Advertisment

ସହିଦ ହେବା ପୂର୍ବରୁ ପତ୍ନୀଙ୍କୁ କରିଥିଲେ ଭିଡିଓ କଲ୍‌; କହିଥିଲେ- ମୁଁ ଆଉ ବଞ୍ଚିନପାରେ

ଶେଷ ସମୟରେ ମାସକର ପୁଅକୁ ଟିକେ ଦେଖିବା ପାଇଁ ପତ୍ନୀ ଫତିମାଙ୍କୁ ଭିଡିଓ କଲ୍ କରିଥିଲେ ଡିଏସ୍‌ପି ହୁମାୟୁନ ଭଟ୍ଟ।

Humayun Bhat

Humayun Bhat

Advertisment

‘ମୁଁ ଆଉ ବଞ୍ଚି ନପାରେ। ଯଦି ମୋର କିଛି ହୋଇଯାଏ, ତା’ହେଲେ ଦୟାକରି ମୋ ପୁଅର ଯତ୍ନ ନେବ।’ ଏହା ଥିଲା ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲାର କୋକେରନାଗର ଗାଡୋଲେ ଜଙ୍ଗଲରେ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ଜମ୍ମୁ ଓ କଶ୍ମୀର ପୁଲିସର ଡିଏସ୍‌ପି ହୁମାୟୁନ ଭଟ୍ଟଙ୍କ ଶେଷ କେଇ ପଦ କଥା, ଯାହା ସେ ତାଙ୍କ ପତ୍ନୀଙ୍କୁ ଭିଡିଓ କଲ୍‌ କରି କହିଥିଲେ।

Advertisment

ଶେଷ ସମୟରେ ମାସକର ପୁଅକୁ ଟିକେ ଦେଖିବା ପାଇଁ ପତ୍ନୀ ଫତିମାଙ୍କୁ ଭିଡିଓ କଲ୍ କରିଥିଲେ ଡିଏସ୍‌ପି ହୁମାୟୁନ ଭଟ୍ଟ। ସେତେବେଳକୁ ତାଙ୍କ ଦେହରେ ବାଜି ଥାଏ ଏକାଧିକ ଗୁଳି। ଶରୀରରୁ ବହିଯାଉଥାଏ ରକ୍ତ। ତାଙ୍କର ବଞ୍ଚିବାର ସମ୍ଭାବନା କମ୍ ବୋଲି ସେ ତାଙ୍କ ପତ୍ନୀଙ୍କୁ କହିଥିଲେ।

ପତ୍ନୀଙ୍କୁ ଭିଡିଓ କଲ୍ କରିବା ପୂର୍ବରୁ ସେ ତାଙ୍କ ବାପା ଅବସରପ୍ରାପ୍ତ ଆଇଜି ଗୁଲାମ ହାସନ ଭଟ୍ଟଙ୍କୁ ଫୋନ୍‌ କରିଥିଲେ। ଆହତ ହୋଇଥିଲେ ବି ଠିକ୍ ଅଛନ୍ତି ବୋଲି ହୁମାୟୁନ ତାଙ୍କ ବାପାଙ୍କୁ କହିଥିଲେ।

Advertisment

ହୁମାୟୁନଙ୍କ ସହିତ କର୍ଣ୍ଣେଲ ମନପ୍ରୀତ ସିଂହ ଓ ମେଜର ଆଶିଷ ଧୋନଚାକ ଏହି ଲଢ଼େଇରେ ସହିଦ ହୋଇଥିଲେ।

Humayun Bhat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe