Advertisment

ଇଡିକୁ ସିଏମ୍‌ ହାଉସ୍‌ ଡାକିଲେ ହେମନ୍ତ ସୋରେନ୍‌; ଏଥର ହେବ ଜେରା

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଅଷ୍ଠମ ଥର ସମନ ଜାରି କରିବା ପରେ ଶେଷରେ ଜେରା ପାଇଁ ରାଜି ହୋଇଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ।

Jharkhand CM Hemant Soren

Jharkhand CM Hemant Soren

Advertisment

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଗୋଟିଏ ପରେ ଗୋଟିଏ ଡେଡଲାଇନ୍‌ ଦେଇ ଚାଲିଥିବା ବେଳେ ଶେଷରେ ନିଜ ବୟାନ ରେକର୍ଡ କରିବା ପାଇଁ ରାଜି ହୋଇ ଯାଇଛନ୍ତି ଏହି ପୁରୁଖା ନେତା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଅଷ୍ଠମ ଥର ସମନ ଜାରି କରିବା ପରେ ଶେଷରେ ଜେରା ପାଇଁ ରାଜି ହୋଇଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ। ଆସନ୍ତା ୨୦ ତାରିଖରେ ନିଜ ବୟାନ ରେକର୍ଡ କରିବାକୁ ପ୍ରସ୍ତୁତ ଥିବା ନେଇ ସେ ଇଡିକୁ ସୂଚିତ କରିଛନ୍ତି । ତେବେ ଏହି କାର୍ଯ୍ୟକ୍ରମ ଇଡି କାର୍ଯ୍ୟାଳୟ ନୁହେଁ ସିଏମ୍‌ ହାଉସ୍‌ରେ କରିବାକୁ ସେ ଜଣାଇଛନ୍ତି।

Advertisment

ରାଞ୍ଚିର ବଡଗାଇ ଅଞ୍ଚଳରେ ହୋଇଥିବା ଜମି ଦୁର୍ନୀତି ମାମଲରେ ଇଡି ହେମନ୍ତ ସୋରେନ୍‌ଙ୍କ ବୟାନ ରେକର୍ଡ କରିବାକୁ ଚାହୁଁଛି। ଏଥିପାଇଁ ତାଙ୍କୁ ଅଗଷ୍ଟ ୧୪ରେ ପ୍ରଥମ ସମନ ଜାରି କରିଥିଲା। ଏହାପରେ ଥରକୁ ଥର ଇଡି ତାଙ୍କୁ ୭ ଥର ସମନ ଜାରି କରି ସାରିଥିବା ବେଳେ ସୋରେନ ଏହାକୁ ଏଡ଼ାଇ ଚାଲିଥିଲେ।

ଗତ ଦୁଇ ଦିନ ପୂର୍ବେ ଇଡି ହେମନ୍ତ ସୋରେନ ଙ୍କୁ କଡ଼ା ସନ୍ଦେଶ ପଠାଇ ୧୬ରୁ ୨୦ ଜାନୁୟାରୀ ମଧ୍ୟରେ ନିଜ ବୟାନ ରେକର୍ଡ କରିବାକୁ ଇଡି ତାଗିଦ କରିଥିଲା। ଏପରିକି ସେ ଇଡ଼ି କାର୍ଯ୍ୟାଳୟକୁ ନ ଆସି ପାରିଲେ ଇଡି ତାଙ୍କ ଦ୍ୱାରା ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ପାରିବ ବୋଲି ବି କୁହାଯାଇଥିଲା। ମାତ୍ର ଉକ୍ତ ସମୟରେ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଲେ, ଏଥିନିମନ୍ତେ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ଇଡି ଚେତାଇ ଦେଇଛି।

Advertisment

ଗତ ୨୯ ଡିସେମ୍ବରରେ ସପ୍ତମ ଥର ପାଇଁ ତଦନ୍ତକାରୀ ଏଜେନ୍ସି ସମନ ପଠାଇ ଡକାଇଥିଲା। ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ତାଙ୍କୁ ଡିସେମ୍ବର ୩୧ ଡେଡ୍‌ଲାଇନ୍‌ ଦିଆଯାଇଥିଲା। ତେବେ ସେ ଏହାକୁ ଖାତିର କରିନଥିଲେ। ହାଜର ହବାକୁ ମନା କରିଦେଇଥିଲେ।

ଏହାପରେ ସୋରେନ ବାରମ୍ବାର ସମନ ପଠାଇବା ନେଇ ଇଡି ଉପରେ ପ୍ରଶ୍ନ ଉଠାଇଥିଲେ। ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା ସୃଷ୍ଟି ପାଇଁ ରାଜନୈତିକ ଉଦ୍ଦେଶ୍ୟରେ ତାଙ୍କୁ ଏହି ସମନ ପଠାଯାଉଥିବା ସେ ଅଭିଯୋଗ କରିଥିଲେ। ସମନ ପାଇଁ ତାଙ୍କୁ ବାରମ୍ବାର ମିଡିଆ ଟ୍ରାଏଲର ସାମ୍ନା କରିବାକୁ ପଡୁଛି। ଏଭଳି କରି ତାଙ୍କ ଭାବମୂର୍ତ୍ତି ଖରାପ କରିବାକୁ ଚେଷ୍ଟା କରାଯାଉଛି ବୋଲି ସୋରେନ୍‌ ଇଡି ଚିଠି ଲେଖି କହିଥିଲେ।

Jharkhand Hemant Soren
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe