‘ମୁଁ ଆଉ ବଞ୍ଚି ନପାରେ। ଯଦି ମୋର କିଛି ହୋଇଯାଏ, ତା’ହେଲେ ଦୟାକରି ମୋ ପୁଅର ଯତ୍ନ ନେବ।’ ଏହା ଥିଲା ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲାର କୋକେରନାଗର ଗାଡୋଲେ ଜଙ୍ଗଲରେ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ଜମ୍ମୁ ଓ କଶ୍ମୀର ପୁଲିସର ଡିଏସ୍ପି ହୁମାୟୁନ ଭଟ୍ଟଙ୍କ ଶେଷ କେଇ ପଦ କଥା, ଯାହା ସେ ତାଙ୍କ ପତ୍ନୀଙ୍କୁ ଭିଡିଓ କଲ୍ କରି କହିଥିଲେ।
ଶେଷ ସମୟରେ ମାସକର ପୁଅକୁ ଟିକେ ଦେଖିବା ପାଇଁ ପତ୍ନୀ ଫତିମାଙ୍କୁ ଭିଡିଓ କଲ୍ କରିଥିଲେ ଡିଏସ୍ପି ହୁମାୟୁନ ଭଟ୍ଟ। ସେତେବେଳକୁ ତାଙ୍କ ଦେହରେ ବାଜି ଥାଏ ଏକାଧିକ ଗୁଳି। ଶରୀରରୁ ବହିଯାଉଥାଏ ରକ୍ତ। ତାଙ୍କର ବଞ୍ଚିବାର ସମ୍ଭାବନା କମ୍ ବୋଲି ସେ ତାଙ୍କ ପତ୍ନୀଙ୍କୁ କହିଥିଲେ।
Also Read
ପତ୍ନୀଙ୍କୁ ଭିଡିଓ କଲ୍ କରିବା ପୂର୍ବରୁ ସେ ତାଙ୍କ ବାପା ଅବସରପ୍ରାପ୍ତ ଆଇଜି ଗୁଲାମ ହାସନ ଭଟ୍ଟଙ୍କୁ ଫୋନ୍ କରିଥିଲେ। ଆହତ ହୋଇଥିଲେ ବି ଠିକ୍ ଅଛନ୍ତି ବୋଲି ହୁମାୟୁନ ତାଙ୍କ ବାପାଙ୍କୁ କହିଥିଲେ।
ହୁମାୟୁନଙ୍କ ସହିତ କର୍ଣ୍ଣେଲ ମନପ୍ରୀତ ସିଂହ ଓ ମେଜର ଆଶିଷ ଧୋନଚାକ ଏହି ଲଢ଼େଇରେ ସହିଦ ହୋଇଥିଲେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜନ୍ମଦିନରେ ମୋବାଇଲ ଗିଫ୍ଟ ଦେବାକୁ ମନା କଲେ ମାଆ; ଜୀବନ ହାରିଲେ ନାବାଳକ
ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ମାଆ।
National
ଏଥର ବି ସାଧାରଣତନ୍ତ୍ର ଦିବସରେ ଦିଶିବନି ଦିଲ୍ଲୀର ପ୍ରଜ୍ଞାପନ ମେଢ଼
ଏହାକୁ ମିଶାଇ ୪ର୍ଥ ଥର ପାଇଁ ଦେଶର ରାଜଧାନୀ ଦିଲ୍ଲୀର ପ୍ରଜ୍ଞାପନ ମେଢ଼କୁ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରଦର୍ଶିତ କରିବାକୁ ଅନୁମତି ମିଳିନାହିଁ।
Politics
ବିଭାଗ ବଣ୍ଟନକୁ ନେଇ ମହାୟୁତି ମେଣ୍ଟରେ ଅସନ୍ତୋଷ, ସ୍ୱୀକାର କଲେ ଅଜିତ ପାୱାର
ଶନିବାର ରାତିରେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀମଣ୍ଡଳ ବିଭାଗ ବଣ୍ଟନ ହୋଇଛି। ମନ୍ତ୍ରୀଙ୍କ ସଂଖ୍ୟା ଅଧିକ ଥିବାରୁ ସମସ୍ତଙ୍କୁ ଗୋଟିଏ ଲେଖାଏଁ ବିଭାଗ ଦେବାକୁ ପଡ଼ିଲା ବୋଲି କହିଲେ ଅଜିତ ପାୱାର।
National
ଅଲ୍ଲୁ ଅର୍ଜୁନଙ୍କ ଘର ଆଗରେ ବିକ୍ଷୋଭ ଓ ଭଙ୍ଗାରୁଜା, ୮ ଗିରଫ
ବିକ୍ଷୋଭକାରୀ ଅଲ୍ଲୁ ଅର୍ଜୁନଙ୍କ ବାସଭବନରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ୮ ଜଣଙ୍କୁ ଉଠାଇ ନେଇଛି ପୁଲିସ।
National
ବିଷ ବଳୟରେ ରାଜଧାନୀ; ‘ସିଭିୟର’ ସ୍ଥିତିରେ ବାୟୁ ପ୍ରଦୂଷଣ
ରବିବାର ଦିନ ୩ଟା ସୁଦ୍ଧା ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୬ରେ ପହଞ୍ଚିଛି। ୧୬ ଡିସେମ୍ବର ରାତିରୁ ଲାଗୁ ହୋଇଛି ଗ୍ରାପ-୪ କଟକଣା।