Advertisment

ଏନଡିଏରେ ମିଶିଲେ ଜୀତନ ରାମ ମାଞ୍ଝୀ, କହିଲେ- ଏବେଠୁ ଆମ ଏକାଠି

ଶେଷରେ ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା(ସେକ୍ୟୁଲାର) ପାର୍ଟିର ମୁଖ୍ୟ ଜିତନ ରାମ ମାଞ୍ଝୀ ଏନଡିଏରେ ସାମିଲ ହୋଇଯାଇଛନ୍ତି। ଗତକାଲି ସେ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି।

ଅଦ୍ୟତନ ହୋଇଛି
Jitan Ram Manjhi

Jitan Ram Manjhi

Advertisment

ଦୀର୍ଘ ଦିନ ଧରି ଲାଗି ରହିଥିବା କଳ୍ପନା ଜଳ୍ପନାରେ ପଡ଼ିଛି ପୂର୍ଣ୍ଣଛେଦ । ଶେଷରେ ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା(ସେକ୍ୟୁଲାର) ପାର୍ଟିର ମୁଖ୍ୟ ଜିତନ ରାମ ମାଞ୍ଝୀ ଏନଡିଏରେ ସାମିଲ ହୋଇଯାଇଛନ୍ତି। ଗତକାଲି ସେ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି। ସାକ୍ଷାତ ସମୟରେ ଜିତନ ରାମ ମାଞ୍ଝୀଙ୍କ ପୁଅ ତଥା ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସନ୍ତୋଷ କୁମାର ସୁମନ ବି ଉପସ୍ଥିତ ଥିଲେ।

Advertisment

ଜିତନ ରାମ ଗତ ମଙ୍ଗଳବାର ବିହାର ରାଜ୍ୟପାଳଙ୍କୁ ସାକ୍ଷାତ କରି ନୀତୀଶ କୁମାର ଙ୍କ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ। ଏହାପରେ ସେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସା ସାକ୍ଷାତ କରିବାକୁ ଦିଲ୍ଲୀ ଚାଲି ଯାଇଥିଲେ। ଏହି ବୈଠକରେ କେନ୍ଦ୍ରୀ ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ବି ଉପସ୍ଥିତ ଥିଲେ। ନିତ୍ୟାନନ୍ଦ ରାୟ ଏବେ ବିହାରର ଉଜିୟାରପୁର ସାଂସଦ ଅଛନ୍ତି। ଜିତନ ରାମ ଙ୍କ ପାର୍ଟିରେ ଏବେ ୪ ବିଧାୟକ ଅଛନ୍ତି।

ବୈଠକରେ ପରେ ସାମ୍ବାଦିକଙ୍କୁ ସମ୍ବୋଧନ କରି ଜିତନ ରାମ ମାଞ୍ଝୀ କହିଛନ୍ତି, ଏବେ ଆମେ ଏନଡିଏର ସହଯୋଗୀ । ଆମେ ଏନଡିଏକୁ ସମର୍ଥନ ଦେବାକୁ ରାଜି। ଏନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଛି।

Advertisment

ଏହି ଆଲୋଚନା ଖୁବ୍‌ ସଫଳ ହୋଇଛି। ଆମେ ଏବେଠୁ ଏନଡିଏ ସହ ଚାଲିବାକୁ ନିଷ୍ପତ୍ତି ନେଇଛୁ। ଆଗାମୀ ଦିନରେ ଆମେ କେତେ ସିଟ୍‌ରେ ଲଢ଼ିବୁ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ଜିତନ ରାମ ମାଞ୍ଝୀଙ୍କ ପୁଅ ସନ୍ତୋଷ କୁମାର ସୁମନ କହିଛନ୍ତି।

ବିହାର ପରିଷଦର ସଦସ୍ୟ ଥିବା ସନ୍ତୋଷ କୁମାର ସୁମନ ପ୍ରାୟ ସପ୍ତାହେ ତଳେ ଇସ୍ତଫା ଦେଇଦେଇଥିଲେ। ନୀତୀଶ କୁମାର ତାଙ୍କ ପାର୍ଟିକୁ ଜେଡିୟୁରେ ବିଲୀନ କରିବାକୁ ଚାପ ପ୍ରୟୋଗ କରୁଥିବାରୁ ସେମାନେ ଏପରି ନିଷ୍ପତ୍ତି ନେଇଥିବା ସୁମନ କୁମାର କହିଛନ୍ତି।

ଅପରପକ୍ଷେ, ଏନେଇ କିଛି ଦିନ ପୂର୍ବେ ନୀତୀଶ କୁମାର କହିଥିଲେ, ମାଞ୍ଝୀ ନିୟମିତ ଭାବେ ବିଜେପି ନେତାଙ୍କ ଯୋଗାଯୋଗରେ ରହିଥିଲେ। ସେ ନିକଟରେ ଏକାଧିକ ବିଜେପି ନେତାଙ୍କୁ ଭେଟିଥିଲେ। ଏହାବାଦ ଜୁନ ୨୩ରେ ହେବାକୁ ଥିବା ବିରୋଧୀଙ୍କ  ବୈଠକରେ ବି ସେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ଉକ୍ତ ବୈଠକର ବିଷୟବସ୍ତକୁ ସେ ଲିକ୍‌ କରିଦେବେ ବୋଲି ଆଶଙ୍କା ଥିଲା। ଏହାକୁ ନଜରରେ ରଖି  ମୁଁ ତାଙ୍କୁ ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା(ସେକ୍ୟୁଲାର) ଦଳକୁ ଜେଡିୟୁ ସହିତ ଲୀନ କରିଦେବାକୁ କହିଥିଲି। ହେଲେ ସେ ସେମିତି କରି ନଥିଲେ। ତେଣୁ ମୁଁ ତାଙ୍କୁ ମହାଗଠବନ୍ଧନରୁ ବାହାରିଯିବାକୁ କହିଥିଲି। ସେ ଚାଲି ଯିବା ଭଲ କଥା।”

Bihar Bihar Politics Amit Shah Jitan Ram Manjhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe