ୟୁନିଭରସିଟିର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାହୁଲ ନିଜ ମନର କ୍ଷୋଭ ବଖାଣିବା ସହ ବିଜେପିକୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି।

Rahul Gandhi

Rahul Gandhi

Advertisment

ନିଜ ଲୋକସଭା ସଦସ୍ୟତା ପଦ ରଦ୍ଦ ହେବା ନେଇ ସୂଦୂର ଆମେରିକାରେ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଏଥିସହ ମାନହାନୀ ମାମଲାରେ ନିଜକୁ ସବୁଠୁ ଅଧିକ ଦଣ୍ଡ ପାଇଥିବା ବ୍ୟକ୍ତି ବୋଲି ସେ କହିଛନ୍ତି । ଏପରି ଦିନ ବି ଦେଖିବାକୁ ପଡ଼ିବ ବୋଲି କେବେ ଭାବି ନ ଥିବା ସେ କହିଛନ୍ତି ।

Advertisment

ଗୁରୁବାର ଷ୍ଟାନଫୋର୍ଡ ୟୁନିଭରସିଟିର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାହୁଲ ନିଜ ମନର କ୍ଷୋଭ ବଖାଣିବା ସହ ବିଜେପିକୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି। ଏଥିସହ ସେ କହିଛନ୍ତି, ଏହି କାର୍ଯ୍ୟକ୍ରମରେ ମୋର ପରିଚୟ ପୂର୍ବତନ ସାଂସଦ ବୋଲି କୁହାଗଲା, ଯାହାକି ମୋତେ ଶକ୍ତ ଧକ୍କା ଦେଲା। ୨୦୦୪ ମସିହାରେ ଯେତେବେଳେ ମୁଁ ରାଜନୀତିରେ ପାଦ ଦେଇଥିଲି, ଏପରି ଦିନର ସାମନା କରିବାକୁ ପଡ଼ିବ ବୋଲି ସ୍ୱପ୍ନରେ ବି ଭାବି ନ ଥିଲି।

ହେଲେ ସଂସଦରେ ବସି ମୋତେ ଯେଉଁ ସୁଯୋଗ ମିଳିଥାନ୍ତା, ଏବେ ତା’ଠୁ ବଡ଼ ସୁଯୋଗ ପାଇଛି ବୋଲି କହିଛନ୍ତି ରାହୁଲ ଗାନ୍ଧି । ସେ କହିଛନ୍ତି, ସବୁ ସଂସ୍ଥା ଉପରେ ବିଜେପି କବଜା କରି ରଖିଛି। ଲୋକତାନ୍ତ୍ରୀକ ଉପାୟରେ ଆମେ ଏହାର ବିରୋଧ କରୁଛୁ। ଏଥିପାଇଁ ମୁଁ ରାସ୍ତାକୁ ଓହ୍ଲାଇ ଜନସମ୍ପର୍କ ଯାତ୍ରା କରିବାକୁ ନିଷ୍ପତ୍ତି ନେଲି। ମାତ୍ର ସେତେବେଳେ ବି ମୋତେ ଭୟଭୀତ କରାଗଲା।

Advertisment

ମୋତେ କୁହାଗଲା, ଯଦି ତୁମେ କଶ୍ମୀରରେ ପଦଯାତ୍ରା କରିବ, ତାହେଲେ ତୁମକୁ ହତ୍ୟା କରାଯାଇପାରେ । ହେଲେ ମୁଁ ଏହାକୁ ଖାତିର ନ କରି ଆଗେଇ ଚାଲିଲି। ତେଣୁ ଅପର ପାର୍ଶ୍ୱରେ ଥିବା ବ୍ୟକ୍ତିଙ୍କ ବିଷୟରେ ଭାବିବା ଅପେକ୍ଷା ନିଜ ନିଷ୍ପତ୍ତିରେ ଦୃଢ ରହିବା ଆବଶ୍ୟକ ।

ବୁଧବାର ସାନ ଫ୍ରାନ୍ସିକୋରେ ଭାରତୀୟ ବଂଶୋଦ୍ଭଙ୍କୁ ସମ୍ବୋଧନ କରି ରାହୁଲ ଗାନ୍ଧି ନୂତନ ସଂସଦ ଭବନ, ଭାରତରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ଆଦି ବିଭିନ୍ନ ପ୍ରସଙ୍ଗ ଉଠାଇ ମୋଦି ସରକାରଙ୍କୁ ଘେରିଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ମୋଦି ସବୁ ଜାଣିଥିବା ଭାବି ନେଇଥିବା ବେଳେ ସେ ଭଗବାନଙ୍କୁ ବି ବ୍ରହ୍ମାଣ୍ଡ ବିଷୟରେ ଜ୍ଞାନ ଦେବାକୁ ପଛାଇବେ ନାହିଁ ବୋଲି କହିଥିଲେ।

ସୂଚନାଯୋଗ୍ୟ, ମୋଦି ସରନେମ ଉପରେ ୨୦୧୯ ମସିହାରେ ରାହୁଲ ଗାନ୍ଧି ଦେଇଥିବା ବିବାଦୀୟ ବୟାନ ପାଇଁ ତାଙ୍କ ଉପରେ ମାନହାନୀ ମାମଲା ରୁଜୁ ହୋଇଥିଲା। କୋର୍ଟ ତାଙ୍କୁ ୨ ବର୍ଷର ଦଣ୍ଡ ଶୁଣାଇଥିବା ବେଳେ ଏହାପରେ ତାଙ୍କ ଲୋକସଭା ସଦସ୍ୟତା ପଦ ରଦ୍ଦ ହୋଇ ଯାଇଛି।

PM Modi Rahul Gandhi Bjp Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe