Advertisment

ଗ୍ରହଣ ହେଲାନି ରାମଦେବଙ୍କ କ୍ଷମା, ସୁପ୍ରିମକୋର୍ଟ କହିଲେ- ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ

ଆଜି ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବିଚାରପତି ହିମା କୋହଲି ଓ ଏ ଅମାନୁଲ୍ଲାଙ୍କ ଖଣ୍ଡପୀଠ କହିଛନ୍ତି, ଏହି ମାମଲାରେ ଆମେ ଉଦାର ହୋଇ ପାରିବୁ ନାହିଁ । ଜାଣିଶୁଣି ତିନି ତିନି ଥର ଆମ ନିର୍ଦ୍ଦେଶକୁ ବେଖାତିର କରାଯାଇ ନିୟମକୁ ଉଲ୍ଲଘଂନ କରାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Supreme Court & Ramdev

Supreme Court & Ramdev

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ବାବା ରାମଦେବ ଓ ପତଞ୍ଜଳିର ମ୍ୟାନେଜିଂ ଡାଇରେକ୍ଟର ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ଏହା ପୂର୍ବରୁ କୋର୍ଟଙ୍କ ନିକଟରେ କ୍ଷମା ପ୍ରାର୍ଥନା କରି ସାରିଛନ୍ତି ଉଭୟ ରାମଦେବ ଓ ବାଳକୃଷ୍ଣ । ମାତ୍ର ଏହାକୁ ଗ୍ରହଣ ନ କରି ଉଭୟଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଏଥିସହ ଏହାର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ବି ଚେତାଇ ଦେଇଛନ୍ତି ।

Advertisment

ଆଜି ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବିଚାରପତି ହିମା କୋହଲି ଓ ଏ. ଅମାନୁଲ୍ଲାଙ୍କ ଖଣ୍ଡପୀଠ କହିଛନ୍ତି, ଏହି ମାମଲାରେ ଆମେ ଉଦାର ହୋଇ ପାରିବୁ ନାହିଁ । ଜାଣିଶୁଣି ତିନି ତିନି ଥର ଆମ ନିର୍ଦ୍ଦେଶକୁ ବେଖାତିର କରାଯାଇ ନିୟମକୁ ଉଲ୍ଲଘଂନ କରାଯାଇଛି। ତେଣୁ ଆମେ ଉଭୟଙ୍କ କ୍ଷମାକୁ ଗ୍ରହଣ କରିବୁ ନାହିଁ। 

ବିଚାରପତି କହିଛନ୍ତି, ଏହି ମାମଲା ନ୍ୟାୟଳୟରେ ନ ପହଞ୍ଚିବା ପର୍ଯ୍ୟନ୍ତ ଆଇନ ଖିଲାପକାରୀମାନେ ଆମ ନିକଟକୁ ନିଜ କ୍ଷମା ପ୍ରାର୍ଥନା ପତ୍ର ପଠାଇବାକୁ ଉଚିତ ମଣିଲେ ନାହିଁ। ସେମାନେ ପ୍ରଥମେ ଏହାକୁ ଗଣମାଧ୍ୟମ ନିକଟକୁ ପଠାଇଲେ। ଗତକାଲି ରାତି ସାଢେ ୭ଟା ପର୍ଯ୍ୟନ୍ତ ଏହା ଆମ ପାଇଁ ଅପଲୋଡ ହୋଇ ନ ଥିଲା। ତେଣୁ ସେମାନେ ପ୍ରକୃତରେ ପ୍ରଚାର ଉପରେ ବିଶ୍ୱାସ କରୁଛନ୍ତି।

Advertisment

ଏଥିପାଇଁ ଉଭୟ କ୍ଷମା ପ୍ରାର୍ଥନା କରି ସାରିଥିବା ସେମାନଙ୍କ ଓକିଲ ମୁକୁଲ ରୋହତଗୀ କୋର୍ଟଙ୍କୁ ଅବଗତ କରାଇଥିଲେ। ମାତ୍ର ସୁପ୍ରିମକୋର୍ଟ ଏହାକୁ ଗ୍ରହଣ କରି ନାହାନ୍ତି । 

ଜଷ୍ଟିସ ଅମାନୁଲ୍ଲା କହିଛନ୍ତି, କିଏ ଏହି ଆଫିଡେଭିଟ ପ୍ରସ୍ତୁତ କରିଛି, ଆପଣ ଏହା ସହ ବିଶ୍ୱାସଘାତକତା କରୁଛନ୍ତି। ଆମେ ଏହା ଦେଖି ଚକିତ ହୋଇ ଯାଉଛୁ। ଆପଣ ନିଜ ହୃଦୟରୁ କ୍ଷମା ପ୍ରାର୍ଥନା କରୁଛନ୍ତି କି ବୋଲି ବିଚାରପତି ପତଞ୍ଜଳି ଓକିଲଙ୍କୁ ପଚାରିଥିଲେ। ଆମର ତ୍ରୁଟି ହୋଇଛି, କିନ୍ତୁ ଆପଣଙ୍କର ଏଥିରେ ବିଶ୍ୱାସ ନ ଥିଲେ କ’ଣ କରିବାକୁ ପଡ଼ିବ କୁହନ୍ତୁ ବୋଲି ମୁକୁଲ ରୋହତଗୀ କହିଥିଲେ।

ଏନେଇ ସୁପ୍ରିମକୋର୍ଟ କହିଲେ, ‘ତ୍ରୁଟି ହୋଇଗଲା’ ଖୁବ୍‌ ଛୋଟ ଶବ୍ଦ । ଜାଣିଶୁଣି କୋର୍ଟର ଅବମାନନା କରାଯାଇଛି । ଆମେ ଏହାକୁ ହାଲକା ଭାବେ ଗ୍ରହଣ କରି ପାରିବୁନି। ଆମେ ଏହି ମାମଲାରେ ଅଧିକ ଉଦାର ହୋଇ ପାରିବୁନି। ଆମେ ଏହାକୁ ଅଗ୍ରାହ୍ୟ କରୁଛୁ କାରଣ ଏହା କେବଳ ଏକ କାଗଜ ଖଣ୍ଡ । ଆମେ ଅନ୍ଧ ନୁହଁ । ଆମକୁ ସବୁ ଦେଖାଯାଉଛି। 

ମୋ’ ମହକିଲ ପେଶାଦାର ଅପରାଧୀ ନୁହନ୍ତି। ଲୋକଙ୍କ ଦ୍ୱାରା ତ୍ରୁଟି ହୋଇଥାଏ ବୋଲି ମୁକୁଲ ରୋହତଗୀ କହିଥିବା ବେଳେ ଏହି ମାମଲାରେ  ଅଧିକ ଉଦାର ହେବାକୁ ଚାହୁଁନୁ । ଏହାର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ କହିଛନ୍ତି ସୁପ୍ରିମକୋର୍ଟ । 

Supreme Court Baba Ramdev Patanjali